Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୁବ୍‌ଶୀଘ୍ର ଏସ୍‌ଆଇ ପରୀକ୍ଷା, ଆସନ୍ତା ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି
ବିଶେଷ ଖବର

ଖୁବ୍‌ଶୀଘ୍ର ଏସ୍‌ଆଇ ପରୀକ୍ଷା, ଆସନ୍ତା ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି

October 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Rashmiranjan Swain, Chairman of the Odisha Uniformed Staff Selection Services (OUSSS) Commission, is providing information regarding the SI examination.
Rashmiranjan Swain, Chairman of the Odisha Uniformed Staff Selection Services (OUSSS) Commission, is providing information regarding the SI examination.

ଭୁବନେଶ୍ୱର: ପୁଲିସ ଏସ୍‌ଆଇ ପରୀକ୍ଷାକୁ ନେଇ ଦୀର୍ଘ ପ୍ରାୟ ଏକବର୍ଷ ଧରି ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି। ଖୁବଶୀଘ୍ର ପୁଲିସ ଏସଆଇ ପରୀକ୍ଷା ହେବ। ଏନେଇ ଆସନ୍ତା ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଓଡ଼ିଶା ୟୁନିଫର୍ମଡ୍ ଷ୍ଟାଫ ସିଲେକ୍ସନ ସର୍ଭିସ(ଓୟୁଏସଏସଏସ) କମିଶନ ଅଧ୍ୟକ୍ଷ ରଶ୍ମୀରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି। ଏହାସହିତ ରାଜ୍ୟର ସମସ୍ତ ୟୁନିଫର୍ମ ସର୍ଭିସରେ ନିଯୁକ୍ତି ପ୍ରକ୍ରିୟାକୁ ସରଳ ଓ ସ୍ୱଚ୍ଛ କରିବା ନିମନ୍ତେ ଏକକ ବା ‘କମ୍ପାଇଣ୍ଡ ପରୀକ୍ଷା’ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

