Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଦାବାରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ମୁକ୍ତି ଅଭିଯାନ
ଆଜିର ଖବର

ଗୋଦାବାରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ମୁକ୍ତି ଅଭିଯାନ

October 2, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୋଦାବାରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ମୁକ୍ତି ଅଭିଯାନ
ଗୋଦାବାରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ମୁକ୍ତି ଅଭିଯାନ

ବାଣପୁର: ଗୋଦାବାରୀଶ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା ଅଧ୍ୟକ୍ଷତାରେ ଜାତୀୟ ସେବା ଯୋଜନା ବିଭାଗ ତରଫରୁ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ସୁସ୍ଥ ସମାଜ ନିର୍ମାଣ କାର୍ଯ୍ୟକୁ ସଫଳ କରିବା ପାଇଁ ନିଶା ମୁକ୍ତି କାର୍ଯ୍ୟକ୍ରମ କରିଥିଲେ। ଅତିଥି ଭାବରେ ବାଣପୁରର ସୁନାମଧନ୍ୟ କ୍ରୀଡ଼ାବିତ ବୈରାଗୀ ଚରଣ ବଳ ଯୁବ ଗୋଷ୍ଠୀ ପାଇଁ ନିଶା ମୁକ୍ତ ପରିବେଶର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। କାରଣ ଯୁବ ପିଢ଼ି ଉପରେ ସମାଜ, ଦେଶର ଭବିଷ୍ୟତ ନିର୍ଭର କରିଥାଏ। ସ୍ୱାସ୍ଥ୍ୟ ହିଁ ସମ୍ପଦ, ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ନିଶା ମୁକ୍ତି ପଦକ୍ଷେପ ବିଶେଷତଃ ଯୁବ ସମାଜ ପାଇଁ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ।

ଅଧ୍ୟକ୍ଷ ଏସପିଏମ ବର୍ମା ଛାତ୍ରଛାତ୍ରୀ, NCC ଅଧିକାରୀ କ୍ୟାପଟେନ ଡ଼ ଗୁରୁ କିଶୋର ନାୟକ ରୋଭର ରେଞ୍ଜର ଲିଡର ଉତ୍କଳୀକା ପଢି, ଜାତୀୟ ସେବା ଯୋଜନା ବିଭାଗ ଅଧିକାରୀ (+୩) ଅଧ୍ୟାପିକା ଡ଼ ଲଷ୍ମୀପ୍ରିୟା ପଲାଇ, (+୨) ଜୟନ୍ତ ବିହାରୀ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଆଦିତ୍ୟସାରଥୀ ବେଦମତ୍ତା ଅଧ୍ୟାପକ, ଅଧ୍ୟାପକ ଶ୍ୟାମସୁନ୍ଦର ମିଶ୍ର, ଅଧ୍ୟାପକ ସତ୍ୟାନନ୍ଦ ମହାରଣା, ବଡ଼ବାବୁ ଦୁର୍ଯ୍ୟଧନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅଧ୍ୟକ୍ଷଙ୍କ ସହଯୋଗରେ ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀ, ଜାତୀୟ ସମର ଶିକ୍ଷାର୍ଥୀ ସ୍ୱେଚ୍ଛାସେବୀ, ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ଏବଂ ଅଧ୍ୟାପକ, ଅଧ୍ୟାପିକାମାନେ ନିଶାମୁକ୍ତ ସୁସ୍ଥ ସମାଜ ପାଇଁ ଶପଥ ପାଠ କରିଥିଲେ।

ପରେ ସମସ୍ତେ ମହାବିଦ୍ୟାଳୟ ଠାରୁ ଭଗବତୀ ମନ୍ଦିର ପ୍ରଯ୍ୟନ୍ତ ଏକ ବିରାଟ ସାଇକେଲ ରାଲି କରି ସ୍ଲୋଗାନ ଦ୍ୱାରା ନିଶା ମୁକ୍ତି ସଚେତନତା ସୃଷ୍ଟି ଅଭିଯାନ କରିଥିଲେ। ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପ୍ରଥପାନ୍ତ ନାଟକ ସହ ନୃତ୍ୟ ପରିବେଷଣ କରି ଲୋକମାନଙ୍କୁ ସଚେତନର ବାର୍ତା ସହ ଶପଥପାଠ କରେଇଥିଲେ। ଏହି କାର୍ଯ୍ୟକ୍ରମରେ ବାଣପୁରର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ସାମ୍ବାଦିକ ଯୋଗ ଦେଇଥିଲେ । ଡ଼ ଲଷ୍ମୀପ୍ରିୟା ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ।

ଗୋଦାବାରୀଶ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ନିଶା ମୁକ୍ତି ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

October 2, 2026

ୟୁପିଏସସିର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

October 2, 2026

ରାଶିଫଳ: ଆଜି ଏହି ପାଞ୍ଚୋଟି ରାଶିର ଖୋଲିଲା ଭାଗ୍ୟ, ମିଳିବ ଅମାପ ଧନସଂପତ୍ତି

October 2, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026
Latest News

ଗୋଦାବାରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ମୁକ୍ତି ଅଭିଯାନ

October 2, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

October 2, 2026

ୟୁପିଏସସିର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

October 2, 2026

ରାଶିଫଳ: ଆଜି ଏହି ପାଞ୍ଚୋଟି ରାଶିର ଖୋଲିଲା ଭାଗ୍ୟ, ମିଳିବ ଅମାପ ଧନସଂପତ୍ତି

October 2, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.