Banapur News: ସ୍ଥାନୀୟ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଚଳିତ 2026-27 ଶିକ୍ଷାବର୍ଷ ରେ ପ୍ରଥମ ବାର୍ଷିକ କଳା ଶ୍ରେଣୀରେ ନାମ ଲେଖାଇଥିବା ଛାତ୍ରୀମାନଙ୍କ ର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିୟମାବଳୀ ଅନୁଯାୟୀ ବିଦ୍ୟାଳୟ ସମ୍ପର୍କୀୟ ସୂଚନା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନଙ୍କ ପରିଚୟ; ପାଠ୍ୟକ୍ରମ ସମ୍ପର୍କିତ ସୂଚନା ସହିତ ଅନ୍ୟାନ୍ୟ ସମସ୍ତ ବିଷୟ ଅଧ୍ୟକ୍ଷ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ।
ଦ୍ୱିତୀୟ ବାର୍ଷିକ କଳା ଛାତ୍ରୀ ମାନେ ଆନୁଷ୍ଠାନିକ ଭାବେ ପ୍ରଥମବର୍ଷ କଳା ଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇ ଥିଲେ। ସ୍ୱାଗତ ଉତ୍ସବରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଙ୍କ ସମେତ ସମସ୍ତ ଛାତ୍ରୀ ଉପସ୍ଥିତ ଥିଲେ।


