Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୯୯ କୋଟି ଟଙ୍କା ସୁଧ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ବିଶେଷ ଖବର

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୯୯ କୋଟି ଟଙ୍କା ସୁଧ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

October 6, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
ସ୍ୱୟଂ ସହାୟକ ଗୋଷ୍ଠୀ
ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୯୯ କୋଟି ଟଙ୍କା ସୁଧ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର: ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କ ଗୋଷ୍ଠୀଭିତ୍ତିକ ସଂଗଠନଗୁଡ଼ିକୁ ଆର୍ଥିକ ଭାବେ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆଜି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଅବସରରେ ଆଜି ଭୁବନେଶ୍ଵରସ୍ଥିତ ମିଶନ ଶକ୍ତି ଭବନ ଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ୧,୭୯,୮୦୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି।

ଏହି କ୍ରମରେ ବିଭିନ୍ନ ଆର୍ଥିକ ସହାୟତା ଯୋଜନା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଏବଂ ସେମାନଙ୍କ ସଂଘଗୁଡ଼ିକର କ୍ଷମତା ବୃଦ୍ଧି କରାଯାଉଛି। ଏହି ପଦକ୍ଷେପଗୁଡ଼ିକ ମହିଳାମାନଙ୍କ ପାଇଁ ନୂତନ ଜୀବିକା ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗଗୁଡ଼ିକୁ ଅଧିକ ସକ୍ଷମ ଓ ସୁଦୃଢ଼ କରିବାରେ ସହାୟକ ହେବ। ଏହାଦ୍ୱାରା ରାଜ୍ୟରେ ଅଧିକରୁ ଅଧିକ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇପାରିବେ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ପ୍ରକାଶ କରିଛନ୍ତି। ଏଥିସହିତ, ଓଡ଼ିଶାର ସମାଜ ଓ ଅର୍ଥନୀତିର ବିକାଶରେ ନାରୀଶକ୍ତି ଆଗାମୀ ଦିନରେ ନେତୃତ୍ୱ ନେବେ ବୋଲି ସେ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟଯେ, ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସୁଧ ଫେରସ୍ତ ପାଇଁ ୫୭୫ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷରେ ଗତ ୨୪ ଜୁନ୍ ୨୦୨୬ରେ ୨,୮୮,୧୯୮ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୪୭.୭୭ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ଏହି ଦୁଇଟି ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨୪୭.୦୩ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି। ସେହିପରି, ୨୦୨୬-୨୭ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବ୍ୟାଙ୍କ ଋଣ ଯୋଗାଣର ଲକ୍ଷ୍ୟ ୨୦,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଋଣ ସୁବିଧା ସହ ସୁଧ ଫେରସ୍ତ ଏବଂ ବିଭିନ୍ନ ସମୁଦାୟ ପାଣ୍ଠିର ଉପଲବ୍ଧତା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ଜୀବିକା ଓ ଉଦ୍ୟୋଗ କ୍ଷେତ୍ରରେ ଆର୍ଥିକ ସମ୍ବଳ ଯୋଗାଇବା ଏହି ପଦକ୍ଷେପର ଲକ୍ଷ୍ୟ।

ଖୋର୍ଦ୍ଧାରୁ ଆସିଥିବା ମା ଚଞ୍ଚେଳେଇ ଏସଏଚଜି ୩୮,୯୨୭ ଟଙ୍କା , ସାଇ ରାମ ଏସଏଚଜି ୩୭,୯୫୮ଟଙ୍କା ଓ ସାଇ ଉନ୍ନତି ଏସଏଚଜି ୩୭,୮୪୭ ଟଙ୍କା ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ମହୋଦୟାଙ୍କ ଠାରୁ cheque ସୁଧ ଫେରସ୍ତ ବାବଦକୁ ପାଇଛନ୍ତି ।

ଏଥି ସହିତ ୧୫,୫୨୬ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୯.୩୧ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି, ୩୭୧ଟି ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘକୁ ୧୧୩.୮୦ କୋଟି ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ଏବଂ ୬୦୫ଟି ଆଞ୍ଚଳିକ ମଞ୍ଚକୁ ୮.୧୮ କୋଟି ଟଙ୍କାର ନିରାପତ୍ତା ପାଣ୍ଠି ସମେତ ମୋଟ ୧୫୧.୨୮ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

