ଭୁବନେଶ୍ବର: ଧିରେଧିରେ କୋଟିଆ ବିବାଦ ଘନେଇବାରେ ଲାଗିଛି। ତେବେ ଆଜି ଯାହା ପରିସ୍ଥିତି ହେଲା ତାହା ଅନ୍ୟଦିନଠାରୁ ସୀମା ଟପିଯାଇଛି। କାରଣ ଆଜି କୋଟିଆ ସୀମା ନେରିଡିବାଲସା ରେ ଆନ୍ଧ୍ର ପୋଲିସ ଏବଂ ଓଡିଶା ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ସେହି ସ୍ଥାନରେ ଓଡିଶା ପୋଲିସ ତରଫରୁ କରାଯାଇଥିବା ବ୍ୟାରିକେଡକୁ ଆନ୍ଧ୍ର ପୋଲସ ଠେଲିଠେଲି ଭାଙ୍ଗି ଦେଇଥିଲେ। ଆଜି ଦୀର୍ଘ ସମୟ ଧରି ଆନ୍ଧ୍ର ପୋଲିସ ଏବଂ ଓଡିଶା ପୋଲିସ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା।

ଘଟଣାରୁ ଜଣାପଡିଛି ଯେ, ଆସନ୍ତା ପାଞ୍ଚ ତାରିଖରେ ଆନ୍ଧ୍ର ପ୍ରଦେଶ ତରଫରୁ କୋଟିଆରେ ପଞ୍ଚାୟତ ନିର୍ବାଚନ କରାଯିବ। ସେଥିପାଇଁ ସେହି ଅଞ୍ଚଳରୁ ଦୁଇ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏହାଜଣାପଡିବା ପରେ ସବୁ ରାଜନୈତିକ ଦଳ ତରଫରୁ ସେଠାରେ ସଜାଗ ହେବା ସହିତ ପୋଲିସ ତରଫରୁ ତାହାକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ହେଲେ ଆନ୍ଧ୍ର ପୋଲିସ ସେଠାରେ ନିର୍ବାଚନ କରାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରିବାକୁ ଆସିଥିବା ବେଳେ ଓଡିଶା ପୋଲିସ ତାହାକୁ ରୋକି ଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ଧସ୍ତାଧସ୍ତି ହୋଇଥିଲା।


