ନୀଳଗିରି: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ଭାଲୁ ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି। ଜୁରିଆପାଟଣା ଗ୍ରାମର ସୁକାନ୍ତି ଦଳେଇ (୪୬) ଭୋର ପ୍ରାୟ ୫ଟାରେ ପୋଖରୀକୁ ଶୌଚ ପାଇଁ ଯାଇଥିବାବେଳେ ଏକ ଭାଲୁ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା।
ସେହିପରି ଦ୍ୱାରିକା ଗ୍ରାମର ଦିଲ୍ଲୀପ ବାରିକ (୩୫) ଚାଷ ଜମିକୁ ଯାଉଥିବାବେଳେ ମହାବଳପଦା ନିକଟରେ ତିନୋଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଫକୀର ମୋହନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।


