ପର୍ବପର୍ବାଣୀରେ ଉପବାସ କରାଯାଇଥାଏ। କେହି କେହି କାଷ୍ଠା (ବିନା କିଛି ଖାଦ୍ୟ) ଖାଇ ଉପବାସ କରନ୍ତି ତ ଆଉ କେହି ରୀତିନୀତି ଅନୁଯାୟୀ ଖାଦ୍ୟ ଖାଇ ଉପବାସ କରନ୍ତି। ବହୁତ ଲୋକଙ୍କ ଧାରଣା ରହିଛି ଉପବାସ କଲେ ଦେହ ଖରାପ ହୋଇଥାଏ। ଏଥିପାଇଁ ଘରେ ସାନମାନଙ୍କୁ ଉପବାସ କରିବାକୁ ବାରଣ କରିଥାନ୍ତି। ହେଲେ ଉପବାସ ଦ୍ୱାରା ଶରୀର ଉପରେ କୌଣସି ଖରାପ ପ୍ରଭାବ ପଡ଼ିନଥାଏ। ଏହା ଆମେ ନୁହେଁ ଡାକ୍ତରମାନେ ମଧ୍ୟ ମତ ଦିଅନ୍ତି। ତେବେ ଦୀର୍ଘଦିନ ଧରି ଉପବାସ ଶରୀର ପାଇଁ କ୍ଷତିକାରକ। ବିଜ୍ଞାନ ମତରେ ସପ୍ତାହକୁ ଗୋଟିଏ ଦିନ ଉପବାସ ରହିବା ସ୍ୱାସ୍ଥ୍ୟ ପାଇଁ ହିତକର। ତେବେ ଆସନ୍ତୁ ଜାଣିବା ଉପବାସ କରିବାବେଳେ କେଉଁ ଉପାୟ ଆପଣାଇଲେ ଫାଇଦା ମିଳିଥାଏ।
– ଉପବାସ ସମୟରେ ନଡିଆ ପାଣି ଓ ହରବାଲ ଚା ପିଅନ୍ତୁ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦେଇଥାଏ। ଏହା ସହ ତରଳ ପଦାର୍ଥ ଇଲେକ୍ଟ୍ରୋଲାଇଟ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରିଥାଏ।
– ଉପବାସ ଅନ୍ୟ ଏକ ଲାଭ ହେଉଛି, ଏହା ମାନସିକ ସ୍ତରରେ ଶାନ୍ତି ଦେଇଥାଏ। ଉପବାସ ଦ୍ୱାରା ମନ ସ୍ଥିର ରହିଥାଏ। ଏହା ସହ ପ୍ରତିଦିନ ଭଳି ଅନାବଶ୍ୟକ ଖାଇବାରୁ ମୁକ୍ତି ମିଳିଥାଏ।
– ଫଳ, ଲସି, ଲେମ୍ବୁ ପାଣି ଆଦିକୁ ଉପବାସ ସମୟରେ ନେବା ଦ୍ୱାରା ପାଚନ ତନ୍ତ୍ରକୁ ଅଧିକ କାର୍ଯ୍ୟ କରିବାକୁ ପଡିଥାଏ। ଏହା ଦ୍ୱାରା କୋଷ୍ଠକାଠିନ୍ୟ ଓ ନିର୍ଜଳା ସମସ୍ୟାରୁ ମୁକ୍ତି ମିଳିଥାଏ।
– ଉପବାସ ଯୋଗୁଁ ଲେପଟିନ ହରମୋନ ଅଧିକ ଆକ୍ଟିଭ ହୋଇଥାଏ। ଏହା ଶରୀରରେ ଥାଇରଏଡ ହରମୋନ୍ ବୃଦ୍ଧି କରିଥାଏ।
– ଉପବାସ ଦ୍ୱାରା ଶରୀରରେ ଇନସୁଲିନ କମ ବ୍ୟବହାର ହୋଇଥାଏ। କିଛି ନ ଖାଇବା ଦ୍ୱାରା ଶରୀରରେ ସୁଗାରର ପରିମାଣ କମ୍ ରହିଥାଏ। ଫଳରେ ଇନସୁଲିନ ବ୍ୟବହାର କମ ହୋଇଥାଏ।
– ଉପବାସ ଯୋଗୁଁ ବ୍ଲଡ ଟ୍ରାଇଗ୍ଲିସରାଇଡସ କମିଥାଏ। ଫ୍ୟାଟ ରକ୍ତକଣିଆ ଯୋଗୁଁ ଧମନି ବିକଶିତ ହେବାର ସମସ୍ୟା ହୋଇଥାଏ। ଉପବାସ ଦ୍ୱାରା ଏପରି ହେବାର ଆଶଙ୍କା କମିଯାଇଥାଏ।
– ଉପବାସ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ସନ୍ତୁଳନରେ ସହାୟକ ହୋଇଥାଏ। ଉପବାସ ଯୋଗୁଁ ପୁରୁଣା ରୋଗ ପ୍ରତିରୋଧକ କୋଷିକା ବାହାରି ଯିବ ସହ ନୂଆ କୋଷିଆ ସୃଷ୍ଟି ହୋଇଥାଏ।


