ରେଢ଼ାଖୋଲ (କନ୍ଦର୍ପ ବେହେରା): ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡ଼ଇଁଚାରେ ବ୍ଲକ ସ୍ତରୀୟ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ବିଦ୍ୟାଳୟ ର ଅଧ୍ୟକ୍ଷ ହଳଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରଶିକ୍ଷଣ ଶିବିରରେପ୍ରଶିକ୍ଷକ ଭାବରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ /ଶିକ୍ଷୟତ୍ରୀମାନେ ଯୋଗଦେଇଥିଲେ। ବିଭିନ୍ନ ବିଷୟରେ ବିଶାରଦ ଭାବରେ ଶିକ୍ଷକ ମାନେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଗଣିତ ବିଭାଗରେ ବିଶାରଦ ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶତ୍ରୁଘ୍ନ ସ୍ୱାଇଁ, ଵିଜ୍ଞ।ନ ବିଭାଗରେ ବିଜୟାନନ୍ଦ ପ୍ରଧାନ, କୁସୁମ ମଞ୍ଜରୀ ଧଳ, ପ୍ରଜ୍ଞାପାରମିତା ସାହୁ, ଇଂରାଜୀ ବିଭାଗରେ କୈଳାସ ବେହେରା, ଓଡ଼ିଆ ବିଭାଗରେ କ୍ଷୀରୋଦ କୁମାର ପଣ୍ଡା, ଜିତନ୍ମୟୀ ଦଳେଇ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ।
ଏହି ପ୍ରଶିକ୍ଷଣ ଶିବିର ରେ ନାକଟିଦେଉଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଶିକ୍ଷକ ଅରୁଣ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ। ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୩୬ ଜଣ ଛାତ୍ର /ଛାତ୍ରୀ ଯୋଗଦେଇଥିଲେ।


