Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରସ୍ଥିତ CSIR-IMMT ଗସ୍ତ କଲେ ଆମେରିକୀୟ କନସୁଲ ଜେନେରାଲ
ଆଜିର ଖବର

ଭୁବନେଶ୍ୱରସ୍ଥିତ CSIR-IMMT ଗସ୍ତ କଲେ ଆମେରିକୀୟ କନସୁଲ ଜେନେରାଲ

September 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
U.S. Consul General Visits CSIR-IMMT to Strengthen Indo-US Collaboration in Critical Minerals
U.S. Consul General Visits CSIR-IMMT to Strengthen Indo-US Collaboration in Critical Minerals

ଭୁବନେଶ୍ୱର: ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକା କନସୁଲ ଜେନେରାଲଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଏମଏମଟି (CSIR-IMMT) ଗସ୍ତ କରିଛନ୍ତି। ଏହି ଗସ୍ତ କାଳରେ ପ୍ରତିନିଧି ଦଳ ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣ ଏବଂ ବରିଷ୍ଠ ବିଜ୍ଞାନୀମାନଙ୍କ ସହ ଆଲୋଚନା କରିଥିଲେ। କ୍ରିଟିକାଲ ମିନେରାଲ୍ସ (ଗୁରୁତ୍ୱପୂର୍ଣ୍ଣ ଖଣିଜ) ଏବଂ ଉନ୍ନତ ପ୍ରସେସିଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-ଆମେରିକା ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ପ୍ରତିନିଧି ଦଳ ସଂସ୍ଥାନର ଗବେଷଣାଗାର ସମେତ ଖଣିଜ ପ୍ରକ୍ରିୟାକରଣ ପାଇଲଟ ପ୍ଲାଣ୍ଟ, ପିଜିଏମ୍‍ ପାଇଲଟ ପ୍ଲାଣ୍ଟ ଏବଂ ସି-ବେଡ ମିନେରାଲ୍ସ ପାଇଲଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ସଂସ୍ଥା ଦ୍ୱାରା ହେଉଥିବା ଅଗ୍ରଗତି ସମ୍ପର୍କରେ ପ୍ରତିନିଧି ଦଳକୁ ଅବଗତ କରାଯାଇଥିଲା। ଏନସିଏମଏମ ଅଧୀନରେ ସିଏସ୍‍ଆଇଆର-ଆଇଏମଏମଟି ଉତ୍କର୍ଷ କେନ୍ଦ୍ର ଏବଂ ବ୍ୟବସାୟ ବିକାଶ ଶାଖାର ମୁଖ୍ୟ ଡ. କାଳୀ ସଞ୍ଜୟ, ବିଭିନ୍ନ ଶିଳ୍ପ ଓ ଅନୁଷ୍ଠାନଗୁଡ଼ିକ ସହ ଅନୁଷ୍ଠାନର ସହଯୋଗିତା ଏବଂ ଅନୁଷ୍ଠାନର ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ କ୍ରିଟିକାଲ ମିନେରାଲ୍ସ ଅଧୀନରେ ହାତକୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଥିଲେ।

ଗୁରୁତ୍ୱପୂର୍ଣ୍ଣ ଖଣିଜ ଏବଂ ଦୁର୍ଲଭ ମୃତ୍ତିକା କ୍ଷେତ୍ରରେ ସୁରକ୍ଷିତ ଓ ବିଶ୍ୱସନୀୟ ଯୋଗାଣ ଶୃଙ୍ଖଳା ଗଢ଼ିତୋଳିବା ପାଇଁ ଟ୍ରଷ୍ଟ (TRUST) ଏବଂ ପାକ୍ସ ସିଲିକା (Pax Silica) ପଦକ୍ଷେପ ଅଧୀନରେ ଥିବା ଦ୍ୱିପାକ୍ଷିକ ପ୍ରାଥମିକତାକୁ ଦୃଷ୍ଟିରେ ରଖି କନସୁଲ ଜେନେରାଲ ଲୋରା ୱିଲିୟମ୍ସ,ଏହି ପ୍ରତିଷ୍ଠାନ ଏବଂ ଆମେରିକାର ଗବେଷଣା ସଂସ୍ଥାଗୁଡ଼ିକ ମଧ୍ୟରେ ଗବେଷଣା ଓ ବିକାଶ ସହଯୋଗ ଏବଂ ସଂସ୍ଥାଗତ ସଂଯୋଗର ସମ୍ଭାବନାକୁ ଉଚ୍ଚ ପ୍ରଶଂସା କରିଥିଲେ।

ନିରନ୍ତର ବୈଜ୍ଞାନିକ ସହଯୋଗର ପ୍ରତିବଦ୍ଧତାକୁ  ସ୍ମରଣୀୟ କରିବା ପାଇଁ ଅନୁଷ୍ଠାନ ପରିସରରେ  ବୃକ୍ଷରୋପଣ  ଆୟୋଜନ କରାଯାଇଥିଲା।

CSIR ଆଇଏମଏମଟି ଆମେରିକୀୟ କନସୁଲ ଜେନେରାଲ ସିଏସଆଇଆର
Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 10, 2026

ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

September 10, 2026

ସେପ୍ଟେମ୍ବର ୧୦ ରାଶିଫଳ: କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?

September 10, 2026

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026
Latest News

ଭୁବନେଶ୍ୱରସ୍ଥିତ CSIR-IMMT ଗସ୍ତ କଲେ ଆମେରିକୀୟ କନସୁଲ ଜେନେରାଲ

September 10, 2026

ସୋଆ କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 10, 2026

ବିରଜାଈ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ଓ ମିଶ୍ରଣ ପର୍ବ

September 10, 2026

ସେପ୍ଟେମ୍ବର ୧୦ ରାଶିଫଳ: କ’ଣ ରହିବ ଆପଣଙ୍କ ଭାଗ୍ୟଫଳ?

September 10, 2026

ସୁନା ମୁଦି ଯୋଜନାକୁ ନେଇ ବଡ଼ ଅପଡେଟ୍, ଘୁଞ୍ଚିଲା ଲଞ୍ଚ ଡେଟ୍

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.