ବାଣପୁର: ଆଜି ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଉଲ୍ଲାସ କାର୍ଯ୍ୟକ୍ରମରେ ୨୯୯୩ ଜଣ ନିରକ୍ଷରଙ୍କୁ ଉଲ୍ଲାସ ପାସ ସାର୍ଟିଫିକେଟ ବଣ୍ଟନ କରାଯାଇଛି।
ଏଥିରେ ଖୋର୍ଦ୍ଧା ଜିଲ୍ଲାର ନୋଡାଲ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଜ୍ଞା ପାରମିତା ଜେନା ଉଦଘାଟନର ଶୁଭାରମ୍ଭ କରି ୧୦୦ ଜଣ କୃତି ସାକ୍ଷରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ୧୨ ଜଣ ସିଆରସିସି କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଛନ୍ତି। “ଏହି ୨୯୯୩ ଜଣ ନିରକ୍ଷର ରୁ ସାକ୍ଷର ହୋଇ ପ୍ରମାଣପତ୍ର ପାଇଥିବାରୁ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି।”


