ନୂଆଦିଲ୍ଲୀ: ‘ଆନ୍ତର୍ଜାତୀୟ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ ଦିବସ’ (International Day of the Air Traffic Controller) ଅବସରରେ ଚେନ୍ନାଇରେ ଏକତ୍ରିତ ହୋଇଥିବା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ କର୍ମଚାରୀମାନଙ୍କୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଆଜି ଶୁଭେଚ୍ଛା ଜଣାଇଛନ୍ତି। ଭାରତର ଆକାଶମାର୍ଗକୁ ସୁରକ୍ଷିତ ରଖିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସେ ସ୍ୱୀକାର କରିଛନ୍ତି।
ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତା ଜାରି କରି ଶ୍ରୀ ନାଇଡୁ ଭାରତର ବିମାନ ଚଳାଚଳ କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରିଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ ଗୋଟିଏ ମାସରେ ଦେଶ ଭିତରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ୧.୫ କୋଟି ଅତିକ୍ରମ କରି ଏକ ରେକର୍ଡ ସୃଷ୍ଟି କରିଛି। ଚଳିତ ବର୍ଷ ମେ ମାସରେ ଏହି ରେକର୍ଡ ସୃଷ୍ଟି ହୋଇଛି। ମନ୍ତ୍ରୀ କହିଛନ୍ତି ଯେ ପ୍ରତିଦିନ ଦେଶ ଭିତରେ ପାଞ୍ଚ ହଜାରରୁ ଅଧିକ ଏବଂ ଆନ୍ତର୍ଜାତୀୟ ସ୍ତରରେ ଏକ ହଜାରରୁ ଅଧିକ ବିମାନ ଚଳାଚଳ (ଟ୍ରାଫିକ୍ ମୁଭମେଣ୍ଟ) ହୋଇଥାଏ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତରେ ବିମାନ ଯାତ୍ରୀଙ୍କ ସଂଖ୍ୟା ୨୪ କୋଟିରୁ ବୃଦ୍ଧି ପାଇ ୧୩୦ କୋଟିରେ ପହଞ୍ଚାଇବା ପାଇଁ ଭାରତ ଲକ୍ଷ୍ୟ ରଖିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ପ୍ରଯୁକ୍ତିବିଦ୍ୟା ସୁରକ୍ଷାର ନିଶ୍ଚିତତା ଦେଇପାରିବ ନାହିଁ। ସେ କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟା ସହାୟକ ହୋଇପାରେ, କିନ୍ତୁ ଉଚିତ୍ ନିଷ୍ପତ୍ତି ନେବା, ସଂଯମତା ବଜାୟ ରଖିବା ଏବଂ ଦାୟିତ୍ୱବୋଧ – ଏସବୁ ସର୍ବଦା ମାନବୀୟ ଗୁଣ ଅଟେ।
ସେ ଜଣାଇଛନ୍ତି ଯେ ‘ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ’ (AAI) ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ୩,୪୯୦ କୋଟି ଟଙ୍କା ଆବଣ୍ଟନ କରିଛି; ଯେଉଁଥିରେ ‘ଏୟାର ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମ୍’ (ବିମାନ ଚଳାଚଳ ପରିଚାଳନା ବ୍ୟବସ୍ଥା)ର ସ୍ୱୟଂଚାଳିତକରଣ (automation) ପାଇଁ ୧,୫୩୨ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ବିମାନ ଚଳାଚଳ କ୍ଷେତ୍ରର ସମ୍ପ୍ରସାରଣ ସହିତ, ବୃଦ୍ଧି ପାଉଥିବା ବିମାନ ଚଳାଚଳକୁ ପରିଚାଳନା କରିବାରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସେମାନେ ବିମାନଗୁଡ଼ିକର ସୁରକ୍ଷିତ ଓ ଦକ୍ଷ ପ


