Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା
ଅପରାଧ

ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

September 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
The police are inspecting the scene of the incident.
The police are inspecting the scene of the incident.

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ଆଖୁଆପାଳ ପଞ୍ଚାୟତ ୩ନଂ କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀକୁ ପିଟିପିଟି ହତ୍ୟା କରିବା ପରେ ସ୍ୱାମୀ ନିଜେ ଆତ୍ମହତ୍ୟା କରିଛି। ମୃତ ସ୍ତ୍ରୀ ରଶ୍ମିତା ନାଏକ (୩୧) ହୋଇଥିବା ବେଳେ ସ୍ୱାମୀଙ୍କ ନାମ ମିଥୁନ ନାଏକ (୩୬) ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଳହ ସୃଷ୍ଟି ହୋଇଥିଲା। ପରେ ସ୍ୱାମୀ ମିଥୁନ ନାଏକ କ୍ରୋଧର ବଶୀଭୂତ ହୋଇ ଘରେ ଥିବା ତିନିଜଣ ଛୁଆଙ୍କୁ ଅନ୍ୟ ଏକ ଘରେ ବାହାରୁ ତାଲା ପକାଇ ଦେଇଥିଲେ। ଏହାପରେ ସ୍ତ୍ରୀ ରଶ୍ମିତାଙ୍କୁ ଏକ ଘରେ ଭର୍ତ୍ତି କରି ଭିତରୁ ବନ୍ଦ କରି ବାଡ଼ିରେ ପିଟି ଚାଲିଥିଲେ। ଫଳରେ ସ୍ତ୍ରୀ ପ୍ରାଣମୂର୍ଚ୍ଛା ହୋଇଯିବା ପରେ ମୁହଁରେ ପାଣି ମାରିଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସ୍ତ୍ରୀଙ୍କ ମୃତ୍ୟୁ ପରେ ଅନୁତାପ କରି ମିଥୁନ ନିଜ ଘର ସାମ୍ନାରେ ଥିବା ଏକ ଆମ୍ବ ଗଛରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଚିତ୍ତରଞ୍ଜନ ବେହେରା କହିଛନ୍ତି।

ଖବର ପାଇ ଢେଙ୍କାନାଳ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍, ଅତିରିକ୍ତ ଜିଲ୍ଲା ଅଧୀକ୍ଷିକା ଇନ୍ଦୁରେଖା ପଶ୍ଚିମକବାଟ, ପରଜଙ୍ଗ ଥାନା ଅଧିକାରୀ ସୁବ୍ରତ କୁମାର ସାହୁ, ଉପନିରୀକ୍ଷକ ଆଦର୍ଶ ଭୋଳ, ଉପନିରୀକ୍ଷକ ଟେରେସା କିଣ୍ଡୋ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଛନ୍ତି। ପୁଲିସ ମୃତଦେହକୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଆତ୍ମହତ୍ୟା ଢେଙ୍କାନାଳ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

‘ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍‌ର ତଦନ୍ତ ହେଉ’: ଡଃ. ଜ୍ଞାନେନ୍ଦ୍ରଙ୍କ ଦାବି

September 20, 2026

ସୁଧ ଟଙ୍କା ବିବାଦ: OAS ଅଫିସରଙ୍କ ଘର ଆଗରେ ଯୁବକଙ୍କ ଆତ୍ମାହୁତି

September 20, 2026

ଅଡୁଆରେ ହୁମାୟୁନ୍ କବୀର!: ନକଲି ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ସହିତ ଦଳୀୟ ନେତା ଗିରଫ

September 20, 2026

ଖୁବ୍‌ଶୀଘ୍ର ହେବ ମହାନଦୀ ଜଳ ବିବାଦର ସମାଧାନ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

September 20, 2026
Latest News

ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

September 20, 2026

ଭାରତ-ଶ୍ରୀଲଙ୍କା ମଧ୍ୟରେ ଏସୀୟ କ୍ରୀଡ଼ା କ୍ରିକେଟ୍ ଫାଇନାଲ୍: ବାତିଲ ହେଲେ କିଏ ଜିତିବ ସ୍ୱର୍ଣ୍ଣ ପଦକ?

September 20, 2026

ଚନ୍ଦ୍ରଶେଖରନଙ୍କ ପୁନଃନିଯୁକ୍ତିକୁ ଅବୈଧ କହିଲା ଟାଟା ଟ୍ରଷ୍ଟ: ବୋର୍ଡ ନିଷ୍ପତ୍ତିକୁ କଲା ପ୍ରତ୍ୟାଖ୍ୟାନ

September 20, 2026

‘ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍‌ର ତଦନ୍ତ ହେଉ’: ଡଃ. ଜ୍ଞାନେନ୍ଦ୍ରଙ୍କ ଦାବି

September 20, 2026

ସୁଧ ଟଙ୍କା ବିବାଦ: OAS ଅଫିସରଙ୍କ ଘର ଆଗରେ ଯୁବକଙ୍କ ଆତ୍ମାହୁତି

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.