ଭୁବନେଶ୍ବର: ଚିଲିକା ନିର୍ବାଚ଼ନ ମଣ୍ଡଳୀର ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଶଙ୍କର ପାଇକରାୟ ଅସୁସ୍ଥ ହୋଇ ଭୁବନେଶ୍ବରର ଏମ୍ସ ରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧିନ ଥିବା ଖବର ପାଇ ଆଜି ସଂଧ୍ୟାରେ ତାଙ୍କୁ ହସ୍ପିଟାଲରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସାକ୍ଷାତ କରିଛନ୍ତି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି। ମନ୍ତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ବଡକୂଳରେ ଥିବା ପ୍ରସିଦ୍ଧ ଚିଲିକା ଢାବାର ମାଲିକ ଶ୍ରୀଯୁକ୍ତ ପାଇକରାୟ ବାଲୁଗାଁ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ସୁକାନ୍ତି ପାଇକରାୟ ବାଲୁଗାଁ ଏନଏସି ର ଅଧ୍ୟକ୍ଷା ଅଛନ୍ତି। ଏଥିସହିତ ତାଙ୍କ ପୁତ୍ର ସନ୍ତୋଷ ପାଇକରାୟ ବାଲୁଗାଁର ଜଣେ ସମାଜସେବୀ ଭାବେ ମଧ୍ୟ ପରିଚିତ। ସେ ବର୍ତ୍ତମାନ ବାଲୁଗାଁ ଏନଏସି ବିଜେପି ମଣ୍ଡଳ ସଭାପତି ଅଛନ୍ତି।


