ଯାଜପୁର: ଫିଲ୍ମ ଷ୍ଟାଇଲରେ ମହିଳାଙ୍କୁ ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ। ରାସ୍ତାରେ ମହିଳାଙ୍କୁ ଜୋରଜବରଦସ୍ତି ଟାଣି ନେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲେ ଦୁଇ ଅଭିଯୁକ୍ତ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ହରିଚନ୍ଦନପୁର ଗାଁରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଦୁଇ ଜଣ ବ୍ୟକ୍ତି ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ଘଟଣାଟି ଫିଲ୍ମର ଦୃଶ୍ୟ ଭଳି ଲାଗିଥିବା ବେଳେ, ମହିଳାଙ୍କୁ ଅପହରଣ କରିବା ପୂର୍ବରୁ ଗ୍ରାମବାସୀ ଏହାର ପ୍ରତିରୋଧ କରିଥିଲେ।
ମହିଳାଙ୍କୁ ଅପହରଣ କରିବା ଉଦ୍ୟମ ସମ୍ପର୍କରେ ଜାଣିବା ପରେ ଗାଁ ଲୋକେ ଏକାଠି ହୋଇ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ପରେ ସେମାନଙ୍କ ନିକଟରୁ ବନ୍ଧୁକ ଜବତ କରିବା ସହ ଉଭୟଙ୍କୁ ଧର୍ମଶାଳା ପୁଲିସ ଜିମା ଦେଇଥିଲେ।
ଏହି ଘଟଣାକୁ ନେଇ ହରିଚନ୍ଦନପୁର ଗାଁରେ ଚର୍ଚ୍ଚା ଜୋର ଧରିଛି। ମହିଳାଙ୍କୁ ଅପହରଣ କରିବା ପଛରେ କାହାର ଉଦ୍ଦେଶ୍ୟ ଥିଲା ଏବଂ ଅଭିଯୁକ୍ତମାନେ କେଉଁଠାରୁ ବନ୍ଧୁକ ଆଣିଥିଲେ, ସେନେଇ ପୁଲିସ ତଦନ୍ତ କରୁଛି। ଘଟଣାର ସମ୍ପୂର୍ଣ୍ଣ କାରଣ ଓ ଅନ୍ୟାନ୍ୟ ବିବରଣୀ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।


