Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୬ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ପ୍ରଥମ ୩ ଦିନ ମାଗଣା ଦର୍ଶନ
ଆଜିର ଖବର

୬ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ପ୍ରଥମ ୩ ଦିନ ମାଗଣା ଦର୍ଶନ

September 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
୬ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ପ୍ରଥମ ୩ ଦିନ ମାଗଣା ଦର୍ଶନ

ପୁରୀ: ଦୀର୍ଘ ୬ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଶେଷରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଛି ପବିତ୍ର ଶ୍ରୀଗୁଣ୍ଡିଚା ମନ୍ଦିର। ଆଜି ସକାଳୁ ମନ୍ଦିର ଦ୍ୱାର ଖୋଲିବା ମାତ୍ରକେ ମହାପ୍ରଭୁଙ୍କ ଜନ୍ମବେଦି ଦର୍ଶନ ପାଇଁ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ଆଜିଠାରୁ ପ୍ରଥମ ୩ ଦିନ ପର୍ଯ୍ୟନ୍ତ ଭକ୍ତମାନେ ସମ୍ପୂର୍ଣ୍ଣ ମାଗଣାରେ ମନ୍ଦିର ପ୍ରବେଶ କରିପାରିବେ।

ଏହି ୩ ଦିନିଆ ମାଗଣା ଦର୍ଶନ ଅବଧି ଶେଷ ହେବା ପରେ, ପ୍ରତି ଭକ୍ତଙ୍କ ପାଇଁ ଟିକେଟ୍ ମୂଲ୍ୟ ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ୫ ବର୍ଷରୁ କମ୍ ଶିଶୁ, ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ସଦାସର୍ବଦା ପ୍ରବେଶ ଦେୟମୁକ୍ତ ରହିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜେ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି।

ସାଧାରଣ ଦିନଗୁଡ଼ିକରେ ପ୍ରତିଦିନ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ କରିପାରିବେ। ତେବେ ଶୀତଦିନେ (ନଭେମ୍ବରରୁ ଫେବ୍ରୁଆରୀ) ମନ୍ଦିର ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିବେ। ଦିବ୍ୟାଙ୍ଗ ଭକ୍ତଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ରାମ୍ପ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ମୋବାଇଲ୍‌ ଓ ଜୋତା ଷ୍ଟାଣ୍ଡ ସେବା ସମ୍ପୂର୍ଣ୍ଣ ଦେୟମୁକ୍ତ ରଖାଯାଇଛି।

ସୂଚନାଯୋଗ୍ୟ ଯେ, ମହାପ୍ରଭୁଙ୍କ ଜନ୍ମବେଦି ତଥା ବାଲ୍ୟକାଳର ଲୀଳାଭୂମି ଭାବେ ପରିଚିତ ଏହି ପବିତ୍ର ପୀଠକୁ କରୋନା ସମୟରେ ବନ୍ଦ କରାଯାଇଥିଲା। ୨୦୨୨ ମସିହାରେ ପରିଚାଳନା କମିଟି ବୈଠକରେ ଏହାକୁ ଖୋଲିବାକୁ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନଥିଲା। ସମ୍ପ୍ରତି ଶ୍ରୀମନ୍ଦିର ପ୍ରଶାସନର ଏହି ଆଭିମୁଖ୍ୟ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।

ଗୁଣ୍ଡିଚା ମନ୍ଦିର ପୁରୀ ମାଗଣା ଦର୍ଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ତଟରକ୍ଷୀ ବାହିନୀ ଓ ଏଟିଏସ୍‌ର ବଡ଼ ସଫଳତା: ୩୦୦୦ କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ଗିରଫ

September 30, 2026

ମୟୂରଭଞ୍ଜର ବାଉଁଶ ଚାଷୀକୁ ଆଇଏଫଡବ୍ଲ୍ୟୁସିଏସ୍ ପକ୍ଷରୁ “ପ୍ରମାଣ” ସାର୍ଟିଫିକେଟ୍ ପ୍ରଦାନ

September 30, 2026

ୟୁଟ୍ୟୁବ୍‌ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ରେ କେନ୍ଦ୍ର ମନ୍ତ୍ରୀଙ୍କ ଉଦବୋଧନ

September 30, 2026

ସିଏସଆଇଆର୍ – ସିଏମଇଆରଆଇ ଦ୍ୱାରା ସ୍ୱଚ୍ଛ ଭାରତ ଟେଷ୍ଟ ବେଡ୍ ର ଶୁଭାରମ୍ଭ

September 30, 2026
Latest News

୬ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ପ୍ରଥମ ୩ ଦିନ ମାଗଣା ଦର୍ଶନ

September 30, 2026

ଭାରତୀୟ ତଟରକ୍ଷୀ ବାହିନୀ ଓ ଏଟିଏସ୍‌ର ବଡ଼ ସଫଳତା: ୩୦୦୦ କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ଗିରଫ

September 30, 2026

ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସରକାରଙ୍କ ସ୍ୱଚ୍ଛତା ଓ ବକେୟା କାର୍ଯ୍ୟ ହ୍ରାସ ଅଭିଯାନ

September 30, 2026

ମୟୂରଭଞ୍ଜର ବାଉଁଶ ଚାଷୀକୁ ଆଇଏଫଡବ୍ଲ୍ୟୁସିଏସ୍ ପକ୍ଷରୁ “ପ୍ରମାଣ” ସାର୍ଟିଫିକେଟ୍ ପ୍ରଦାନ

September 30, 2026

ବୁଡ଼ଗାମ୍‌ ଏନ୍‌କାଉଣ୍ଟର: ‘ଅପରେସନ୍ କୋରାଗ’ରେ ଲଶ୍କର ଟପ୍ କମାଣ୍ଡର ମୂସା ନିପାତ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.