Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚ୍ୟାନେଲ
ଆଜିର ଖବର

ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚ୍ୟାନେଲ

August 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରରେ ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କ୍ଲଷ୍ଟରର ବିଭିନ୍ନ ଶିକ୍ଷାଗତ କାର୍ଯ୍ୟକ୍ରମ ଓ ସଫଳତାକୁ ଶବ୍ଦ ଓ ଚିତ୍ର ମାଧ୍ୟମରେ ଲିପିବଦ୍ଧ କରିବା ଉଦ୍ଦେଶ୍ୟରେ ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚ୍ୟାନେଲର ଶୁଭ ଲୋକାର୍ପଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ମୁଖ୍ୟ ଅତିଥି, ଶିକ୍ଷାବିତ୍ ଅଶୋକ କୁମାର ଦାଶ ମୁଖ୍ୟ ବକ୍ତା, ବରିଷ୍ଠ ସାମ୍ବାଦିକ ବିଶ୍ୱରଞ୍ଜନ ଆଚାର୍ଯ୍ୟ ବିଶିଷ୍ଟ ଅତିଥି, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ ଓ ଲକ୍ଷ୍ମୀ ଦେଇ ସ୍ୱତନ୍ତ୍ର ଅତିଥି, ନରସିଂହପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ବେହେରା ଏବଂ କ୍ଲଷ୍ଟର ସି.ଆର.ଜି. ସୁକାନ୍ତ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା।

ଲୋକାର୍ପଣ ଉତ୍ସବରେ ବରିଷ୍ଠ ସାମ୍ବାଦିକ ବିଶ୍ୱରଞ୍ଜନ ଆଚାର୍ଯ୍ୟ କହିଥିଲେ ଯେ, ବିଦ୍ୟାଳୟର ବିଭିନ୍ନ ସୃଜନଶୀଳ ଓ ଶିକ୍ଷାମୂଳକ କାର୍ଯ୍ୟକ୍ରମକୁ ଭାଷା ଓ ଗଣମାଧ୍ୟମ ମାଧ୍ୟମରେ ସମାଜ ଆଗରେ ଉପସ୍ଥାପନ କରିବାରେ ଏହି ଚାନେଲ ଏକ ଅଭିନବ ପଦକ୍ଷେପ। କୁନି ରିପୋର୍ଟର ଭାବେ କାର୍ଯ୍ୟ କରିବା ମାଧ୍ୟମରେ ଶିଶୁମାନଙ୍କର ଭାଷାଦକ୍ଷତା, ଆତ୍ମବିଶ୍ୱାସ ଓ ନେତୃତ୍ୱ ଗୁଣର ବିକାଶ ଘଟିବ। ଏହି ଅବସରରେ ଛାତ୍ରୀ ହରପ୍ରିୟା ରଣା କୁନି ସାମ୍ବାଦିକା ଏବଂ ସୋମ୍ୟ ରଞ୍ଜନ ରଣା କ୍ୟାମେରା ପର୍ସନ୍ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ।

ମୁଖ୍ୟ ଅତିଥି ବିଜୟ କୁମାର ତ୍ରିପାଠୀ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ପ୍ରଦର୍ଶିତ ଗ୍ୟାଲେରୀ ୱାକକୁ ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହାକୁ ଆହୁରି ସୃଜନଶୀଳ ଓ ପ୍ରଭାବଶାଳୀ କରିବା ପାଇଁ ପରାମର୍ଶ ଦେଇଥିଲେ। ସହକାରୀ ବ୍ଲକ ଶିକ୍ଷା ଅଧିକାରୀମାନେ ବିଦ୍ୟାଳୟ ସ୍ତରରେ ସମସ୍ତ ଶିକ୍ଷାଗତ କାର୍ଯ୍ୟକ୍ରମକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଶିକ୍ଷାବିତ୍ ଅଶୋକ କୁମାର ଦାଶ ବିଦ୍ୟାଳୟର ସୁନ୍ଦର ପରିବେଶ ଓ ସାଜସଜ୍ଜାର ପ୍ରଶଂସା କରିବା ସହ ଶିକ୍ଷଣ ସାମଗ୍ରୀର ସଠିକ୍ ବ୍ୟବହାର ମାଧ୍ୟମରେ ଶିକ୍ଷାର୍ଥୀଙ୍କ ଦକ୍ଷତା ବିକାଶ ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ଆହ୍ୱାନ ଜଣାଇଥିଲେ।

ବୈଠକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN), ଶିକ୍ଷଣ ସୋପାନ ରେଜିଷ୍ଟର, ଯୋଡ଼ି କାର୍ଯ୍ୟ, ପାଠ୍ୟ ଯୋଜନା ଓ ଶ୍ରେଣୀଗୃହ ଶିକ୍ଷାଦାନ ସମ୍ପର୍କିତ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହେବା ସହ ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିଜ ନିଜ ପାଠ୍ୟ ଯୋଜନା ଉପସ୍ଥାପନ କରିଥିଲେ।

ଶିକ୍ଷୟିତ୍ରୀ ସରୋଜିନୀ ମଙ୍ଗରାଜଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ମନୋମୁଗ୍ଧକର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ଶିକ୍ଷକ ଭ୍ରମରବର ତାଡ଼ ଶ୍ଳୋକ ପାଠ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଭାଗବତ ଜେନା, ଅଜୟ କୁମାର ସାହୁ, ରମେଶ ଚନ୍ଦ୍ର ନାୟକ, ବିଜୟ କୁମାର ଚମ୍ପତି, ରାଜ କିଶୋର ଦୋରା, ଶରତ ନାୟକ, ପୂର୍ଣ୍ଣଚନ୍ଦ୍ର ପତି, ଉର୍ମିଳା ଦେଇଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।

ଶିକ୍ଷା କ୍ଷେତ୍ରରେ ନବସୃଜନ, ଡିଜିଟାଲ୍ ପଦକ୍ଷେପ ଓ ଶିଶୁମାନଙ୍କ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଦିଗରେ ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉପସ୍ଥିତ ଅତିଥିମାନେ ଆଶା ପ୍ରକାଶ କରିଥିଲେ।

କୁନି ରିପୋର୍ଟର କ୍ଲଷ୍ଟର ସ୍ତରୀୟ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବତୀ ଅପହରଣ ମାମଲାରେ ୩ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ

August 1, 2026

ଖୋର୍ଦ୍ଧା ଜିଲ୍ଲାର A1 ଗ୍ରେଡ୍ ପ୍ରାପ୍ତ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 1, 2026

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026
Latest News

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ଲୋକାର୍ପିତ ହେଲା ‘ନରସିଂହପୁର କ୍ଲଷ୍ଟର ବୁଲେଟିନ’ କୁନି ରିପୋର୍ଟର ଚ୍ୟାନେଲ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ଯୁବତୀ ଅପହରଣ ମାମଲାରେ ୩ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.