Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»୫୫ ଜୀବନ୍ତ କଇଁଛ ଉଦ୍ଧାର, ୪ ଗିରଫ
ଅପରାଧ

୫୫ ଜୀବନ୍ତ କଇଁଛ ଉଦ୍ଧାର, ୪ ଗିରଫ

September 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
55 live turtles rescued, 4 arrested
55 live turtles rescued, 4 arrested

ଭୁବନେଶ୍ବର: ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳରେ ବନ ବିଭାଗ ଓ ପୁଲିସର ମିଳିତ ସଫଳ ଚଢ଼ାଉ ପ୍ରକ୍ରିୟାରେ ଏକ ବେଆଇନ ବନ୍ୟଜନ୍ତୁ ଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ବେଆଇନ ଭାବେ କଇଁଛ ଚାଲାଣ ହେଉଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ବନ ବିଭାଗ ଓ ମୋଟୁ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ମିଳିତ ଭାବେ ଅଭିଯାନ ଆରମ୍ଭ କରିଥିଲେ। ଏହି ଚଢ଼ାଉ ସମୟରେ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯିବା ସହ ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମୋଟୁ ଥାନା ଅନ୍ତର୍ଗତ ଏମ୍‌ପିଭି-୫୩ ଗ୍ରାମ ନିକଟସ୍ଥ କେନାଲ ରାସ୍ତାରେ ବନ ବିଭାଗ ଓ ପୁଲିସ ଟିମ୍‌ ପକ୍ଷରୁ କଡ଼ା ଯାନବାହନ ଯାଞ୍ଚ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ସନ୍ଦେହଜନକ ଭାବେ ଆସୁଥିବା ଦୁଇଟି ମୋଟରସାଇକେଲକୁ ଅଟକାଯାଇ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ସେହି ଗାଡ଼ିଗୁଡ଼ିକରୁ ୫୫ଟି ଜୀବନ୍ତ କଇଁଛ ଠାବ ହୋଇଥିଲା। ବୋଝେଇ ହୋଇଥିବା ଦୁଇଟି ମୋଟରସାଇକେଲ (ଓଆର-୩୦-୩୭୧୬ ଏବଂ ଓଆର-୩୦-୪୮୩୭) କୁ ସୁରକ୍ଷାକର୍ମୀମାନେ ଜବତ କରିଥିଲେ।

ଗାଡ଼ି ସହ ସମସ୍ତ ୫୫ଟି ଜୀବନ୍ତ କଇଁଛକୁ ବନ ବିଭାଗ ନିଜ ହେପାଜତକୁ ନେଇଛି ଏବଂ କଇଁଛ ଚୋରା ଚାଲାଣରେ ସମ୍ପୃକ୍ତ ୪ ଜଣ ଚୋରା ଚାଲାଣକାରୀଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି। ଏହି ଘଟଣାରେ ମୋଟୁ ରେଞ୍ଜରେ ବନ ମାମଲା ନମ୍ବର ଓଆର-୨୦/୨୦୨୬-୨୭ ରୁଜୁ କରାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ର ନିୟମାନୁସାରେ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି। ଉଦ୍ଧାର କରାଯାଇଥିବା କଇଁଛଗୁଡ଼ିକର ସୁରକ୍ଷା ଓ ଆବଶ୍ୟକ ଯତ୍ନ ନେବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା ହୋଇଛି।

କଇଁଛ ମାଲକାନଗିରି
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି କଂଗ୍ରେସରେ ଯୋଗଦେବେ ସୁନୀଲ ଜାଖଡ଼?: ସ୍ପଷ୍ଟ କଲେ ମତ

September 17, 2026

ମହିଳାଙ୍କୁ ଅପହରଣ ଉଦ୍ୟମ : ଦୁଇ ଗିରଫ

September 17, 2026

ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ସମ୍ପର୍କରେ ଜାତିସଂଘରେ ଅଭିଯୋଗ ଦାଖଲ କଲେ ମହୁଆ ମୋଇତ୍ରା

September 17, 2026

ଭାଙ୍ଗିଗଲା ଆକୃତି ଏବଂ ପୃଥ୍ୱୀ ଶ’ଙ୍କ ସମ୍ପର୍କ: ନିର୍ବନ୍ଧର ମାତ୍ର ଛଅ ମାସ ପରେ ହେଲେ ଅଲଗା

September 17, 2026
Latest News

ପୁଣି କଂଗ୍ରେସରେ ଯୋଗଦେବେ ସୁନୀଲ ଜାଖଡ଼?: ସ୍ପଷ୍ଟ କଲେ ମତ

September 17, 2026

ମହିଳାଙ୍କୁ ଅପହରଣ ଉଦ୍ୟମ : ଦୁଇ ଗିରଫ

September 17, 2026

୫୫ ଜୀବନ୍ତ କଇଁଛ ଉଦ୍ଧାର, ୪ ଗିରଫ

September 17, 2026

ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ସମ୍ପର୍କରେ ଜାତିସଂଘରେ ଅଭିଯୋଗ ଦାଖଲ କଲେ ମହୁଆ ମୋଇତ୍ରା

September 17, 2026

ଭାଙ୍ଗିଗଲା ଆକୃତି ଏବଂ ପୃଥ୍ୱୀ ଶ’ଙ୍କ ସମ୍ପର୍କ: ନିର୍ବନ୍ଧର ମାତ୍ର ଛଅ ମାସ ପରେ ହେଲେ ଅଲଗା

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.