୨୯ଟି ଜିଲ୍ଲାର (ଅନୁଗୋଳ, ବାଲେଶ୍ଵର, ବରଗଡ, ଭଦ୍ରକ, ବଲାଙ୍ଗୀର,ବୌଦ୍ଧ, କଟକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର ,ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ,ନବରଙ୍ଗପୁର, ନୟାଗଡ, ନୂଆପଡ଼ା, ରାୟଗଡା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ) ୧୫,୫୨୬ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୯.୩୧ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଟଙ୍କାର ଆବର୍ତ୍ତନ ପାଣ୍ଠି ପ୍ରଦାନ କରାଯାଇଛି । କଟକରୁ ଆସିଥିବା ଓମ ସାଇ ରାମ ଓ ହଋ ଶଙ୍କର ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନେ ଏବଂ ଯାଜପୁରରୁ ଶ୍ରୀ ସତ୍ୟ ସାଇ ଓ ବୈଭବ ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ମହୋଦୟାଙ୍କ ଠାରୁ ଯଥା କ୍ରମେ ୩୦,୦୦୦ ଟଙ୍କାର cheque ଆବର୍ତ୍ତନ ପାଣ୍ଠି ବାବଦକୁ ପାଇଛନ୍ତି ।

୨୬ଟି ଜିଲ୍ଲାର (ଅନୁଗୋଳ, ବାଲେଶ୍ଵର, ବରଗଡ, ଭଦ୍ରକ, ବଲାଙ୍ଗୀର, କଟକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର , କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ,ନବରଙ୍ଗପୁର, ନୟାଗଡ, ନୂଆପଡ଼ା, ରାୟଗଡା, ପୁରୀ , ସୋନପୁର, ସୁନ୍ଦରଗଡ) ୩୭୧ଟି ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘକୁ ୧୧୩.୮୦ କୋଟି ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ପ୍ରଦାନ କରାଯାଇଛି । ପୁରୀରୁ ଆସିଥିବା ଅଲଗୋମ ଓ ଗଡମୋଟାରୀ ଗ୍ରାମପଞ୍ଚାୟତସ୍ତରୀୟ ସଂଘର ମା ମାନେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ମହୋଦୟାଙ୍କ ଠାରୁ ଯଥାକ୍ରମେ ୪୫ ଲକ୍ଷ ଓ ୩୫ ଲକ୍ଷ ଟଙ୍କାର cheque ଗୋଷ୍ଠୀ ବିନିଯୋଗ ପାଣ୍ଠି ବାବଦକୁ ପାଇଛନ୍ତି ।

୧୯ଟି ଜିଲ୍ଲାର (ଅନୁଗୋଳ, ବାଲେଶ୍ଵର, ବରଗଡ, ବଲାଙ୍ଗୀର,ବୌଦ୍ଧ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ,ଝାରସୁଗୁଡା, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ, ନୂଆପଡ଼ା, ରାୟଗଡା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ) ୬୦୫ଟି ଆଞ୍ଚଳିକ ମଞ୍ଚକୁ ୮.୧୮ କୋଟି ଟଙ୍କାର ନିରାପତ୍ତା ପାଣ୍ଠି ପ୍ରଦାନ କରାଯାଇଛି । ଗଞ୍ଜାମରୁ ଆସିଥିବା ଗୁଣ୍ଡଦୁରିସାହି ଓ କରଡାବାଣୀ ଆଞ୍ଚଳିକ ମଞ୍ଚର ମା ମାନେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ମହୋଦୟାଙ୍କ ଠାରୁ ଯଥାକ୍ରମେ ୧.୫୦ ଲକ୍ଷ ଟଙ୍କାର cheque ନିରାପତ୍ତା ପାଣ୍ଠି ବାବଦକୁ ପାଇଛନ୍ତି।

କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ‘ଲକ୍ଷପତି ଦିଦି’ ଯୋଜନାର ଅଧିକ ପ୍ରୋତ୍ସାହନ ଓ ବ୍ୟାପକ ପ୍ରସାର ପାଇଁ ‘କଲେକ୍ଟିଭ୍ ଫର୍ ଇଣ୍ଟିଗ୍ରେଟେଡ୍ ଲାଇଭଲିହୁଡ୍ ଇନିସିଏଟିଭ୍ସ’ (CINI) ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି; ଏହାସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ମଧ୍ୟରେ ପରିବେଶ-ଅନୁକୂଳ ସବୁଜ ଉଦ୍ୟୋଗିତା (Green Entrepreneurship) ର ପ୍ରସାର ଓ ଅକ୍ଷୟ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ‘ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା’ (OREDA) ସହିତ ଅନ୍ୟ ଏକ ସହଯୋଗୀ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି, ଯାହା ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ସ୍ଥାୟୀ ଜୀବିକା ନିର୍ବାହ କରିବା ସହ ସମାଜରେ ଏକ ସମୃଦ୍ଧ ସ୍ଥାନ ଗ୍ରହଣ କରିବାରେ ବ୍ୟାପକ ସହାୟତା ପ୍ରଦାନ କରିବ।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ, ନିର୍ଦ୍ଦେଶିକା ଡଃ ମୋନିକା ପ୍ରିୟଦର୍ଶିନୀ, Convenor, SLBC Odishaଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ, ବ୍ୟାଙ୍କ ଓ ସହଯୋଗୀ ସଂସ୍ଥା, OREDA ଏବଂ CINIର ପ୍ରତିନିଧିମାନେ ତଥା ସମସ୍ତ ଜିଲ୍ଲାର ଅଧିକାରୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନେ ଆଭାଷୀ ମାଧ୍ୟମରେ ଉପସ୍ଥିତ ଥିଲେ।

SHG ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରଭାତୀ ପରିଡା ସ୍ୱୟଂ ସହାୟକ ଗୋଷ୍ଠୀ
Share. Facebook Twitter LinkedIn Email WhatsApp Copy Link

Related Posts

ବଚସାରୁ ରକ୍ତପାତ, ଗୁଳିମାଡ଼ରେ ଯୁବକ ମୃତ; ବନ୍ଧୁକ ଛାଡ଼ି ଫେରାର ଅଭିଯୁକ୍ତ

October 6, 2026

ମୟୂରଭଞ୍ଜରେ ସିରିଜ୍ ବାଇକ୍ ଦୁର୍ଘଟଣା: ବୃଦ୍ଧାଙ୍କ ମୃତ୍ୟୁ, ୬ ଜଣ ଗୁରୁତର

October 6, 2026

ଲୋକଙ୍କ ପାଖରେ ପହଂଚିବା ପାଇଁ ଦାୟିତ୍ୱବାନ ଏବଂ ତଥ୍ୟଭିତ୍ତିକ ସଞ୍ଚାର ଗୁରୁତ୍ୱପୂର୍ଣ୍ଣ: ଅଖିଳ କୁମାର ମିଶ୍ର

October 6, 2026

ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ

October 6, 2026
Latest News

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ୯୯ କୋଟି ଟଙ୍କା ସୁଧ ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

October 6, 2026

ବଚସାରୁ ରକ୍ତପାତ, ଗୁଳିମାଡ଼ରେ ଯୁବକ ମୃତ; ବନ୍ଧୁକ ଛାଡ଼ି ଫେରାର ଅଭିଯୁକ୍ତ

October 6, 2026

ମୟୂରଭଞ୍ଜରେ ସିରିଜ୍ ବାଇକ୍ ଦୁର୍ଘଟଣା: ବୃଦ୍ଧାଙ୍କ ମୃତ୍ୟୁ, ୬ ଜଣ ଗୁରୁତର

October 6, 2026

ଲୋକଙ୍କ ପାଖରେ ପହଂଚିବା ପାଇଁ ଦାୟିତ୍ୱବାନ ଏବଂ ତଥ୍ୟଭିତ୍ତିକ ସଞ୍ଚାର ଗୁରୁତ୍ୱପୂର୍ଣ୍ଣ: ଅଖିଳ କୁମାର ମିଶ୍ର

October 6, 2026

ଭୂସ୍ଖଳନ ଯୋଗୁଁ ଟ୍ରେନ୍ ସେବା ପ୍ରଭାବିତ: ବାତିଲ ହେଲା ଟ୍ରେନ

October 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.