Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅକ୍ଷୟ ଉପନ୍ୟାସ ପୁରସ୍କାର, ଡ଼ ଲଲାଟେନ୍ଦୁ ସାହୁଙ୍କ ‘ଘାଟ ମୁହାଁ ଡଙ୍ଗା’ ପୁସ୍ତକ ପୁରସ୍କୃତ
ଆଜିର ଖବର

ଅକ୍ଷୟ ଉପନ୍ୟାସ ପୁରସ୍କାର, ଡ଼ ଲଲାଟେନ୍ଦୁ ସାହୁଙ୍କ ‘ଘାଟ ମୁହାଁ ଡଙ୍ଗା’ ପୁସ୍ତକ ପୁରସ୍କୃତ

September 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅକ୍ଷୟ ଉପନ୍ୟାସ ପୁରସ୍କାର
ଅକ୍ଷୟ ଉପନ୍ୟାସ ପୁରସ୍କାର, ଡ଼ ଲଲାଟେନ୍ଦୁ ସାହୁଙ୍କ ‘ଘାଟ ମୁହାଁ ଡଙ୍ଗା’ ପୁସ୍ତକ ପୁରସ୍କୃତ

ଅକ୍ଷୟ ଉପନ୍ୟାସ ପୁରସ୍କାର: ଉପନ୍ୟାସ ଲେଖିବା ହେଲା ଏକ କଠିନ ଅଧ୍ୟବସାୟ କାର୍ଯ୍ୟ । ଗୀତ, କବିତା ଲେଖା ସୁନା ରୂପା ଜରି କାମ କିନ୍ତୁ ଉପନ୍ୟାସ ଲେଖା ହେଲା କାଠ ପଥରର ଶିଳ୍ପ କଳା। ଅଗଣିତ କଫି କପ୍ ଓ ସିଗାରେଟ୍ ଧୂଆଁର ପ୍ରଚ୍ଛଦପଟର ଅନ୍ତରାଳରେ ଥାଏ କେତେ ନିର୍ଯାତିତ ଦିନ ଆଉ ନିଦ୍ରାହୀନ ରାତ୍ରିର ବିଡ଼ମ୍ବନା ବୋଲି ଜୟଦେବ ଭବନରେ ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ଆନୁକୂଲ୍ୟରେ ୬ଷ୍ଠ ଅକ୍ଷୟ ଉପନ୍ୟାସ ପୁରସ୍କାର ସମାରୋହରେ ମୁଖ ଅତିଥୁ ଭାବେ ଯୋଗ ଦେଇ ବିଶିଷ୍ଟ କବି ଦେବଦାସ ଛୋଟରାୟ କହିଛନ୍ତି ।

ଟ୍ରଷ୍ଟର ସଭାପତି ପ୍ରତିଭା ରାୟ କହିଲେ, ଔପନ୍ୟାସିକ ଜୀବନର ସମସ୍ତ ପ୍ରଶ୍ନର ଉତ୍ତର ଜାଣି ନଥାନ୍ତି ଓ ପ୍ରଶ୍ନର ଉତ୍ତର ମଧ୍ୟ ଦେଇ ନଥାନ୍ତି । କିନ୍ତୁ ସେ ପ୍ରଶ୍ନ କରିବାର ସାହସ ରଖନ୍ତି । ମନୁଷ୍ୟର ସମସ୍ତ ଦୁର୍ବଳତା ସତ୍ତ୍ଵେ ତା’ ଭିତରେ ଥ‌ିବା ମନୁଷ୍ୟତାକୁ ଆବିଷ୍କାର କରନ୍ତି। ଜୀବନ ଦୃଷ୍ଟି, ଅନ୍ତଦୃଷ୍ଟି, ସତ୍ୟାନ୍ବେଷଣ ଓ ମାନବିକତା ହିଁ ଉପନ୍ୟାସର ପ୍ରକୃତ ଆତ୍ମା। ଅବଶ୍ୟ କାହାଣୀ ବିନା ଉପନ୍ୟାସର ସ୍ଥିତି ନାହିଁ। କିନ୍ତୁ ଦର୍ଶନ ବିନା ଉପନ୍ୟାସର ଜୀବନ ନାହିଁ ।

