Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଅବକାରୀ ବିଭାଗର ସମୀକ୍ଷା ବୈଠକ: ବେଆଇନ କାରବାର ଉପରେ ଅକ୍ଟୋବର ୧୦ରୁ ୩୧ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଚଢ଼ଉ
ରାଜ୍ୟ ଖବର

ଅବକାରୀ ବିଭାଗର ସମୀକ୍ଷା ବୈଠକ: ବେଆଇନ କାରବାର ଉପରେ ଅକ୍ଟୋବର ୧୦ରୁ ୩୧ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଚଢ଼ଉ

October 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବେଆଇନ କାରବାର ଉପରେ ଅକ୍ଟୋବର ୧୦ରୁ ୩୧ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଚଢ଼ଉ

ଭୁବନେଶ୍ବର: ରାଜ୍ୟରୁ ବେଆଇନ ନିଶା ଓ ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କ ‘ନିଶା ମୁକ୍ତ ଭାରତ’ ସ୍ୱପ୍ନକୁ ସାକାର କରିବା ପାଇଁ ଓଡ଼ିଶା ଅବକାରୀ ବିଭାଗ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି। ଆସନ୍ତା ପାର୍ବଣ ଋତୁରେ ବେଆଇନ ନିଶା ବେପାର ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବର ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜୋରଦାର ସ୍ୱତନ୍ତ୍ର ଚଢ଼ଉ ଅଭିଯାନ ଚାଲିବ।

ସବୁ ଜିଲ୍ଲାର ଅବକାରୀ ଅଧୀକ୍ଷକମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସରକାର ବେଆଇନ ନିଶା କାରବାରକୁ ମୁଳୋତ୍ପାଟନ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏହାକୁ ଆଗେଇ ନେବାକୁ ହେଲେ ବିଗତ ଦୁଇ ବର୍ଷ ପରି ବ୍ୟାପକ ମାତ୍ରାରେ ଚଢ଼ଉ କାର୍ଯ୍ୟକ୍ରମ କରିବାକୁ ପଡ଼ିବ। ଆବଶ୍ୟକ ସ୍ଥଳେ ପୁଲିସ ଓ ଜିଲ୍ଲାପ୍ରଶାସନର ସହଯୋଗ ନେବାକୁ ପଡ଼ିବ। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବେଆଇନ ନିଶା ଓ ଅପରାଧିକ କାରବାର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ଦୃଷ୍ଟିରୁ ଚଳିତ ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ସ୍ୱତନ୍ତ୍ର ଚଢ଼ଉ ଅଭିଯାନକୁ ଗୁଇନ୍ଦା ତଥ୍ୟ ଆଧାରରେ ଅଧିକ ଜୋରଦାର କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ସବୁ ଜିଲ୍ଲା ଅବକାରୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଅଦାଲତରେ ଅପରାଧୀଙ୍କ ବିରୋଧରେ କଡ଼ା ଦଣ୍ଡବିଧାନ ପାଇଁ ମଜଭୁତ ପ୍ରମାଣ ସଂଗ୍ରହ କରିବାକୁ ସେ ବୈଠକରେ ପରାମର୍ଶ ଦେଇଥିଲେ।

ଏଥିସହିତ ଚଢ଼ଉ ସମୟରେ କୌଣସି ଚାପର ବଶବର୍ତ୍ତୀ ନହେବା ସହିତ ଅଭ୍ୟାସଗତ ଅପରାଧୀଙ୍କ ପ୍ରତି ଶୂନ୍ୟସହନଶୀଳତା ନୀତି ଆପଣାଇବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ଅବକାରୀ କମିଶନର ପି. ଅନ୍ୱେଷା ରେଡ୍ଡୀ ପିପିଟି ମାଧ୍ୟମରେ ଜିଲ୍ଲା ୱାରୀ ହୋଇଥିବା ଚଢ଼ଉ ଅଭିଯାନ, ଜବତ ସାମଗ୍ରୀ ଓ ଯାନବାହାନ ସଂଖ୍ୟା, ଗିରଫଦାରୀ ବିଷୟରେ ତଥ୍ୟ ଉପସ୍ଥାପନ ସହ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରିଥିଲେ। ବୈଠକରେ ଅତିରିକ୍ତ ଅବକାରୀ କମିଶନର ରୁଦ୍ର ନାରାୟଣ ମହାନ୍ତିଙ୍କ ସମେତ ସମସ୍ତ ଜିଲ୍ଲାର ଅବକାରୀ ଅଧିକ୍ଷକ, ଜୋନାଲ ଅଧିକାରୀ ଓ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଅବକାରୀ ବିଭାଗ ବେଆଇନ କାରବାର ସ୍ୱତନ୍ତ୍ର ଚଢ଼ଉ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି

October 8, 2026

ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ

October 8, 2026

ଓଡ଼ିଶା ବନ୍ଦ ସତ୍ତ୍ୱେ ହେବ D.El.Ed ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ ସଭାପତି

October 8, 2026

ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: କେଉଁ ସେବା ବନ୍ଦ, କାହାକୁ ମିଳିବ ଛାଡ଼?

October 7, 2026
Latest News

ଅବକାରୀ ବିଭାଗର ସମୀକ୍ଷା ବୈଠକ: ବେଆଇନ କାରବାର ଉପରେ ଅକ୍ଟୋବର ୧୦ରୁ ୩୧ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଚଢ଼ଉ

October 8, 2026

ଆଗାମୀ ସିଜିନ୍ ପାଇଁ କିରନ୍ ପୋଲାର୍ଡଙ୍କୁ ଅଧିଗ୍ରହଣ କରିବ ସୁପର କିଙ୍ଗସ୍: ପାଇବେ ମୋଟା ଫିସ୍

October 8, 2026

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଲିଓନେଲ୍ ମେସିଙ୍କ ଭାବପୂର୍ଣ୍ଣ ବିଦାୟ

October 8, 2026

ଏସିଆନ୍ ପାରା ଗେମ୍ସ ୨୦୨୬:ଭାରତର ଧ୍ୱଜାବାହକ ହେବେ ପ୍ରମୋଦ ଭଗତ ଓ ଭାବିନା ପଟେଲ୍

October 8, 2026

ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.