Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସରକାରଙ୍କୁ ଖର୍ଗେଙ୍କ ପ୍ରଶ୍ନ : ମହିଳା ସଂରକ୍ଷଣ ପାଇଁ ସୀମା ନିର୍ଦ୍ଧାରଣ ଅପେକ୍ଷା କାହିଁକି?
ଜାତୀୟ ଖବର

ସରକାରଙ୍କୁ ଖର୍ଗେଙ୍କ ପ୍ରଶ୍ନ : ମହିଳା ସଂରକ୍ଷଣ ପାଇଁ ସୀମା ନିର୍ଦ୍ଧାରଣ ଅପେକ୍ଷା କାହିଁକି?

October 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Kharge's question to the government: Why the wait for delimitation for women's reservation?

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ, ପରିସୀମନ ଏବଂ ନିର୍ବାଚନ ସଂସ୍କାରକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ କଠୋର ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ। କର୍ଣ୍ଣାଟକର କଲବୁର୍ଗୀଠାରେ ଏକ ସମ୍ମିଳନୀରେ ସେ କହିଛନ୍ତି ଯେ କଂଗ୍ରେସର ଏହି ଲଢ଼େଇ କ୍ଷମତା ପାଇଁ ନୁହେଁ, ବରଂ ଗଣତନ୍ତ୍ର ଓ ସମ୍ବିଧାନକୁ ସୁରକ୍ଷିତ ରଖିବା ପାଇଁ। ଲୋକସଭାର ବର୍ତ୍ତମାନର ଆସନ ସଂଖ୍ୟା ଆଧାରରେ ହିଁ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ତୁରନ୍ତ ଲାଗୁ କରାଯାଇପାରିବ। ଏଥିପାଇଁ ପରିସୀମନକୁ ଅପେକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

ଖର୍ଗେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ଚିଠିର ନିଜେ ଉତ୍ତର ନ ଦେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କୁ ମଧ୍ୟସ୍ଥି ଭାବେ ବ୍ୟବହାର କରୁଛନ୍ତି। ଏଥିସହ ସେ ଆଗାମୀ ନିର୍ବାଚନଗୁଡ଼ିକୁ ଇଭିଏମ୍ (EVM) ବଦଳରେ ବାଲାଟ୍ ପେପର ମାଧ୍ୟମରେ କରାଇବା ଏବଂ ଭୋଟର ତାଲିକାରେ ସ୍ୱଚ୍ଛତା ଆଣିବା ପାଇଁ ଦାବି କରିଛନ୍ତି।

ଏହି ଅବସରରେ ଖର୍ଗେ କହିଛନ୍ତି ଯେ ଗତ ଏପ୍ରିଲ ୨୦୨୬ରେ ପରିସୀମନ ସମ୍ବନ୍ଧୀୟ ସମ୍ବିଧାନ ସଂଶୋଧନ ବିଲ୍‌କୁ ବିରୋଧୀଙ୍କ ସହମତି ବିନା ଆଣିବାକୁ ଚେଷ୍ଟା କରାଯାଇଥିଲା, ଯାହା ସମ୍ପୂର୍ଣ୍ଣ ବେଆଇନ୍। ସାମ୍ବିଧାନିକ ପରିବର୍ତ୍ତନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇବାକୁ ସେ ଦାବି କରିଛନ୍ତି। ଏଥିସହିତ, ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟାନ୍ୟ ନିର୍ବାଚନ କମିଶନର ଆଇନ, ୨୦୨୩ର ଧାରା ୧୬କୁ ହଟାଇବା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ ସେ ଦାବି ଜଣାଇଛନ୍ତି। ଅନ୍ୟପଟେ, ମଣିପୁରରେ ପୁନର୍ବାର ଘଟିଥିବା ହିଂସାକାଣ୍ଡରେ ୪ ଜଣ ନିରୀହ ନାଗରିକଙ୍କ ହତ୍ୟାକୁ ନିନ୍ଦା କରି ଖର୍ଗେ ସୋସିଆଲ ମିଡିଆ ‘ଏକ୍ସ’ରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

କଂଗ୍ରେସ ପରିସୀମନ ମଲ୍ଲିକାର୍ଜୁନ ଖର୍ଗେ ମହିଳା_ସଂରକ୍ଷଣ ବିଲ୍
Share. Facebook Twitter LinkedIn Email WhatsApp Copy Link

Related Posts

୨୩ରୁ ଅହମଦାବାଦରେ ରାଜ୍ୟଗୋଷ୍ଠୀ କବାଡ଼ି ଚାମ୍ପିଅନ୍‌ଶିପ୍‌

October 22, 2026

ମୁକ୍ତି ପରେ ବି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP ନେତା

October 22, 2026

ଭାରତୀୟ ବାୟୁସେନାକୁ ହାଲ୍‌ ପ୍ରଦାନ କଲା ପ୍ରଥମ ୩ଟି HTT-40

October 22, 2026

ଏସ୍‌ଆଇଆର୍‌ ବିରୋଧୀ ଆନ୍ଦୋଳନରେ ସାମିଲ ହେବେ ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକାଳ ପ୍ରଭାକର

October 22, 2026
Latest News

SBI Account Safety: ଡାଟା ଲିକ୍‌ ହେଲେ ଆକାଉଣ୍ଟରୁ ଟଙ୍କା ଚୋରି ହୋଇପାରିବ କି?

October 22, 2026

୨୩ରୁ ଅହମଦାବାଦରେ ରାଜ୍ୟଗୋଷ୍ଠୀ କବାଡ଼ି ଚାମ୍ପିଅନ୍‌ଶିପ୍‌

October 22, 2026

ଆଇସିସି ଦିନିକିଆ ରାଙ୍କିଙ୍ଗ୍ : ଦିନିକିଆ ବୋଲର୍‌ଙ୍କ ଟପ୍‌-୫ରେ ସ୍ଥାନ ପାଇଲେ କୁଲଦୀପ୍

October 22, 2026

ମୁକ୍ତି ପରେ ବି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP ନେତା

October 22, 2026

ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନ୍ ବୋଲିଂ କୋଚ୍ ହେଲେ ଅମିତ ମିଶ୍ରା

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.