Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»Uncategorized»କୋହଲି ଏବଂ ରାହାଣେଙ୍କ ଅର୍ଦ୍ଧଶତକ : ଦୃଢ ସ୍ଥିତିରେ ଭାରତ
Uncategorized

କୋହଲି ଏବଂ ରାହାଣେଙ୍କ ଅର୍ଦ୍ଧଶତକ : ଦୃଢ ସ୍ଥିତିରେ ଭାରତ

August 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦୃଢ ସ୍ଥିତିରେ ରହିଛି ଭାରତ । ପ୍ରଥମ ଇନିଂସରେ 75 ରନ୍‌ର ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ବିତୀୟ ଇନିଂସରେ ଅଧିନାୟକ ଏବଂ ଉପ ଅଧିନାୟକଙ୍କ ଅପରାଜିତ ଶତକୀୟ ଭାଗିଦାରୀ ଫଳରେ ଦୃଢ ସ୍ଥିତିରେ ରହିଛି । ଭାରତ 81 ରନ୍‌ରେ ତିନି ଓ୍ବିକେଟ୍‌ ହରାଇଥିବା ବେଳେ କୋହଲି (51*) ଏବଂ ରାହାଣେ(55*) 104* ରନ୍‌ର ଭାଗିଦାରୀ କରି ବ୍ୟାଟିଂ କରୁଛନ୍ତି । ଭାରତର ଅଗ୍ରଣୀ 260 ରନ୍‌ରେ ପହଞ୍ଚିଛି । ଭାରତ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ ଏବଂ କେ ଏଲ୍‌ ରାହୁଲ ଭଲ ପ୍ରାରମ୍ଭ କରିଥିଲେ ମଧ୍ୟ କେ ଏଲ୍‌ ରାହୁଲଙ୍କ ଭୁଲ୍‌ ନିଷ୍ପତ୍ତି କାରଣରୁ ମୟଙ୍କ (16) ଚେସ୍‌ଙ୍କ ବଲ୍‌ରେ ଲେଗ ବିଫୋର୍‌ ଆଉଟ୍‌ ହୋଇଥିଲେ । ଏହାପରେ ରାହୁଲ୍‌(38) ପ୍ରଥମ ଇନିଂସ ପରି ସେଟ୍‌ ହୋଇ ନିଜ ଓ୍ବିକେଟ୍‌ ଫୋପାଡିଥିଲେ । ପୂଜାରା(25) କେମାର ରୋଚ୍‌ଙ୍କ ଏକ ଇନ୍‌ ସ୍ବିଙ୍ଗରରେ ବୋଲ୍ଡ ହୋଇଥିବା ବେଳେ ରାହାଣେ ଏବଂ କୋହଲି ଅପରାଜିତ ରହି ଇନିଂସ ସମ୍ଭାଳିଥିଲେ । ବିରାଟ କୋହଲି 111 ବଲ୍‌ରୁ 2 ଚୌକା ସହିତ 51 ରନ୍‌ ସଂଗ୍ରହ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ 140ଟି ବଲ୍‌ରୁ 3 ଚୌକା ସହାୟତାରେ 55 ରନ୍‌ ସଂଗ୍ରହ କରିଥିଲେ । ଚେସ୍‌ 69 ରନ୍‌ରେ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିବା ବେଳେ ରୋଚ୍‌ 18 ରନ୍‌ରେ ଗୋଟିଏ ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 26କୁ ବୃଦ୍ଧି

July 1, 2020

ଉରି ପରେ ବଡ଼ ପରଦାରେ ‘ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌’, ସଞ୍ଜୟ କରିବେ ପ୍ରଯୋଜନା

December 13, 2019

ବାଲୁଗାଁ ମହାବିଦ୍ୟାଳୟଠାରେ ଦୁଇଦିନିଆ ଖୋର୍ଦ୍ଧା ଜିଲ୍ଲା ଯୁବ ମହୋତ୍ସବ -୨୦୧୯ ପାଳିତ

December 12, 2019

ଜାତୀୟ ଟ୍ରେଡ୍‌ ଫେୟାର୍‌ ଉଦ୍‌ଘାଟନ ଅବସରରେ କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଆବ୍ବାସ୍‌ ନକ୍‌ଭୀଙ୍କ ସହ କିରଣ ରିଜ୍ଜୁ

November 15, 2019
Latest News

ଖୋର୍ଦ୍ଧା ଜିଲ୍ଲାର A1 ଗ୍ରେଡ୍ ପ୍ରାପ୍ତ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.