Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚତୁର୍ଦ୍ଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା
ଆଜିର ଖବର

ଚତୁର୍ଦ୍ଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 29, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅହୋରାତ୍ର ଧାରଣା
ଚତୁର୍ଦ୍ଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର୍ ପି.ଏମ୍‌.ଜି. ଛକର ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ଚତୁର୍ଦ୍ଦଶ ଦିନରେ ପହଞ୍ଚିଛି। ଶହ ଶହ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ଖରା, ବର୍ଷାକୁ ସହି ରାଜରାସ୍ତାରେ ଅହୋରାତ୍ର ଧାରଣାରେ ବସିଛନ୍ତି। ସମସ୍ୟା ସମାଧାନ ହେବା ଦିଗରେ ସରକାର ସାମାନ୍ୟତମ ଆନ୍ତରିକତା ପ୍ରଦର୍ଶନ କରୁ ନାହାନ୍ତି। ଏକ ଗଣତାନ୍ତ୍ରିକ ଆନ୍ଦୋଳନକୁ ହାଲୁକା ଭାବେ ଗ୍ରହଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତିରେ କହିଛନ୍ତି।

ସୂଚନାଥାଉକି, ଶିକ୍ଷକ କର୍ମଚାରୀମାନେ ଦୀର୍ଘ ୧୪ ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବରେ ଗାନ୍ଧିମାର୍ଗରେ ଧାରଣାରେ ବସି ରହିଛନ୍ତି। କିନ୍ତୁ ସରକାର ସମ୍ବେଦନଶୀଳ ହେବା ପରିବର୍ତ୍ତେ ବାରମ୍ବାର ନିଜର ପ୍ରତିଶ୍ରୁତି ଭଙ୍ଗ କରୁଛନ୍ତି। ଯେତେ ଅଭିଯୋଗ, ଆପତ୍ତି କଲେ ମଧ୍ୟ କର୍ଣ୍ଣପାତ କରୁନାହାଁନ୍ତି। ଉଚ୍ଚସ୍ତରୀୟ କମିଟି ସରକାରଙ୍କୁ ତାଙ୍କର ରିପୋର୍ଟ ଦେଇ ସାରିଥିଲେ ମଧ୍ୟ ସରକାର ସମୟ ଗଡ଼େଇ ଚାଲିଛନ୍ତି। ସରକାର ତାଙ୍କର ଉତ୍ତରଦାୟିତ୍ୱ ପାଳନ କରନ୍ତୁ।

ଯୋଗ୍ୟ ବିବେଚିତ ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଅନୁଦାନ ନପାଇ ଶୂନ୍ୟ ହସ୍ତରେ ଅବସର ନେଉଛନ୍ତି ଓ ମୃତ୍ୟୁବରଣ କରୁଛନ୍ତି । ତେଣୁ ଅନୁଦାନରୁ ବାଦ୍ ପଡ଼ିଥିବା ବିଦ୍ୟାଳୟଗୁଡ଼ିକୁ ଅନୁଦାନ ଦେଇ ସେମାନଙ୍କ ମୁହଁରେ ହସ ଫୁଟାନ୍ତୁ । ୩୦ ବର୍ଷରୁ ଊର୍ଦ୍ଧ୍ୱକାଳ ଶିକ୍ଷାଦାନ କରିବା ପରେ ରିକ୍ତ ହସ୍ତରେ ଅବସର ନେଉଥିବା ସମସ୍ତ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀଙ୍କ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ପେନ୍‌ସନ ବ୍ୟବସ୍ଥା ଓ ଚାକିରି ସର୍ତ୍ତାବଳୀ ଲାଗୁ କରାଯାଉ ।

ଶିକ୍ଷକ କର୍ମଚାରୀମାନଙ୍କର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଅନୁଦାନ ପ୍ରତ୍ୟାସୀ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା, ୨୦୦୪ ମସିହାଠାରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା ଏବଂ ରାଜ୍ୟର ସମସ୍ତ ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଓ ଓଡ଼ିଶାରେ ଗୋଟିଏ ପ୍ରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପରିଣତ କରି ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଇତ୍ୟାଦି ।

ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଶିକ୍ଷକମାନଙ୍କର ସମସ୍ୟା ସମାଧାନ କରନ୍ତୁ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ, ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଶଲିଳ ରାଜନନ୍ଦନ ମହାନ୍ତି, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ. କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି, ନଚେତ୍ ଏ ଆନ୍ଦୋଳନ ଆହୁରି ତୀବ୍ରରୂପ ଧାରଣ କରିବ ।

ଅହୋରାତ୍ର ଧାରଣା ଚତୁର୍ଦ୍ଦଶ ଦିବସ ଶିକ୍ଷକ ସମାଜ ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

MMDR ସଂଶୋଧନ ବିଲ୍‌କୁ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ

August 29, 2026

‘ଏକ ଘଣ୍ଟା ଖେଲ୍ କେ ମୈଦାନ୍ ମେଁ’ ଅଭିଯାନରେ ଡ. ମନସୁଖ ମାଣ୍ଡଭିୟ

August 29, 2026

ସରକାରୀ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ

August 29, 2026

ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

August 29, 2026
Latest News

ଚତୁର୍ଦ୍ଦଶ ଦିବସରେ ଶିକ୍ଷକ ସମାଜର ଅହୋରାତ୍ର ଧାରଣା

August 29, 2026

MMDR ସଂଶୋଧନ ବିଲ୍‌କୁ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଜବାବ

August 29, 2026

‘ଏକ ଘଣ୍ଟା ଖେଲ୍ କେ ମୈଦାନ୍ ମେଁ’ ଅଭିଯାନରେ ଡ. ମନସୁଖ ମାଣ୍ଡଭିୟ

August 29, 2026

ସରକାରୀ ଦନ୍ତ ଚିକିତ୍ସକଙ୍କ ପାଇଁ ବଡ଼ ଘୋଷଣା: ପ୍ରତିମାସ ₹୨୦,୦୦୦ ପ୍ରୋତ୍ସାହନ

August 29, 2026

ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.