Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ
ଆଜିର ଖବର

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Heavy rainfall due to low-pressure system in Malkangiri: 804.1 mm rainfall recorded.
Heavy rainfall due to low-pressure system in Malkangiri: 804.1 mm rainfall recorded.

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଥିବାରୁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନରାତି ଅବିଶ୍ରାନ୍ତ ଗତିରେ ବର୍ଷା ଜାରି ରହିଥିବାରୁ ଲୋକଙ୍କ ପାଇଁ ଘରୁ ବାହାରକୁ ଯିବା ଆସିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ପ୍ରବଳ ବର୍ଷା ହେତୁ ଜିଲ୍ଲାର ସମସ୍ତ ନଈ, ନାଳ ଓ ଛୋଟବଡ଼ ଜଳାଶୟଗୁଡ଼ିକରେ ଜଳପତ୍ତନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।

ବର୍ତ୍ତମାନ ଚାଲାଣଗୁଡ଼ା, ପାଙ୍ଗାମ, ପଟେରୁ, କାଙ୍ଗୁରକୋଣ୍ଡା, କନ୍ୟାଶ୍ରମର ସାବେରୀ, ଏମଭି-୯୦ ଏବଂ ପଡ଼ିଆ ଆଦି ସ୍ଥାନରେ ଥିବା ପ୍ରମୁଖ ନଦୀ ପୋଲଗୁଡ଼ିକ ଉପରେ ୨ରୁ ୩ ଫୁଟ୍ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ସମ୍ପୃକ୍ତ ରାସ୍ତାଗୁଡ଼ିକରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ପୋଲ ଉପରେ ଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିବା ସହ ଅନେକ ଯାତ୍ରୀ ଅସହାୟ ଭାବେ ବନ୍ଦୀ ଅବସ୍ଥାରେ ଦୀର୍ଘ ସମୟ ଧରି ରହିଛନ୍ତି। ଏହାସହିତ ନଦୀ ତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବନ୍ୟାଜଳ ପଶିଯିବା ଫଳରେ ଏକର ଏକର ଧାନ ଜମି ଜଳମଗ୍ନ ହୋଇରହିଛି, ଯାହା ଚାଷୀଙ୍କ ମଧ୍ୟରେ ଚିନ୍ତା ବଢ଼ାଇଦେଇଛି।

ସରକାରୀ ତଥ୍ୟ ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ସର୍ବମୋଟ ୮୦୪.୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ଏବଂ ବିଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାର ହାରାହାରି ବର୍ଷା ପରିମାଣ ୧୧୪.୮୭ ମିଲିମିଟର ରହିଛି। ଜିଲ୍ଲାର ସାତଟି ବ୍ଲକ ମଧ୍ୟରୁ ଚିତ୍ରକୋଣ୍ଡା ବ୍ଲକରେ ସର୍ବାଧିକ ୧୯୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଖଇରପୁଟ ବ୍ଲକରେ ୧୮୨ ମିଲିମିଟର, ମାଲକାନଗିରି ବ୍ଲକରେ ୧୩୬.୮ ମିଲିମିଟର, କୋରୁକୋଣ୍ଡା ବ୍ଲକରେ ୧୩୪ ମିଲିମିଟର, ମାଥିଲି ବ୍ଲକରେ ୮୫ ମିଲିମିଟର, କାଲିମେଳା ବ୍ଲକରେ ୮୫ ମିଲିମିଟର ଏବଂ ପଡ଼ିଆ ବ୍ଲକରେ ସର୍ବନିମ୍ନ ୨୯.୩ ମିଲିମିଟର ବର୍ଷା ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଓ ଜଳବନ୍ଦୀ ଲୋକଙ୍କ ପାଇଁ ତୁରନ୍ତ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଛି। ପ୍ରଶାସନ ତରଫରୁ ପଟେରୁ ଅଞ୍ଚଳରେ ଜଳବନ୍ଦୀ ହୋଇ ରହିଥିବା ପ୍ରାୟ ୪୦୦ ଜଣ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ସମଗ୍ର ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ବର୍ଷା ବିତ୍ପାତ ମାଲକାନଗିରି
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର: ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 12, 2026

ବ୍ରିକ୍ସ ସମ୍ମିଳନୀ: ‘ଟାଇଗର ବ୍ରାଇଟ୍‌’ ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି

September 12, 2026

ମାଲେସିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 12, 2026

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026
Latest News

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026

ରଣପୁର: ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 12, 2026

ବ୍ରିକ୍ସ ସମ୍ମିଳନୀ: ‘ଟାଇଗର ବ୍ରାଇଟ୍‌’ ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି

September 12, 2026

ମାଲେସିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 12, 2026

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.