ନୂଆଦିଲ୍ଲୀ: ଏବେ ଦେଶର ରାଜନୀତି ସରଗରମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଥିବା ନେତା ପ୍ରତିପକ୍ଷ ରାହୁଲ ଗାନ୍ଧୀ ଏବେ ଦେଶର ଯୁବପିଢ଼ିଙ୍କୁ ସାମିଲ କରିଛନ୍ତି।
ରାହୁଲ ଗାନ୍ଧୀ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଲ୍ ଜରିଆରେ ଯୁବକମାନଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ, “ଆପଣ ରାହୁଲ ଗାନ୍ଧୀ ବନାମ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏକ ଓପନ୍ ଡିବେଟ୍ ଦେଖିବାକୁ ଚାହୁଁଛନ୍ତି କି?”
ସୂଚନା ଅନୁସାରେ, ପୂର୍ବରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶର ପ୍ରମୁଖ ପ୍ରସଙ୍ଗ – ବେକାରୀ, ମୁଦ୍ରାସ୍ଫୀତି, ଅଗ୍ନିପଥ, ପେପର ଲିକ୍ ଭଳି ପ୍ରସଙ୍ଗରେ ଖୋଲା ମଞ୍ଚରେ ବିତର୍କ ପାଇଁ ଆହ୍ୱାନ ଦେଇଥିଲେ। ଏବେ ସେ ସିଧାସଳଖ ଜନତାଙ୍କ ନିକଟକୁ ଯାଇ ସେମାନଙ୍କ ମତ ଲୋଡିଛନ୍ତି।
ରାହୁଲଙ୍କ ଏହି ପୋଷ୍ଟ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ ସମର୍ଥକ ଏହାକୁ ସ୍ୱାଗତ କରୁଥିବା ବେଳେ ବିଜେପି ଏହାକୁ ରାଜନୈତିକ ଷ୍ଟଣ୍ଟ ବୋଲି କହିଛି।


