Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ଛାଡିବେ ବରିଷ୍ଠ ଆଇଏଏସ ଅଫିସର ସଂଜୟ କୁମାର ସିଂ, ନିଜ ରାଜ୍ୟ ବିହାରକୁ ବଦଳି ପାଇଁ କଲେ ଆବେଦନ
ଜାତୀୟ ଖବର

ଓଡିଶା ଛାଡିବେ ବରିଷ୍ଠ ଆଇଏଏସ ଅଫିସର ସଂଜୟ କୁମାର ସିଂ, ନିଜ ରାଜ୍ୟ ବିହାରକୁ ବଦଳି ପାଇଁ କଲେ ଆବେଦନ

October 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶା ଛାଡିବେ ବରିଷ୍ଠ ଆଇଏଏସ ଅଫିସର
ଓଡିଶା ଛାଡିବେ ବରିଷ୍ଠ ଆଇଏଏସ ଅଫିସର ସଂଜୟ କୁମାର ସିଂ, ନିଜ ରାଜ୍ୟ ବିହାରକୁ ଯିବା ପାଇଁ କଲେ ଆବେଦନ

ଭୁବନେଶ୍ବର: ଓଡିଶା ଛାଡିବେ ବରିଷ୍ଠ ଆଇଏଏସ ଅଫିସର ଶ୍ରୀଯୁକ୍ତ ସଂଜୟ କୁମାର ସିଂ। ସେ ଇଣ୍ଟର ଷ୍ଟେଟ ବଦଳିରେ ନିଜ ଗୃହ ରାଜ୍ୟ ବିହାରକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ସେଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ଆବେଦନ କରିଛନ୍ତି। ଏହି ଆବେଦନ ପରେ କେନ୍ଦ୍ର ସରକାର ଅକ୍ଟୋବର ୨୨ ତାରିଖରେ ରାଜ୍ୟ ସରକାରଙ୍କୁ ଏକ ଚିଠି କରିଛନ୍ତି।

ଏହି ଚିଠିରେ ସେ ଇଣ୍ଟର ଷ୍ଟେଟ ବଦଳି ପାଇଁ ଆବେଦନ କରିଛନ୍ତି ବୋଲି ଉଲ୍ଲେଖ ରହିଛି। ତାଙ୍କ ନାମରେ କିଛି ଭିଜିଲାନ୍ସ କିମ୍ବା ଅନ୍ୟ କିଛି ମାମଲା ରହିଛି କି ନାହିଁ ତାହା ଜଣାଇବା ପାଇଁ କେନ୍ଦ୍ର ଏହି ଚିଠି କରିଛି। ଜଣେ ଇଣ୍ଟର ଷ୍ଟେଟ ବଦଳି ପାଇଁ ଆବେଦନ କଲେ ନିୟମ ଅନୁସାରେ ଏହିପରି ଚିଠି କେନ୍ଦ୍ର ସରକାର ରାଜ୍ୟକୁ କରିଥାନ୍ତି। ରାଜ୍ୟ ସରକାର ସବୁଜ ସଙ୍କେତ ଦେବା ପରେ ତାଙ୍କର ବିହାରକୁ ବଦଳି ହେବ।

ଶ୍ରୀଯୁକ୍ତ ସିଂ ବର୍ତ୍ତମାନ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ସହିତ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଅଛନ୍ତି।  ସେ ଓଡିଶାର ଜଣେ ଦକ୍ଷ ଆଇଏଏସ ଅଫିସର ଭାବେ ବେଶ୍ ଜଣାଶୁଣା। ୧୯୯୭ ମସିହା ବ୍ୟାଚର ଏହି ଅଧିକାରୀ ପୂର୍ବରୁ ବିହାରରେ ବହୁ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ସେ ବିହାରର ପାଟନା ଓ ଗୟା ଜିଲ୍ଲାର ଜିଲ୍ଲାପାଳ ସହିତ ବିହାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ ସଚିବ ଭାବେ କାର୍ଯ୍ୟ କରିଛନ୍ତି।

ସେ ପୂର୍ବରୁ ଓଡିଶାର ଗ୍ରାମ୍ୟ ଉନ୍ନୟନ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେହିପରି ବାଣିଜ୍ୟ କର ଏବଂ ଜିଏସଟି ବିଭାଗର କମିଶନର, ବିଏମସି କମିଶନର ଏବଂ ବିଡିଏ ଭିସି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Sanjay Singh IAS Sanjaya Kumar Singh IAS ସଂଜୟ କୁମାର ସିଂ ସଂଜୟ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧାରୁ ୧୬୯ ତୀର୍ଥଯାତ୍ରୀଙ୍କ ଆଧ୍ୟାତ୍ମିକ ଯାତ୍ରାର ଶୁଭାରମ୍ଭ

October 27, 2026

ଶଙ୍ଖମୂଳରେ ୧୬ ଟିକିଆ ହାତୀପଲଙ୍କ ଉପଦ୍ରବ: ୬ ମାଣ ଧାନ ଫସଲ ନଷ୍ଟ

October 27, 2026

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା: ଚିଲିକାରେ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

October 27, 2026

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା: ନବରଙ୍ଗପୁରରେ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

October 27, 2026
Latest News

ଖୋର୍ଦ୍ଧାରୁ ୧୬୯ ତୀର୍ଥଯାତ୍ରୀଙ୍କ ଆଧ୍ୟାତ୍ମିକ ଯାତ୍ରାର ଶୁଭାରମ୍ଭ

October 27, 2026

ଶଙ୍ଖମୂଳରେ ୧୬ ଟିକିଆ ହାତୀପଲଙ୍କ ଉପଦ୍ରବ: ୬ ମାଣ ଧାନ ଫସଲ ନଷ୍ଟ

October 27, 2026

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା: ଚିଲିକାରେ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

October 27, 2026

ଓଡିଶା ଛାଡିବେ ବରିଷ୍ଠ ଆଇଏଏସ ଅଫିସର ସଂଜୟ କୁମାର ସିଂ, ନିଜ ରାଜ୍ୟ ବିହାରକୁ ବଦଳି ପାଇଁ କଲେ ଆବେଦନ

October 27, 2026

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା: ନବରଙ୍ଗପୁରରେ ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

October 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.