Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ମାମଲା: ଏଫ୍‌ଆଇଆର୍ ଖାରଜ ପାଇଁ ହାଇକୋର୍ଟରେ ଜେଲ୍ ଡିଜି ସୁଶାନ୍ତ ନାଥ
ଆଜିର ଖବର

ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ମାମଲା: ଏଫ୍‌ଆଇଆର୍ ଖାରଜ ପାଇଁ ହାଇକୋର୍ଟରେ ଜେଲ୍ ଡିଜି ସୁଶାନ୍ତ ନାଥ

November 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Sexual harassment case against jailer: Jail DG Sushant Nath moves High Court seeking quashing of FIR

କଟକ: ଜଣେ ପୂର୍ବତନ ମହିଳା ଜେଲରଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଫସିଥିବା ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଓ ତାଙ୍କ ସହଯୋଗୀ କୁଲ୍‌ଦୀପ୍ ରଥଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌କୁ ଖାରଜ କରିବା ପାଇଁ ସେମାନେ ହାଇକୋର୍ଟରେ ଆବେଦନ କରିଛନ୍ତି । ଉଭୟଙ୍କ ବିରୋଧରେ ଚୌଦ୍ୱାର ଥାନାରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌କୁ ଖାରଜ କରିବା ପାଇଁ ସେମାନେ ହାଇକୋର୍ଟରେ ପୃଥକ ପୃଥକ କ୍ରିମିନାଲ୍ ମିସ୍‌ଲେନିୟସ୍ କେଶ୍ ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀ ନାଥଙ୍କ ସହଯୋଗୀ କୁଲ୍‌ଦୀପ୍ ରଥ ହାଇକୋର୍ଟରେ କେବଳ ଆଗୁଆ ଜାମିନ ଆବେଦନ କରିଛନ୍ତି ।

ସୂଚନାଥାଉକି ଚୌଦ୍ୱାର ଜେଲ୍‌ର ଜଣେ ପୂର୍ବତନ ମହିଳା ଜେଲର୍ ଅଭିଯୋଗ କରିଛନ୍ତି ଯେ କୁଲଦୀପ ରଥ ନାମକ ଜଣେ ବ୍ୟକ୍ତି ଚୌଦ୍ୱାର ଜେଲ୍ ପରିଦର୍ଶନରେ ଆସିଥିବା ବେଳେ ନିଜକୁ ଡିଜି (ଜେଲ୍‌) ସୁଶାନ୍ତ ନାଥଙ୍କ ବନ୍ଧୁ ଭାବେ ପରିଚୟ ଦେଇଥିଲେ । ଏହି ସମୟରେ କୁଲ୍‌ଦୀପ୍ ତାଙ୍କ ମୋବାଇଲ ଫୋନ୍ ନମ୍ବର ମଧ୍ୟ ନେଇଥିଲେ। ତେବେ ପରବର୍ତୀ ସମୟରେ କୁଲ୍‌ଦୀପ୍ ତାଙ୍କୁ କିଛି ଅଶ୍ଳିଳ ମେସେଜ୍ ପଠାଇଥିଲେ । ଏଥି ସହିତ ଗତ ୨୦୨୫ ଅଗଷ୍ଟ ୨୯ ଓ ସେପ୍େଟମ୍ବର ୨୫ ଓ ୨୬ ତାରିଖରେ ଏକ ହୋଟେଲକୁ ଏକୁଟିଆ ଆସିବାକୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ଉକ୍ତ ହୋଟେଲ୍‌ରେ ଡିଜି ମହିଳା ଜେଲ୍‌ରଙ୍କୁ ଏକାକୀ ଭେଟିବାକୁ ଚାହୁଁଥିବା ସେ କହିଥିଲେ। ତେବେ କୁଲ୍‌ଦୀପ୍ ରଥଙ୍କ ନିମନ୍ତ୍ରଣକୁ ମହିଳା ଜେଲର୍ ଜଣକ ଗ୍ରହଣ କରିନଥିଲେ । ଫଳରେ ଜେଲ୍ ଡିଜି ଶ୍ରୀ ନାଥ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲେ।

ଏ ସମ୍ପର୍କରେ ମହିଳା ଜେଲର୍ ଜଣକ ଚୌଦ୍ୱାର ଥାନାରେ ଜେଲ୍ ଡିଜି ସୁଶାନ୍ତ ନାଥ ଓ କୁଲ୍‌ଦୀପ୍ ରଥଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରି ଉଭୟଙ୍କ ବିରୋଧରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ତେବେ ଶ୍ରୀ ନାଥଙ୍କ ବିରୋଧରେ ମହିଳା ଜେଲର୍ ଜଣକ ଏପରି ସଙ୍ଗୀନ୍ ଅଭିଯୋଗ ଆଣିବା ପରେ ରାଜ୍ୟ ସରକାର ତାଙ୍କୁ ତୁରନ୍ତ ଜେଲ୍ ଡିଜି ପଦରୁ ହଟାଇ ଦେଇ ଅନ୍ୟତ୍ର ବଦଳି କରିଥିଲେ ।

ଡିଜି ସୁଶାନ୍ତ ନାଥ ଯୌନ ନିର୍ଯାତନା ହାଇକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ

November 2, 2026

ଆନ୍ଧ୍ରରେ ‘ମୁରାସୁ’ର ଲ୍ୟାଣ୍ଡଫଲ୍‌, ଓଡ଼ିଶାରେ ଢାଳିବ

November 2, 2026

JNU ଯୌନ ନିର୍ଯାତନା ମାମଲାରେ ନୂଆ ମୋଡ଼, କଂଗ୍ରେସ ସାଂସଦଙ୍କ ବହିଷ୍କାର ଉପରେ ରୋକ୍

November 2, 2026

ଗୋଟିଏ ପଟେ ରାହୁଲଙ୍କ ଚ୍ୟାଲେଞ୍ଜ, ଅନ୍ୟପଟେ ଶାହଙ୍କ ଆକ୍ରମଣ; କାହାର ପଲ୍ଲା ଭାରୀ?

November 2, 2026
Latest News

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ

November 2, 2026

ଆନ୍ଧ୍ରରେ ‘ମୁରାସୁ’ର ଲ୍ୟାଣ୍ଡଫଲ୍‌, ଓଡ଼ିଶାରେ ଢାଳିବ

November 2, 2026

JNU ଯୌନ ନିର୍ଯାତନା ମାମଲାରେ ନୂଆ ମୋଡ଼, କଂଗ୍ରେସ ସାଂସଦଙ୍କ ବହିଷ୍କାର ଉପରେ ରୋକ୍

November 2, 2026

ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ରହୁଛି ଭାରତୀୟଙ୍କ ହସ୍ତକ୍ଷେପ

November 2, 2026

ଗୋଟିଏ ପଟେ ରାହୁଲଙ୍କ ଚ୍ୟାଲେଞ୍ଜ, ଅନ୍ୟପଟେ ଶାହଙ୍କ ଆକ୍ରମଣ; କାହାର ପଲ୍ଲା ଭାରୀ?

November 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.