Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସୋନପୁର ପୋଲିସର ବଡ଼ ସଫଳତା: ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
ଅପରାଧ

ସୋନପୁର ପୋଲିସର ବଡ଼ ସଫଳତା: ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

August 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Sonepur Police seized 12.5 quintals of marijuana
Sonepur Police seized 12.5 quintals of marijuana

ଭୁବନେଶ୍ଵର: “ନିଶାମୁକ୍ତ ଓଡ଼ିଶା ଅଭିଯାନ”ରେ ସୋନପୁର ପୋଲିସ ଏକ ବଡ ଧରଣର ସଫଳତା ହାସଲ କରିଛି। ସୋନପୁର ଜିଲ୍ଲା ଅନ୍ତର୍ଗତ ସୁବଳୟା ଥାନା ପୋଲିସ ଏକ ସ୍ୱତନ୍ତ୍ର ଚଢ଼ାଉ କରି ୧୨.୫ କ୍ୱିଣ୍ଟାଲରୁ ଅଧିକ ପରିମାଣର ବେଆଇନ ଗଞ୍ଜେଇ ବୋଝେଇ ଏକ ଟ୍ରକକୁ ଜବତ କରିବାରେ ସଫଳ ହୋଇଛି। ଜବତ ହୋଇଥିବା ଏହି ବିପୁଳ ପରିମାଣର ନିଶା ଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ପୋଲିସର ପ୍ରାଥମିକ ସୂଚନା ଅନୁଯାୟୀ, ସୁବଳୟା ଥାନା ଅଞ୍ଚଳରେ ଏକ ଟ୍ରକ ଯୋଗେ ବେଆଇନ ଭାବେ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନାକୁ ଆଧାର କରି ପୋଲିସ ଟିମ୍ ପକ୍ଷରୁ ତତକ୍ଷଣାତ୍ ଏକ ସ୍ୱତନ୍ତ୍ର କୌଶଳ ପ୍ରସ୍ତୁତ କରାଯାଇଥିଲା। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ ଜୋରଦାର କରିଥିବା ବେଳେ, ପୋଲିସର ଉପସ୍ଥିତିକୁ ଜାଣିପାରି ଟ୍ରକ ଚାଳକ ଏବଂ ଅନ୍ୟାନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତ ଗିରଫ ହୋଇନଥିଲେ ହେଁ, ପୋଲିସ ଟ୍ରକକୁ ଜବତ କରିବା ସହ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଓ ତନାଘନା ଜାରି ରଖିଛି। ସୋନପୁର ପୋଲିସର ଏହି ଉଲ୍ଲେଖନୀୟ ସଫଳତାକୁ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରଶଂସା କରାଯାଇଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଏହି ବଡ଼ ସଫଳତା ପାଇଁ ସୋନପୁର ଏସ.ପି. ନାରାୟଣ ନାୟକ ଏବଂ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି।

ଏହି ସମ୍ପୂର୍ଣ୍ଣ ଘଟଣାକୁ ନେଇ ସୁବଳୟା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ, ଏହି ନିଶା କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

marijuana Sonepur Police ଗଞ୍ଜେଇ ଜବତ ନିଶାମୁକ୍ତ ଓଡ଼ିଶା ଅଭିଯାନ ସୋନପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

୩ ଟି ସ୍ୱର୍ଣ୍ଣ ପଦକ ସହ ହ୍ୟାଟ୍ରିକ୍ ଅର୍ଜନ କଲେ ଓଡ଼ିଶାର ସୌରଭ ପୁଟେଲ

August 10, 2026

କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ

August 10, 2026

ଆଜି ଅଗଷ୍ଟ ୧୦ ତାରିଖ ସୋମବାରରେ ଏହି ଆଠଟି ରାଶି ପାଇଁ ରହିଛି ବଡ ଖୁସି ଖବର

August 10, 2026

ହୀରାକୁଦରେ ପୁଣି ବଢ଼ିଲା ବନ୍ୟାଜଳ, ଖୋଲିଲା ଆଉ ୪ଟି ଗେଟ୍‌

August 10, 2026
Latest News

ସୋନପୁର ପୋଲିସର ବଡ଼ ସଫଳତା: ୧୨.୫ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

August 10, 2026

୩ ଟି ସ୍ୱର୍ଣ୍ଣ ପଦକ ସହ ହ୍ୟାଟ୍ରିକ୍ ଅର୍ଜନ କଲେ ଓଡ଼ିଶାର ସୌରଭ ପୁଟେଲ

August 10, 2026

କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ

August 10, 2026

ଆଜି ଅଗଷ୍ଟ ୧୦ ତାରିଖ ସୋମବାରରେ ଏହି ଆଠଟି ରାଶି ପାଇଁ ରହିଛି ବଡ ଖୁସି ଖବର

August 10, 2026

ହୀରାକୁଦରେ ପୁଣି ବଢ଼ିଲା ବନ୍ୟାଜଳ, ଖୋଲିଲା ଆଉ ୪ଟି ଗେଟ୍‌

August 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.