ବାଣପୁର: ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରଶଂସା ଲାଭ କରିଥିବା ଓଡ଼ିଆ ଭାଷା ସାହିତ୍ୟର କାଳଜୟୀ ଗଳ୍ପ “ମାଗୁଣିର ଶଗଡ଼ ଓ ” ..ନୀଳ ମାଷ୍ଟ୍ରାଣୀ ” କ୍ଷୁଦ୍ରଗଳ୍ପର ରଚୟିତା କବି ଗୋଦାବରୀଶ ମହାପାତ୍ରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ଗାଁମାଟି କୁମାରାଙ୍ଗ ଶାସନର କବିଙ୍କ ହାତଗଢ଼ା କୁମାର ପାଠାଗାର ପରିସରରେ ପାଳିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ,ଚ଼ିଲିକା ସାହିତ୍ୟ ସମାଜ, ଓ କୁମାରପାଠାଗାର କୁମାରାଙ୍ଗଙ୍କ ମିଳିତଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ଚ଼ିଲିକା ସାହିତ୍ୟ ସମାଜର ସଭାପତି ବାଳ ମୁକୁନ୍ଦ ଦାସ ପୌରହିତ୍ୟ କରିଥିବା ବେଳେ ବିଶ୍ୱମୁକ୍ତିର ସଂପାଦକ ସୁସାହିତ୍ୟିକ ପ୍ରଫେସର ଶଶାଙ୍କ ଚୁଡ଼ାମଣି, ମୁଖ୍ୟ ଅତିଥି ଡ଼କ୍ଟର ନୀଳମଣି ପଣ୍ଡା ମୁଖ୍ୟବକ୍ତା, ନାଟ୍ୟକାର ବିଜୟ ଦାସ ବିଶିଷ୍ଟ ଅତିଥି କର୍ଣ୍ଣେଲ ଶ୍ରୀକାନ୍ତ ମହାପାତ୍ର ସମ୍ମାନୀତ ଅତିଥିଭାବେ ଯୋଗ ଦେଇ କବିଙ୍କ ଉଠ କଙ୍କାଳ କବିତା ଚିରକାଳ ଏ ଜାତିକୁ ଯାଗ୍ରତ କରୁଥିବା ସହିତ ତାଙ୍କ “ନିଆଁ ଖୁଣ୍ଟା ” ଏଯାବତ୍ ସମାଜର କୁ ସଂସ୍କାର, ଅନ୍ଧବିଶ୍ୱାସ ,ଶୋଷଣ କଷଣ ପ୍ରବଞ୍ଚନା ବିରୁଦ୍ଧରେ ତୀକ୍ଷ୍ଣ ସ୍ଵର ଉତ୍ତୋଳନ କରୁଛି ଏବଂ କରୁଥିବ ବୋଲି ବର୍ଣ୍ଣନା କରି ତାଙ୍କବହୁମୁଖୀ ପ୍ରତିଭା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସଭାର ପ୍ରାରମ୍ଭରେ ବର୍ଣ୍ଣାଢ୍ୟ କବିତା ପାଠୋତ୍ସବରେ କବି ଡ଼ଃଲକ୍ଷ୍ମୀଧର ସୁବୁଦ୍ଧି , ଡ଼ଃ ନୃସିଂହ ଚରଣ ପ୍ରଧାନ,ରବିନ୍ଦ୍ରନାଥ ମାନସିଂ,ରମେଶକୁମାର ମହାପାତ୍ର, ସଂଜୟକୁମାର ଛୁଆଳ ସିଂ ଶଶିଭୂଷଣ ବରାଳ , କଣ୍ଡୁରୀ ଚରଣ ମାଳି, ଭିକାରୀଚରଣ ପ୍ରଧାନ, ଦିଲ୍ଲୀପ କୁମାର ହୋତା, ସଂଧ୍ୟା ଦେବୀ, ସ୍ନିଗ୍ଧା ମହାପାତ୍ରଙ୍କ ପରି ବହୁ ସାରସ୍ଵତ ସାଧକ ଯୋଗଦାନ କରି ସ୍ଵରଚିତ କବିତା ନାଟକ ପାଠ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡ଼େମୀର ସହ ସଚ଼ିବ କବିସଂଜୟ କୁମାର ଛୁଆଳସିଂଅତିଥି ପରିଚୟ ସହିତ ସ୍ୱାଗତ ଅବିଭାଷଣ ପ୍ରଦାନ କରିଥିବା ବେଳେ କୁମାରପାଠାଗାରର ସଂପାଦକ ଗୋକୁଳିଚରଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।