କମିଶନ ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ ସୂଚନା ଦେଇ କହିଛନ୍ତି ଯେ, ସ୍ଥଗିତ ରହିଥିବା ପୁଲିସ ସବଇନ୍ସପେକ୍ଟର ପରୀକ୍ଷାର ପ୍ରାର୍ଥୀମାନଙ୍କ ଡାଟା ପୂର୍ବରୁ ଫରେନସିକ୍ ଲ୍ୟାବ୍ ଓ କୋର୍ଟ ଇନଭେଷ୍ଟିଗେସନ୍ ଯୋଗୁ ଫସି ରହିଥିଲା। ଏବେ ଏହି ଆଇନଗତ ସମସ୍ୟାର ସମାଧାନ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଗାମୀ ସପ୍ତାହ ମଧ୍ୟରେ ଅଫିସିଆଲ ୱେବସାଇଟ୍ ତଥା ବିଭିନ୍ନ ମିଡିଆ ମାଧ୍ୟମରେ ପ୍ରାର୍ଥୀମାନଙ୍କୁ ସୂଚନା ଦିଆଯିବ। ଏସଆଇ ପରୀକ୍ଷାର ପ୍ରାର୍ଥୀମାନେ ନିଜର ପଞ୍ଜିକୃତ ମୋବାଇଲ୍ ନମ୍ବର ଓ ଇମେଲକୁ ଆସିବାକୁ ଥିବା ଓଟିପି ଜରିଆରେ ନିଜର ତଥ୍ୟ ବା କ୍ରେଡେନ୍ସିଆଲକୁ ରିଭାଲିଡେଟ୍ କରିବେ। ଏହି ତଥ୍ୟ ଯାଞ୍ଚ କରିବା ପରେ ପରୀକ୍ଷାର୍ଥୀମାନଙ୍କ ପାଇଁ ଆଡମିଟ୍ କାର୍ଡ ଜାରି କରାଯିବ। ପୂର୍ବ ନୋଟିଫିକେସନରେ ଥିବା ସମସ୍ତ ନିୟମ, ସର୍ତ୍ତାବଳୀ ଓ ସିଲାବସ୍ ଅନୁସାରେ ହିଁ ଏହି ପରୀକ୍ଷା ପରିଚାଳନା କରିବାକୁ ଶତପ୍ରତିଶତ ଚେଷ୍ଟା କରାଯାଉଛି ବୋଲି ସେ ସ୍ପଷ୍ଟ କରାଯାଇଛି। ପରୀକ୍ଷା କେବେ କରାଯିବ ସେନେଇ କମିଶନଙ୍କ ସାମୂହିକ ବୈଠକ ପରେ ତାରିଖ ଚୂଡ଼ାନ୍ତ କରାଯିବ ଓ କମିଶନଙ୍କ ବିଧିବଦ୍ଧ ବିଜ୍ଞପ୍ତି ଜରିଆରେ ଏହା ଘୋଷଣା ହେବ ବୋଲି ସେ କହିଛନ୍ତି। ଚଳିତ ଶୀତ ଋତୁ ଶେଷ ହେବା ପୂର୍ବରୁ ଶାରୀରିକ ଦକ୍ଷତା ପରୀକ୍ଷା ସହିତ ସମସ୍ତ ପ୍ରକ୍ରିୟା ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିପରି ପ୍ରିଜନ୍‌, ଫରେଷ୍ଟ, ଏକ୍ସାଇଜ୍‌, ଟ୍ରାନ୍ସପୋର୍ଟ, ଆର୍ମଡ୍ ପୁଲିସ ଓ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ଭଳି ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପ୍ରାୟ ୭ରୁ ୮ହଜାର କନଷ୍ଟେବଳ ଓ ସମତୁଲ ପଦବୀଗୁଡ଼ିକ ପାଇଁ ଗୋଟିଏ କମ୍ବାଇଣ୍ଡ ପରୀକ୍ଷା କରାଯିବ। ବର୍ଷତମାମ ବାରମ୍ବାର ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ଯେପରି ହଇରାଣ ନହୁଅନ୍ତି ଓ ସେମାନଙ୍କ ସମୟ ଓ ଅର୍ଥ ଅଯଥାରେ ନଷ୍ଟ ନ ହୁଏ, ସେଥିପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଉଛି। ସମସ୍ତ ବିଭାଗର ନିଯୁକ୍ତି ନିୟମାବଳୀକୁ ତର୍ଜମା କରି ଲିଖିତ ପରୀକ୍ଷା ସିଲାବସ୍‌, ଶାରୀରିକ ମାନଦଣ୍ଡ ଓ ଡାକ୍ତରୀ ପରୀକ୍ଷା ନିୟମକୁ ଏକ ସମାନ ଷ୍ଟାଣ୍ଡାର୍ଡରେ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ସହିତ ଆଲୋଚନା ଚୂଡ଼ାନ୍ତ ହୋଇସାରିଛି। ସୂଚନାଯୋଗ୍ୟ, ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ଦ୍ୱାରା ପରିଚାଳିତ ଓଡ଼ିଶା ପୁଲିସ ଏସଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ବାତିଲ କରିଦେଇଥିଲେ। ମାମଲାର ତଦନ୍ତ ପ୍ରଥମେ କ୍ରାଇମବ୍ରାଞ୍ଚ ଓ ଏବେ ସିବିଆଇର ତଦନ୍ତାଧୀନ ରହିଛି।

ଓୟୁଏସଏସଏସ ପୁଲିସ ଏସ୍‌ଆଇ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ନାଇଡୁ କମିଶନ ଫାଇଲ ଗାଏବ ଘଟଣା: ୩ ଜଣଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

October 5, 2026

ଭିଜିଲାନ୍ସ ଜାଲରେ କେଶରୀ ନଗର ଆରଆଇ ନିରଞ୍ଜନ ସିଂହ

October 5, 2026

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

October 5, 2026

ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ

October 5, 2026
Latest News

ଖୁବ୍‌ଶୀଘ୍ର ଏସ୍‌ଆଇ ପରୀକ୍ଷା, ଆସନ୍ତା ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି

October 5, 2026

ନାଇଡୁ କମିଶନ ଫାଇଲ ଗାଏବ ଘଟଣା: ୩ ଜଣଙ୍କ ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ

October 5, 2026

ଭିଜିଲାନ୍ସ ଜାଲରେ କେଶରୀ ନଗର ଆରଆଇ ନିରଞ୍ଜନ ସିଂହ

October 5, 2026

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

October 5, 2026

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ଏହି ଦିନ ଖେଳିବେ ମ୍ୟାଚ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.