Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ୍ ଓ ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ
ଖେଳ

ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ୍ ଓ ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ

October 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Yuvraj Singh becomes Assistant and Batting Coach of Delhi Capitals.

ନୂଆଦିଲ୍ଲୀ: ଭାରତର ପୂର୍ବତନ ବିସ୍ଫୋରକ ଅଲ୍‌ରାଉଣ୍ଡର୍ ଯୁବରାଜ ସିଂହ ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ସହ ନିଜର କୋଚିଂ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି। ତାଙ୍କୁ ଟିମ୍‌ର ଆସିଷ୍ଟାଣ୍ଟ୍ ତଥା ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଦିଲ୍ଲୀ ଫ୍ରାଞ୍ଚାଇଜି ସୋସିଆଲ ମିଡିଆ ଜରିଆରେ ଏହି ବଡ଼ ଘୋଷଣା କରିଛି। ଏହା ସହିତ ଯୁବରାଜ ପ୍ରଥମ ଥର ପାଇଁ କୌଣସି ଆଇପିଏଲ୍ ଟିମ୍‌ର କୋଚିଂ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସୌରଭ ଗାଙ୍ଗୁଲି ଟିମ୍‌ର ମୁଖ୍ୟ କୋଚ୍ ଅଛନ୍ତି। ଯୁବରାଜ ୨୦୧୫ରେ ଦିଲ୍ଲୀ ଡେୟାର୍‌ଡେଭିଲ୍ସ ପାଇଁ ଖେଳିଥିଲେ। ସେତେବେଳେ ଫ୍ରାଞ୍ଚାଇଜି ତାଙ୍କୁ ୧୬ କୋଟି ଟଙ୍କାରେ ନିଜ ସହ ସାମିଲ କରିଥିଲା। ଏହା ସେ ସମୟର ଯୁବରାଜ ଆଇପିଏଲ୍ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ। ନୂଆ ଦାୟିତ୍ୱ ମିଳିବାକୁ ନେଇ ଯୁବରାଜ କହିଛନ୍ତି ଦିଲ୍ଲୀ ସହ ତାଙ୍କର ପୁରୁଣା ସମ୍ପର୍କ ରହିଛି। ସୌରଭ ଗାଙ୍ଗୁଲିଙ୍କ ସହ କାମ କରିବାକୁ ସ୍ୱତନ୍ତ୍ର ସୁଯୋଗ ବୋଲି ସେ କହିଛନ୍ତି।

ଯୁବରାଜ ୨୦୦୮ରୁ ୨୦୧୯ ପର୍ଯ୍ୟନ୍ତ ଆଇପିଏଲ୍‌ର ଅଂଶବିଶେଷ ଥିଲା। ନିଜ ୧୨ ବର୍ଷର ଆଇପିଏଲ୍ କ୍ୟାରିୟର୍‌ରେ ସେ ଛଅ ଫ୍ରାଞ୍ଚାଇଜି କିଙ୍ଗ୍‌ସ ଇଲେଭେନ୍ ପଞ୍ଜାବ (ଏବେ ପଞ୍ଜାବ କିଙ୍ଗ୍‌ସ), ପୁଣେ ୱାରିୟର୍ସ ଇଣ୍ଡିଆ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଦିଲ୍ଲୀ ଡେୟାର୍‌ଡେଭିଲ୍ସ, ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆ ପକ୍ଷରୁ ଖେଳିଥିଲେ। ଆଇପିଏଲ୍ କ୍ୟାରିୟର୍‌ର ଅନ୍ତିମ ସିଜନ୍‌ରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ। ମୁମ୍ବାଇ ସେତେବେଳେ ଚେନ୍ନାଇ ସୁପର୍ କିଙ୍ଗ୍‌ସକୁ ହରାଇ ଚତୁର୍ଥ ଥର ଚାମ୍ପିଅନ୍ ହୋଇଥିଲା। ଯୁବରାଜ ୨୦୧୯ରେ ଚାରି ମ୍ୟାଚ୍ ଖେଳି ୯୮ ରନ୍ କରିଥିଲେ। ୨୦୧୯ରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ ସହ ଆଇପିଏଲ୍‌ରୁ ମଧ୍ୟ ସନ୍ନ୍ୟାସ ଘୋଷଣା କରିଥିଲେ। ଆଇପିଏଲ୍‌ରେ ଯୁବରାଜ ଦୁଇଟି ଫ୍ରାଞ୍ଚାଇଜିର ନେତୃତ୍ୱ ମଧ୍ୟ କରିଥିଲେ। ପ୍ରାରମ୍ଭିକ ଦୁଇଟି ସିଜନ୍ ୨୦୦୮ ଓ ୨୦୦୯ରେ ସେ କିଙ୍ଗ୍‌ସ ଇଲେଭେନ୍ କ୍ୟାପ୍‌ଟେନ୍ ଥିଲେ। ଏହାପରେ ୨୦୧୧ରେ ସେ ପୁଣେ ୱାରିୟର୍ସ ଇଣ୍ଡିଆର ନେତୃତ୍ୱ ସମ୍ଭାଳିଥିଲେ।

ଆଇପିଏଲ୍ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟିଂ କୋଚ୍ ଯୁବରାଜ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026

ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ରୋହିତ ଶର୍ମା!: ବଢିଲା ଚର୍ଚ୍ଚା

October 13, 2026

ଆଇପିଏଲ-୨୦୨୭: ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଶିକ୍ଷକ ଭାବରେ ଯୁବରାଜ ସିଂହ ନିଯୁକ୍ତ

October 13, 2026

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଟି-୨୦: ଜାଣନ୍ତୁ ପିଚ୍ ରିପୋର୍ଟ

October 13, 2026
Latest News

ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ୍ ଓ ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ

October 14, 2026

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026

ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ: ମହିଳା ଅଟକ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.