Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଇଣ୍ଡୋନେସିଆ ପୁସ୍ତକ ମେଳାରେ ଏକମାତ୍ର ଭାରତୀୟ ପ୍ରକାଶକ ଭାବେ ଯୋଗ ଦେବ ଓଡିଶାର ‘ପେନ୍ ଇନ୍ ବୁକ୍ସ’ 
ଅନ୍ତରାଷ୍ଟ୍ରୀୟ

ଇଣ୍ଡୋନେସିଆ ପୁସ୍ତକ ମେଳାରେ ଏକମାତ୍ର ଭାରତୀୟ ପ୍ରକାଶକ ଭାବେ ଯୋଗ ଦେବ ଓଡିଶାର ‘ପେନ୍ ଇନ୍ ବୁକ୍ସ’ 

September 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଇଣ୍ଡୋନେସିଆ ପୁସ୍ତକ ମେଳା
ଇଣ୍ଡୋନେସିଆ ପୁସ୍ତକ ମେଳାରେ ଏକମାତ୍ର ଭାରତୀୟ ପ୍ରକାଶକ ଭାବେ ଯୋଗ ଦେବ ଓଡିଶାର 'ପେନ୍ ଇନ୍ ବୁକ୍ସ' 

ଭୁବନେଶ୍ବର: ଚଳିତ ମାସ ୩୦ ତାରିଖରୁ ୪୬ତମ ଅନ୍ତର୍ଜାତୀୟ ଇଣ୍ଡୋନେସିଆ ପୁସ୍ତକମେଳା ଆୟୋଜିତ ହେଉଥିବାବେଳେ ଏଥିରେ ଯୋଗ ଦେବ ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍ ର ‘ପେନ୍ ଇନ୍ ବୁକ୍ସ’ ପ୍ରକାଶନ ସଂସ୍ଥା। ମେଳା ପରିସରରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୨ ତାରିଖା ଯାଏଁ ହେବାକୁ ଥିବା ସ୍ବତ୍ବ ସମାବେଶରେ ବିଶ୍ବର ବିଭିନ୍ନ କୋଣରୁ ଶତାଧିକ ପ୍ରକାଶନ ସଂସ୍ଥା ଯୋଗ ଦେଉଥିବା ବେଳେ ୨୮ଟି ସଂସ୍ଥାକୁ ସ୍ବତନ୍ତ୍ର ଫେଲୋସିପ୍‌ ପ୍ରଦାନ କରିଛନ୍ତି ମେଳା କର୍ତୃପକ୍ଷ।

ଇଣ୍ଡୋନେସିଆ ପ୍ରକାଶକ ସଂଘ ଓ ଇଣ୍ଡୋନେସିଆ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ମିଳିତ ସହଯୋଗରେ ଆୟୋଜିତ ଏହି ମେଳାରେ ଭାରତରୁ ଏକମାତ୍ର ସଂସ୍ଥା ଭାବେ ଓଡ଼ିଆ ମିଡିଆ ଫେଲୋସିପ୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ‘ପେନ୍‌ ଇନ୍‌ ବୁକ୍ସ’ ମାଧ୍ୟମରେ ଓଡ଼ିଆ ପ୍ରକାଶନ ଜଗତରେ ବୈପ୍ଲବିକ ବିକାଶ ଆଣିଥିବା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଓଡ଼ିଶାର ସାହିତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ତଥା ଜଣାଶୁଣା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି।

ଓଡ଼ିଆ ସାହିତ୍ୟକୁ ବିଶ୍ବର ଅନ୍ୟ ଭାଷାରେ ଅନୂଦିତ ଓ ପ୍ରକାଶିତ କରିବା ସହ ବିଶ୍ବ ସାହିତ୍ୟକୁ ଓଡ଼ିଆ ପାଠକଙ୍କ ପାଖରେ ପହଞ୍ଚାଇବା ଲାଗି ଇଣ୍ଡୋନେସିଆ ଅନ୍ତର୍ଜାତୀୟ ପୁସ୍ତକ ମେଳା ସହାୟକ ହେବ ବୋଲି ଶ୍ରୀ ପଣ୍ଡା ଆଶାବ୍ୟକ୍ତ କରିଛନ୍ତି। ଚଳିତ ବର୍ଷ ବିଶ୍ବର ଅନ୍ୟୂନ ୩ଟି ଅନ୍ତର୍ଜାତୀୟ ମେଳାରେ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଓଡ଼ିଆ ପୁସ୍ତକ ପ୍ରଦର୍ଶନ କରିବ ବୋଲି ସେ ସୂଚନା ଦେଇଛନ୍ତି।

Book Fair Indonesia Book Fair Pen In Books ଇଣ୍ଡୋନେସିଆ ପୁସ୍ତକ ମେଳା ପେନ୍‌ ଇନ୍‌ ବୁକ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁକ୍ତ୨ରେ ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ: ହେଲ୍‌ଥକେୟାର ଓ ଆପାରେଲ୍ସ ପଢ଼ିବେ ଛାତ୍ରଛାତ୍ରୀ

September 10, 2026

ବିହାରରେ ବନ୍ୟା ତାଣ୍ଡବ: ୧୪ ଜିଲ୍ଲାରେ ୩୫.୮୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

September 10, 2026

ନିଶାମୁକ୍ତ ଭାରତ ଓ ମୋ ଯୁବ ଭାରତ ନେଇ ଦୁଇଦିନିଆ ଜନସଚେତନତା କାର୍ଯ୍ୟକ୍ରମ

September 10, 2026

ଭୁବନେଶ୍ୱରସ୍ଥିତ CSIR-IMMT ଗସ୍ତ କଲେ ଆମେରିକୀୟ କନସୁଲ ଜେନେରାଲ

September 10, 2026
Latest News

ଇଣ୍ଡିଆ-ଏ’ ଟିମ୍ ଘୋଷଣା: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ସ୍ଥାନ

September 10, 2026

ଇଣ୍ଡୋନେସିଆ ପୁସ୍ତକ ମେଳାରେ ଏକମାତ୍ର ଭାରତୀୟ ପ୍ରକାଶକ ଭାବେ ଯୋଗ ଦେବ ଓଡିଶାର ‘ପେନ୍ ଇନ୍ ବୁକ୍ସ’ 

September 10, 2026

ଯୁକ୍ତ୨ରେ ନୂଆ ଧନ୍ଦାମୂଳକ ପାଠ୍ୟକ୍ରମ: ହେଲ୍‌ଥକେୟାର ଓ ଆପାରେଲ୍ସ ପଢ଼ିବେ ଛାତ୍ରଛାତ୍ରୀ

September 10, 2026

ବିହାରରେ ବନ୍ୟା ତାଣ୍ଡବ: ୧୪ ଜିଲ୍ଲାରେ ୩୫.୮୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

September 10, 2026

୯ମ ରାଷ୍ଟ୍ରୀୟ ପୋଷଣ ମାସ: ଏକ ମାସବ୍ୟାପୀ ପୋଷଣ ଉତ୍ସବ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.