ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ତେହେଲକା ପତ୍ରିକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ତାଙ୍କୁ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ପଡିବ। ଅଗଷ୍ଟ ୪ ତାରିଖରେ ବମ୍ବେ ହାଇକୋର୍ଟ ଦୁଷ୍କର୍ମ ମାମଲାରେ ତେଜପାଲଙ୍କୁ ୧୦ ବର୍ଷ ଜେଲଦଣ୍ଡ ଶୁଣାଇ ଆତ୍ମସମର୍ପଣ ପାଇଁ ଚାରି ସପ୍ତାହ ସମୟ ଦେଇଥିଲେ। ସୁପ୍ରିମକୋର୍ଟରେ ବିଚାରାଧୀନ ଆବେଦନକୁ ଉଦ୍ଧୃତ କରି ତେଜପାଲ ତାଙ୍କ ଆତ୍ମସମର୍ପଣ ଉପରେ ସ୍ଥଗିତାଦେଶ ଆବେଦନ କରିଥିଲେ।


