ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଚୋରା କାଠ ଚାଲାଣ ବେଳେ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ଗାଡ଼ି ଓ ଚାଲାଣକାରୀ ସହ ଲକ୍ଷାଧିକ ଟଙ୍କାର ଶାଗୁଆନ ଓ ପଣସ କାଠ ଗଣ୍ଡି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଜୀବନ ରାଉତ। ତାଙ୍କ ଘର ପିତାତଳି ଗ୍ରାମରେ। ମାମଲା ନଂ ୧୨୬/୨୦୨୬ ଅନୁଯାୟୀ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଖବର ଅନୁଯାୟୀ, ଜୀବନ ଦିଗପହଣ୍ଡି ବନାଞ୍ଚଳରୁ ଚୋରାରେ ଶାଗୁଆନ ଓ ପଣସ କାଠ ଗଣ୍ଡି ସଂଗ୍ରହ କରି ଆନ୍ଧ୍ର ଅଭିମୁଖେ ଚାଲାଣ କରୁଥିଲେ। ଏ ନେଇ ଖବର ପାଇ ବନ ବିଭାଗ ଫରେଷ୍ଟର କାମନା ଭୁୟାଁଙ୍କ ନେତୃତ୍ୱରେ ଭିଜିଲାନ୍ସ କର୍ମଚାରୀ ଓ ଅନ୍ୟ ବିଭାଗୀୟ କର୍ମଚାରୀମାନେ ଚିକିଟି ନିକଟସ୍ଥ କୋଟଲିଙ୍ଗି ଗ୍ରାମ ନିକଟରେ ଛକି ରହିଥିଲେ।
ସେହି ରାସ୍ତା ଦେଇ ଜୀବନ ଏକ ପିକଅପ୍ ଗାଡ଼ିରେ କାଠ ଭର୍ତ୍ତି କରି ଆନ୍ଧ୍ର ଯାଉଥିବା ବେଳେ ବନ ବିଭାଗ କର୍ମଚାରୀଙ୍କ ହାବୁଡ଼ରେ ଧରାପଡ଼ିଥିଲେ। ଏହି ଚଢ଼ାଉକୁ ବନ ବିଭାଗ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି।