ଏହି ଅବସରରେ ‘ଘାଟ ମୁହାଁ ଡଙ୍ଗା’ ଉପନ୍ୟାସ ପାଇଁ ଡ଼ ଲଲାଟେନ୍ଦୁ ସାହୁଙ୍କୁ ‘ଅକ୍ଷୟ ଚନ୍ଦ୍ର ରାୟଙ୍କ ସ୍ମୃତିରେ ଅକ୍ଷୟ ଉପନ୍ୟାସ ପୁରସ୍କାର ଓ ‘ପକ୍ଷୀଘର’ ପ୍ରକାଶନର ବନୋଜ ତ୍ରିପାଠୀଙ୍କୁ ‘ସୁଧୀ ପ୍ରକାଶକ ସମ୍ମାନ’ ଓ ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ୟଙ୍କୁ ପ୍ରିୟ ପାଠକ ସମ୍ମାନ ପ୍ରଦାନ କରାଯାଇଥିଲା।

‘ଘାଟ ମୁହାଁ ଟଙ୍ଗା’ ଉପନ୍ୟାସ ପାଇଁ ପୁରସ୍କୃତ ଔପନ୍ୟାସିକ ଡ଼ ଲଲାଟେନ୍ଦୁ ସାହୁଙ୍କୁ ମାନପତ୍ର, ଉତ୍ତରୀୟ ସହ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଡ଼ ସାହୁ କହିଥିଲେ, ମେଘ ମାଟିକୁ ପ୍ରତାରିତ କରି ନପାରି ଭିଜାଏ। ପ୍ରକୃତିକୁ ସଜାଏ। ଅନୁଭୂତି, ଅନୁଭବ, ମାର୍ଗଦର୍ଶନ, ଦିଗ୍‌ଦର୍ଶନ ମାଧ୍ୟମରେ ଯୁବ ଔପନ୍ୟାସିକଙ୍କ ହାତ ଧରି ବାଟ କଢ଼ାଇ ପାହାଚ ପରେ ପାହାଚ ଚଢ଼ାଇ ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀର ସାଧୁତାସମ୍ପନ୍ନ ବିଚାରକମଣ୍ଡଳି ଯେଉଁ ଈର୍ଷଣୀୟ ଉଦାହରଣ ସୃଷ୍ଟି କରିଛନ୍ତି, ତାହାର ମହାର୍ଘ ଉପଲବ୍ଧି ମୋତେ ପ୍ରାପ୍ତ ହୋଇଥ‌ିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି।

ପୁରସ୍କାର ଚୟନ ମଣ୍ଡଳିର ଆବାହକ ପ୍ରଫେସର ବସନ୍ତ କୁମାର ପଣ୍ଡା କହିଥିଲେ, ଚଳିତ ବର୍ଷ ଅକ୍ଷୟ ଚନ୍ଦ୍ର ରାୟ ଉପନ୍ୟାସ ପୁରସ୍କାରରେ ସମ୍ମାନିତ ହୋଇଥିବା ଡ଼ ଲଲାଟେନ୍ଦୁ ସାହୁଙ୍କର ‘ଘାଟ ମୁହାଁ ଡଙ୍ଗା’ ଏକ ସକରାତ୍ମକ ଜୀବନବାଦୀ ଉପନ୍ୟାସ । ଦୁଷ୍କର୍ମର ଶିକାର ହୋଇ ସମାଜରେ ଯାବତୀୟ ଲାଞ୍ଛନା ସହି ନିଜର ଆତ୍ମବିଶ୍ଵାସ, ସାହସ ଓ ସଂଘର୍ଷ ବଳରେ ପୁଣି ଦମ୍ଭ ଧରି ଠିଆ ହୋଇ ଜୀବନକୁ ପୁଣି ନୂଆ ଭାବେ ଆବିଷ୍କାର କରିଥିବା ଜଣେ ନାରୀର ମର୍ମସ୍ପର୍ଶୀ କାହାଣୀ ଏଥରେ ଅଭିବ୍ୟଞ୍ଜିତ।

ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଲେଖକ ଗୌରହରି ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ, ସାଧାରଣ ଲୋକ ଗୋଟିଏ ଜୀବନର ଦୁଃଖ ଭୋଗିଥାଏ, ଲେଖକଙ୍କୁ ଅନେକଗୁଡ଼ିଏ ଜୀବନର ଦୁଃଖ ଭୋଗିବାକୁ ପଡ଼େ । ଏ ସବୁ ଭୋଗିଲେ ଯାଇ ସେ ସତ୍ୟ ଉଦ୍‌ଘାଟନ କରିପାରେ।

ପ୍ରାରମ୍ଭରେ ଅନୁଷ୍ଠାନର ଉପସଭାପତି ଡ଼ ଆଦ୍ୟାଶା ଦାସ ଟ୍ରଷ୍ଟର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ସ୍ଵାଗତ ଭାଷଣ ଦେଇଥିଲେ। ଟ୍ରଷ୍ଟର ଅନ୍ୟତମ ସଦସ୍ୟ ଡ଼ ଇଳିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଡ଼ ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୁରସ୍କାର ଉତ୍ସବରେ ବହୁ ସଂଖ୍ୟାରେ ସାହିତ୍ୟିକ, ସାମ୍ବାଦିକ, ବୁଦ୍ଧିଜୀବୀ ଓ ଶୁଭେଚ୍ଛୁ ଯୋଗ ଦେଇଥିଲେ।

Prativa Ray ଅକ୍ଷୟ ଉପନ୍ୟାସ ପୁରସ୍କାର ଆଦ୍ୟା ପ୍ରକାଶନୀ ଡ.ପ୍ରତିଭା ରାୟ ଦେବଦାସ ଛୋଟରାୟ ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ପେନ୍ ଇନ୍ ବୁକ୍ସ ର “କାରା କାହାଣୀ” ପୁସ୍ତକକୁ ଉନ୍ମୋଚନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

September 20, 2026

ଟ୍ରକକୁ ପିଟିଲା ଟ୍ରକ : ୨ ମୃତ 

September 20, 2026

ମହଙ୍ଗା ପଡ଼ିଲା ଜେଲ ଭିତରେ ମୋବାଇଲ ଦେବା ଘଟଣା: ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ସସ୍‌ପେଣ୍ଡ

September 20, 2026

ଭିଜିଲାନ୍ସ ଜାଲରେ ଆଇସିଡିଏସ୍ ସୁପରଭାଇଜର ଓ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ

September 20, 2026
Latest News

ଅକ୍ଷୟ ଉପନ୍ୟାସ ପୁରସ୍କାର, ଡ଼ ଲଲାଟେନ୍ଦୁ ସାହୁଙ୍କ ‘ଘାଟ ମୁହାଁ ଡଙ୍ଗା’ ପୁସ୍ତକ ପୁରସ୍କୃତ

September 20, 2026

ପେନ୍ ଇନ୍ ବୁକ୍ସ ର “କାରା କାହାଣୀ” ପୁସ୍ତକକୁ ଉନ୍ମୋଚନ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

September 20, 2026

ଟ୍ରେନ୍‌ରେ କାହିଁକି ଏବଂ କେଉଁ ସ୍ଥାନରେ ବାଜିଥାଏ ୧୧ ପ୍ରକାର ହର୍ଣ୍ଣ

September 20, 2026

ଆସନ୍ତୁ ଜାଣିବା ଲାଲ ଅଙ୍ଗୁର ଆମ ଦେହ ପାଇଁ କେତେ ଉପକାରୀ

September 20, 2026

ଟ୍ରକକୁ ପିଟିଲା ଟ୍ରକ : ୨ ମୃତ 

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.