ବାଣପୁର: ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ସଭାପତି ଭାବେ ନୂତନ ଦାଇତ୍ୱ ଗ୍ରହଣ କରିଥିବା ଡ଼ଃ. ଚିନ୍ତାମଣି ମିଶ୍ରଙ୍କ ଆବାହକତ୍ୱରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଭାଗୃହରେ ଆଜି ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ସୁରପ୍ରତାପ ଏନ. ଏସ. ବର୍ମାଙ୍କ ଅଧ୍ୟକ୍ଷତାରେ ବାଲୁଗାଁ ବାଣପୁର ରୋଟାରୀ କ୍ଲବର କର୍ମକର୍ତ୍ତା ଓ ସଦସ୍ୟ ଏବଂ ବାଣପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଗଠନ ମୂଳକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ
ଅତିଥି ଭାବେ ଡ଼ଃ. ଚିନ୍ତାମଣି ମିଶ୍ର, ରୋଟାରୀୟାନ ଜଗଦୀଶ ପ୍ରସାଦ ଲାଖୋଟିଆ, ସୁରେଶ ଚନ୍ଦ୍ର ବେହେରା, ପ୍ରାକ୍ତନ ସଭାପତି ଶ୍ୟାମସୁନ୍ଦର ପୃଷ୍ଟି, କ୍ୟାପଟେନ ଭବାନୀ ପ୍ରସାଦ ହୋତା, ନନ୍ଦ କିଶ୍ଵର ମିଶ୍ର, ଅଧ୍ୟାପକ ଆଦିତ୍ୟ କିଶୋର ବେଦମାତା, କ୍ୟାପଟେନ ଗୁରୁକିଶ୍ଵର ନାୟକ ଅବସର ପ୍ରାପ୍ତ ଅଧକ୍ଷ ବିଜୟ କୁମାର ନନ୍ଦ, ଅଶୋକ କୁମାର ନାୟକ
ପ୍ରମୁଖ ଯୋଗଦେଇ ସଭାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ନୂତନ ସଦସ୍ୟ ଭାବେ ଆଗ୍ରହୀ ଥିବା କିଛି ବ୍ୟକ୍ତି ବିଶେଷଙ୍କୁ ରୋଟାରୀ କ୍ଲବର ଅଭିମୁଖ୍ୟ, ସେବା ମନୋଭାବ ଏବଂ ସମାଜରେ ବିଭିନ୍ନ କ୍ଷେତ୍ରରେ ଅବହେଳିତ, ଅସୁବିଧାରେ ପଡ଼ିଥିବା ବ୍ୟକ୍ତି ବିଶେଷଙ୍କୁ ସାହାଯ୍ୟର ହାତ ବଢ଼ାଇବା ସହ ତଳ ଦିନେ ସ୍ୱାଵଲମ୍ବୀ ହେବାପାଇଁ କରାଯାଇଥିବା ଅନୁଦାନ ସମ୍ପର୍କରେ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବହୁଳ ଭାବେ କରିବା ପାଇଁ ଅତିଥିମାନେ ତାଙ୍କ ବକ୍ତ୍ୟବ
ରଖିଥିଲେ।
କ୍ୟାପଟେନ ଭବାନୀ ପ୍ରସାଦ ହୋତାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରୋଟାରୀ କ୍ଲବର ସଭାପତି ଡ଼ଃ. ମିଶ୍ର ଆଗାମୀ ଦିନରେ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ବାଣପୁର ମହାବିଦ୍ୟାଳୟକୁ ରୋଟାରୀ କ୍ଲବ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏହା ବିଚାରକୁ ନିଆଯାଇ ଆଗାମୀ ଦିନରେ କହିବାକୁ କ୍ଲବର କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଥିଲେ। ନୂତନ ଭାବେ ଗଢ଼ା ଯାଇଥିବା
ଅନୁଷ୍ଠାନଟି ରୋଟାରୀ କ୍ଲବ ଅଧୀନରେ ରୋଟାକ୍ଟ କ୍ଲବ ଭାବେ କାର୍ଯ୍ୟ କରିବ।
ବହୁ ଛାତ୍ରଛାତ୍ରୀ ଏହି କ୍ଲବରେ ନୂତନ ସଦସ୍ୟ ଭାବେ ଯୋଗଦେଇ ସେବା ମନବୃତ୍ତିନେଇ କାର୍ଯ୍ୟ କରିବେ ବୋଲି ମତ ଦେଇଥିଲେ। ଆଦିତ୍ୟ କିଶୋର ବେଦମତା ସଭା ପରିଚାଳନା କରିଥିବାବେଳେ ରୋଟାରୀ୍ୟାନ ସୁରେଶ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।


