ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରେଳଷ୍ଟେସନ ପରିସରରେ ଟ୍ରେନକୁ ଅପେକ୍ଷା କରିଥିବା ଯାତ୍ରୀଙ୍କଠାରୁ ଛୁରୀ ଦେଖାଇ ଲୁଟ୍ ହୋଇଥିବା ଅଭିଯୁକ୍ତ ହୋଇଛି। କିନ୍ତୁ ଅଭିଯୁକ୍ତକୁ ପୋଲିସ ଧରିବାରେ ସଫଳ ହୋଇଛି।
ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ନିଲୁ ଗୌଡ଼ ନାମକ ଜଣେ ବ୍ୟକ୍ତି ବ୍ରହ୍ମପୁର ରେଳଷ୍ଟେସନ ପରିସରରେ ଟ୍ରେନକୁ ଅପେକ୍ଷା କରିଥିଲେ। ଠିକ ସେତିକି ବେଳେ ହଠାତ୍ ଜଣେ ଯୁବକ ଆସି ତାଙ୍କୁ ଛୁରୀ ଦେଖାଇ ସେ ଧରିଥିବା ବ୍ୟାଗ୍ ମାଗିଥିଲା। ଭୟରେ ଲୁଟେରାକୁ ନିଲୁ ବ୍ୟାଗ୍ ଦେଇ ନିକଟସ୍ଥ ରେଳବାଇ ପୋଲିସ୍ ଥାନାରେ ତୁରନ୍ତ ଅଭିଯୋଗ କରିଥିଲେ।
ପୋଲିସ ତତକ୍ଷଣାତ୍ ପଦକ୍ଷେପ ସ୍ବରୂପ ଅଭିଯୁକ୍ତ ଯୁବକକୁ କାବୁ କରିନେଇଥିଲା। ଥାନାରେ ଅଭିଯୁକ୍ତକୁ ଜେରା କରିବା ପରେ ତା ନିକଟରୁ ଉକ୍ତ ବ୍ୟାଗ୍ ଜବତ୍ କରାଯାଇଥିଲା। ପରେ ଅଭିଯୁକ୍ତ ଶିବ ପ୍ରସାଦ ମହାରଣାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।


