Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଆରଡିଓ ପକ୍ଷରୁ କ୍ୱାସି-ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ
ଆଜିର ଖବର

ଡିଆରଡିଓ ପକ୍ଷରୁ କ୍ୱାସି-ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ

November 6, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଡିଆରଡିଓ ପକ୍ଷରୁ କ୍ୱାସି-ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ
ଡିଆରଡିଓ ପକ୍ଷରୁ କ୍ୱାସି-ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ୫ ନଭେମ୍ବର ୨୦୨୬ରେ ପୂର୍ବାହ୍ନ ପ୍ରାୟ ୧୧ଟା ୧୦ ମିନିଟ୍‌ ସମୟରେ ଓଡ଼ିଶା ଉପକୂଳସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ କ୍ୱାସି-ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ପ୍ରଳୟ’ର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍‌) ପକ୍ଷରୁ ନିୟୋଜିତ ବିଭିନ୍ନ ରେଞ୍ଜ ଯନ୍ତ୍ରପାତି ମାଧ୍ୟମରେ ସଂଗୃହୀତ ପରୀକ୍ଷଣ ତଥ୍ୟରୁ ଏହି କ୍ଷେପଣାସ୍ତ୍ରର ସମସ୍ତ ନିର୍ଦ୍ଧାରିତ ପରୀକ୍ଷଣ ଲକ୍ଷ୍ୟ ସଫଳତାର ସହ ପୂରଣ ହୋଇଥିବା ସ୍ପଷ୍ଟ ହୋଇଛି।

ହାଇଦ୍ରାବାଦର ଇମାରତ ଗବେଷଣା କେନ୍ଦ୍ର ସହିତ ଅନ୍ୟ ଡିଆରଡିଓ ପରୀକ୍ଷାଗାର ସ୍ୱଦେଶୀ ଭାବରେ ଏହି କ୍ଷେପଣାସ୍ତ୍ର ବିକଶିତ କରିଛି। ବିକାଶ ଏବଂ ଉତ୍ପାଦନ ଭାଗୀଦାରମାନଙ୍କ ମଧ୍ୟରୁ ଅନ୍ୟତମ, ଭାରତ ଡାଇନାମିକ୍ସ ଲିମିଟେଡ୍ ଏହି ପ୍ରଣାଳୀ ଉତ୍ପାଦନ କରିଛି। ଉପଭୋକ୍ତା ମୂଲ୍ୟାଙ୍କନ ପରୀକ୍ଷଣର ଅଂଶ ଭାବରେ ଡିଆରଡିଓର ବରିଷ୍ଠ ଅଧିକାରୀ, ଶିଳ୍ପ ଏବଂ ପ୍ରତିରକ୍ଷା ବାହିନୀର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଉଡ଼ାଣ ପରୀକ୍ଷଣ କରାଯାଇଥିଲା। ଏହି ସଫଳ ପରୀକ୍ଷଣ ପରେ କ୍ଷେପଣାସ୍ତ୍ର ପ୍ରଣାଳୀକୁ ପ୍ରତିରକ୍ଷା ବାହିନୀରେ ସାମିଲ କରିବା ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବାର ପଥ ପରିଷ୍କାର ହୋଇଛି।

ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳ ଉଡ଼ାଣ ପରୀକ୍ଷଣ ପାଇଁ ଡିଆରଡିଓ, ପ୍ରତିରକ୍ଷା ବାହିନୀ ଏବଂ ଶିଳ୍ପ ଅଂଶୀଦାରମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଅତ୍ୟାଧୁନିକ ଜ୍ଞାନକୌଶଳରେ ସଜ୍ଜିତ ଏହି କ୍ଷେପଣାସ୍ତ୍ର ଉଦୀୟମାନ ବିପଦଗୁଡ଼ିକ ବିରୁଦ୍ଧରେ ସେନାବାହିନୀର ବୈଷୟିକ କ୍ଷମତା ଏବଂ କାର୍ଯ୍ୟ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ ​​କରିବ।

ରକ୍ଷା ସଚିବ, ରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଶ୍ରୀ ରାଜେଶ କୁମାର ସିଂହ ଏହି ସଫଳ ଉଡ଼ାଣ ପରୀକ୍ଷଣ ସହ ଜଡ଼ିତ ଦଳଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି।

‘ପ୍ରଳୟ’ର ସଫଳ ପରୀକ୍ଷଣ ଏପିଜେ ଅବଦୁଲ କଲାମ ଦ୍ୱୀପରୁ କ୍ୱାସି-ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଡିଆରଡିଓ ରାଜନାଥ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ପାଉଁଶ ପରିବହନକୁ ନେଇ ରକ୍ତାକ୍ତ ସଂଘର୍ଷ! ଚାନ୍ଦା ବିବାଦରୁ ଗଡ଼ିଲା ମୁଣ୍ଡ, ୩ ରାଉଣ୍ଡ ଗୁଳିରେ ଯୁବକ ମୃତ

November 6, 2026

୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଶହୀଦ ସ୍ମାରକୀକୁ ଉଦଘାଟନ କଲେ ଅମିତ ଶାହ

November 6, 2026

ଟ୍ରମ୍ପ ପ୍ରଶାସନରୁ ପଦତ୍ୟାଗ ଚର୍ଚ୍ଚା କେବଳ ଗୁଜବ: ମାର୍କୋ ରୁବିଓ

November 6, 2026

ଦେଶରେ ମେଟ୍ରୋ ବିପ୍ଳବ!: ୧୦ ବର୍ଷରେ ୫ ଗୁଣ ବଢ଼ିଲା ନେଟୱର୍କ

November 6, 2026
Latest News

ଆଜମ୍ ଖାନଙ୍କ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

November 6, 2026

ପାଉଁଶ ପରିବହନକୁ ନେଇ ରକ୍ତାକ୍ତ ସଂଘର୍ଷ! ଚାନ୍ଦା ବିବାଦରୁ ଗଡ଼ିଲା ମୁଣ୍ଡ, ୩ ରାଉଣ୍ଡ ଗୁଳିରେ ଯୁବକ ମୃତ

November 6, 2026

୧୮୫୭ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଶହୀଦ ସ୍ମାରକୀକୁ ଉଦଘାଟନ କଲେ ଅମିତ ଶାହ

November 6, 2026

ଧନତେରାସର ପୌରାଣିକ ମହତ୍ତ୍ୱ: ଜାଣନ୍ତୁ ସୁନା-ରୁପା ସହ ଝାଡ଼ୁ କିଣିବାର ବିଶେଷ କାରଣ

November 6, 2026

ଟ୍ରମ୍ପ ପ୍ରଶାସନରୁ ପଦତ୍ୟାଗ ଚର୍ଚ୍ଚା କେବଳ ଗୁଜବ: ମାର୍କୋ ରୁବିଓ

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.