ରେଢ଼ାଖୋଲ (କନ୍ଦର୍ପ ବେହେରା): ଓଡିଶା ଅଭିଭାବକ ମହାସଂଘ ତରଫରୁ ଭୁବନେଶ୍ୱର ସୂଚନା ଭବନ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଏକ କାର୍ଯ୍ୟକ୍ରମରେ ନାକଟିଦେଉଳ ବ୍ଲକର ଆଦର୍ଶ ଶିକ୍ଷକ ଭାବରେ ପ୍ରମୋଦ କୁମାର ସାହୁ ଶିକ୍ଷା ରତ୍ନ ସମ୍ମାନ ରେ ସମ୍ମାନୀତ ହୋଇଛନ୍ତି।
ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ଆଇପିଏସ ଅରୂପ ପଟ୍ଟନାୟକ, ସାମ୍ବାଦିକ ରବି ଦାସ, ଅବସର ପ୍ରାପ୍ତ ଆଇଏଏସ ଅନିଲ ସାମଲ ପ୍ରମୁଖ ଅତିଥିଭାବରେ ଯୋଗଦେଇ ଶିକ୍ଷକ ପ୍ରମୋଦ କୁମାର ସାହୁଙ୍କୁ ଉପଢୌକନ, ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଶିକ୍ଷକ ପ୍ରମୋଦ କୁମାର ସାହୁ ଏବେ ନାକଟିଦେଉଳ ବ୍ଲକ ତାଲବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାମ କରୁଛନ୍ତି। ସେ ବିଭିନ୍ନ ସମୟରେ ଜଣେ ଆଦର୍ଶ ଶିକ୍ଷକ ଭାବରେ ଜିଲ୍ଳାରେ ପୁରସ୍କୃତ ମଧ୍ୟ ହୋଇଛନ୍ତି।


