Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ: ବମିଖାଲରେ ଯୁବକଙ୍କୁ ଗୁଳିକରି ହତ୍ୟା
ଆଜିର ଖବର

ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ: ବମିଖାଲରେ ଯୁବକଙ୍କୁ ଗୁଳିକରି ହତ୍ୟା

November 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Capital city stained with blood once again: Youth shot dead in Bamikhal

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଫୁଟିଛି ଗୁଳି। ଲକ୍ଷ୍ମୀସାଗର ଥାନା ଅଧୀନ ବମିଖାଲ ଅଞ୍ଚଳରେ ଆଜି ଭୋର ପ୍ରାୟ ତିନିଟା ସମୟରେ ଘଟିଥିବା ଏକ ଗୁଳିକାଣ୍ଡରେ ଜଣେ ଯୁବକଙ୍କର ପ୍ରାଣହାନି ଘଟିଛି। ମୃତ ଯୁବକଜଣକ ହଳଦୀପଡ଼ିଆ ଅଞ୍ଚଳର ସୋନୁ ନାୟକ ବୋଲି ସ୍ପଷ୍ଟ ହୋଇଛି। ଭୋର ସମୟରେ ଘଟିଥିବା ଏହି ରକ୍ତାକ୍ତ ସାଂଘାତିକ ଘଟଣା ସମଗ୍ର ରାଜଧାନୀ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଓ ଆତଙ୍କ ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁସାରେ, ସୋନୁ ନାୟକ ତାଙ୍କର ୪ ଜଣ ସାଙ୍ଗଙ୍କ ସହିତ ଏକ ଗାଡ଼ିରେ ରସୁଲଗଡ଼ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିଲେ। ସେହି ସମୟରେ ପୂର୍ବପ୍ରସ୍ତୁତି ସହ ବମିଖାଲ ଅଞ୍ଚଳରେ ପୂର୍ବରୁ ଓଲିଆପୋତି ଛକି ରହିଥିଲେ କିଛି ସଶସ୍ତ୍ର ଦୁର୍ବୃତ୍ତ। ସୋନୁ ଓ ତାଙ୍କ ସାଙ୍ଗମାନେ ଗାଡ଼ି ନେଇ ସେଠାରେ ପହଞ୍ଚିବା ମାତ୍ରେ ଦୁର୍ବୃତ୍ତମାନେ ହଠାତ୍ ସେମାନଙ୍କ ଗାଡ଼ିର ଗତିରୋଧ କରି ଅଟକାଇଥିଲେ। ସେମାନେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ଅତି ନିକଟରୁ ସୋନୁଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳିମାଡ଼ କରିଥିଲେ। ସୋନୁ ସେଠାରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଟଳି ପଡ଼ିଥିଲେ।

ଗୁଳିଚାଳନା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗୁଳିକାଣ୍ଡ ସମ୍ପର୍କରେ ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ତୁରନ୍ତ ସଂଘଟନ ସ୍ଥଳରେ ପହଞ୍ଚି ସୋନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ତେବେ ସେଠାରେ ଉପସ୍ଥିତ ଡାକ୍ତର ସୋନୁଙ୍କୁ ମୃତ ଘୋଷଣା କରିଥିଲେ। ଏହି ନିର୍ମମ ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଛି ନା ଅନ୍ୟ କୌଣସି ବିବାଦୀୟ କାରଣ ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଗୁଳିମାଡ଼ କରିଥିବା ଦୁର୍ବୃତ୍ତଙ୍କ ପରିଚୟ ଓ ହତ୍ୟାର ଅସଲ କାରଣ ଖୋଜିବା ପାଇଁ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ସନ୍ଦେହଜନକ ଆଧାରରେ ପୁଲିସ ଦୁଇଜଣଙ୍କୁ ଅଟକ ରଖି ଘଟଣାର ଛାନ୍‌ଭିନ ଜାରି ରଖିଛି।

ଗୁଳିକାଣ୍ଡ ବମିଖାଲ ରାଜଧାନୀ ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଚୋରା କାଠ ଚାଲାଣ ବେଳେ ବନ ବିଭାଗର ବଡ଼ ଧରପକଡ଼: ପିକଅପ୍ ସହ ଶାଗୁଆନ କାଠ ଜବତ

November 7, 2026

ଆଇଫୋନ୍‌ରେ ଲୁଚି ରହିଛି ୧ ଲକ୍ଷ ଶବ୍ଦର ସିକ୍ରେଟ୍ ଲିଷ୍ଟ୍!: ସ୍ୱାଇପ୍ କଲେ ବି ଲେଖା ଯାଉନି ଏହି ନାଁ

November 7, 2026

ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର: ହ୍ବାଇଟ୍‌ ହାଉସ୍‌ ନିକଟରୁ ସଶସ୍ତ୍ର ଯୁବକ ଗିରଫ

November 7, 2026

SCO ବୈଠକ ପାଇଁ ଭାରତର ପାକିସ୍ତାନକୁ ନିମନ୍ତ୍ରଣ: ଶାହାବଜଙ୍କ ପକ୍ଷରୁ କ’ଣ ଆସିଲା ଉତ୍ତର?

November 7, 2026
Latest News

ଚୋରା କାଠ ଚାଲାଣ ବେଳେ ବନ ବିଭାଗର ବଡ଼ ଧରପକଡ଼: ପିକଅପ୍ ସହ ଶାଗୁଆନ କାଠ ଜବତ

November 7, 2026

ଆଇଫୋନ୍‌ରେ ଲୁଚି ରହିଛି ୧ ଲକ୍ଷ ଶବ୍ଦର ସିକ୍ରେଟ୍ ଲିଷ୍ଟ୍!: ସ୍ୱାଇପ୍ କଲେ ବି ଲେଖା ଯାଉନି ଏହି ନାଁ

November 7, 2026

ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର: ହ୍ବାଇଟ୍‌ ହାଉସ୍‌ ନିକଟରୁ ସଶସ୍ତ୍ର ଯୁବକ ଗିରଫ

November 7, 2026

ଗାଜିଆବାଦ ପୁଲିସ ଫାଣ୍ଡିରେ ବିସ୍ଫୋରଣ : ଡେଲିଭରି ବୟ ଆହତ

November 7, 2026

SCO ବୈଠକ ପାଇଁ ଭାରତର ପାକିସ୍ତାନକୁ ନିମନ୍ତ୍ରଣ: ଶାହାବଜଙ୍କ ପକ୍ଷରୁ କ’ଣ ଆସିଲା ଉତ୍ତର?

November 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.