ରେଢ଼ାଖୋଲ: ଯୁଯୁମୁରା ଉପ ବଜାର ପ୍ରାଙ୍ଗଣରେ ଶନିବାର ସମ୍ବଲପୁରୀ ଦିନ୍ ଅବସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଯୁଯୁମୁରା ଅଞ୍ଚଳବାସୀଙ୍କ ପକ୍ଷରୁ ଆୟୋଜିତ ଶିବିରରେ ଆଖପାଖ ତଥା ଦୂରଦୂରାନ୍ତ ଅଞ୍ଚଳର ବହୁ ଲୋକ ଆସି ରକ୍ତଦାନ କରିଥିଲେ। ସମାଜସେବୀ ଦୀପକ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ୧୦୨ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଯୁଯୁମୁରା ବିଡ଼ିଓ ରାଜେଶ ଏକ୍କା, ଯୁଯୁମୁରା ଥାନା ଅଧିକାରୀ ଅନିମା ଏକ୍କା, ଅତିରିକ୍ତ ତହସିଲଦାର ମମତା ନନ୍ଦ, କେନ୍ଦୁଲିଭ୍ ରେଞ୍ଜର ସଞ୍ଜୟ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।
ବୁର୍ଲା ରକ୍ତ କେନ୍ଦ୍ରର ଅଧିକାରୀ ଓ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା, ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା, ଯୁଯୁମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନ, କୃଷ୍ଣ ପ୍ରଧାନ, ଅରବିନ୍ଦ ପ୍ରଧାନ, ଜ୍ଞାନେନ୍ଦ୍ର ପ୍ରଧାନ, ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ସଞ୍ଜୟ ବିଶ୍ଵାଳ ଟଙ୍କଧର ପ୍ରଧାନ, ସୁଧାଂଶୁ ବାଗ, ବରୁଣ ଦେହୁରୀ, ସରୋଜ ମିର୍ଧା ଗୋଲକ ପ୍ରଧାନ, ବେଦ ପ୍ରକାଶ ବିଶ୍ୱାଳ, ଅରୁଣ ଦେହୁରୀ ଦୀପକ ପ୍ରଧାନ, ପ୍ରେମାନନ୍ଦ ସାହୁ ବିବେକା ବେହେରା କିରଣ ପ୍ରଧାନ, ନନ୍ଦୁ ପ୍ରଧାନ, ରମେଶ ବିଶ୍ଵାଳ, ମାନସ ଅମାନ୍ତ, ଲିପନ ପ୍ରଧାନ,ବଣ୍ଟି ପ୍ରଧାନ ଅଜିତ ବୁଡ଼େକ ମିକୁ ବିଶ୍ଵାଳ ଅଭିଷେକ ପ୍ରଧାନ, ଅଜିତ ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ ।


