ଆଇପିଏସ ଅଧିକାରୀ ବିବେକ କୁମାର ଜୋହରୀ ଶନିବାର ଦିନ ବିଏସଏଫର ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଏସଏଫର ୨୫ତମ ମହାନିର୍ଦ୍ଦେଶକ ଭାବେ ସେ ଦାୟିତ୍ୱ ସମ୍ଭାଳିଛନ୍ତି । ସେ ରଜନୀକାନ୍ତ ମିଶ୍ରଙ୍କ ସ୍ଥାନ ଗ୍ରହଣ କରିଛନ୍ତି । ଆସନ୍ତା ସେପ୍ଟେମ୍ୱର ୨୦୨୦ ପର୍ଯ୍ୟନ୍ତ ଜୋହରୀ ଏହି ପଦରେ ରହିବେ । ମଧ୍ୟ ପ୍ରଦେଶ କ୍ୟାଡେରର ୧୯୮୪ ବ୍ୟାଚର ଆଇପିଏସ ଅଧିକାରୀ ବିକେ ଜୋହରୀ ଗୁଇନ୍ଦା ସଂସ୍ଥା ର’ରେ ବିଶେଷ ସଚିବ ଭାବେ କାର୍ଯ୍ୟରତ ଥିଲେ । ବିଏସଏଫରେ ଅଢେଇ ଲକ୍ଷ ଜଣ ଯବାନ ଏବଂ ଅଧିକାରୀ କାର୍ଯ୍ୟରତ ଅଛନ୍ତି ।