ନୂଆଦିଲ୍ଲୀ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ୨-୦ ରେ ଆଗୁଆ ଅଛି। ୩ୟ ଦିନିକିଆ ବର୍ଷାରେ ଧୋଇ ଯାଇଥିଲା। ଏବେ ୪ର୍ଥ ଦିନିକିଆ ଶୁକ୍ରବାର, ୧୩ ନଭେମ୍ବରକୁ ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲରେ ଖେଳାଯିବ।
ବଡ଼ ଖବର ହେଉଛି, ୪ର୍ଥ ଓ ୫ମ ଦିନିକିଆରେ ନିୟମିତ ଅଧିନାୟକ ଶୁଭମନ୍ ଗିଲ୍, ୱିକେଟ୍ କିପର ବ୍ୟାଟର କେ.ଏଲ୍ ରାହୁଲ ଓ ଦ୍ରୁତ ବୋଲର ଅଂଶୁଲ କମ୍ବୋଜ ଖେଳିବେ ନାହିଁ। ଟେଷ୍ଟ୍ ସିରିଜକୁ ଦେଖି ୪ର୍ଥ ଓ ୫ମ ମ୍ୟାଚ୍ ପାଇଁ ଅଲଗା ଟିମ୍ ବଛା ହୋଇଛି।
ଟିମରେ ନୂଆ ଏଣ୍ଟ୍ରି:
ୱିକେଟ୍ କିପର ବ୍ୟାଟର ଈଶାନ କିଶନ୍, ତିଲକ ବର୍ମା, ୱିକେଟ୍ କିପର କୁମାର କୁଶାଗ୍ର, ଅଂଶୁଲ କମ୍ବୋଜଙ୍କ ଜାଗାରେ ଯଶ ଠାକୁର।
୪ର୍ଥ ଦିନିକିଆ ପାଇଁ ଭାରତୀୟ ଟିମ୍:
ଶ୍ରେୟସ୍ ଆୟର୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଲକ ବର୍ମା, ନମନ ଧୀର, ଋତୁରାଜ ଗାଇକୱାଡ଼, ଅକ୍ଷର ପଟେଲ, ଈଶାନ କିଶନ୍ (ୱିକେଟ୍ କିପର), କୁମାର କୁଶାଗ୍ର (ୱିକେଟ୍ କିପର), ଆକିବ୍ ନବି ଦାର୍, ଗୁରନୂର ବରାଡ଼, ଅର୍ଶଦୀପ ସିଂ, ମହମ୍ମଦ ସିରାଜ୍, ଯଶ ଠାକୁର ଓ କୁଲଦୀପ ଯାଦବ।
୪ର୍ଥ ଦିନିକିଆ ପାଇଁ ନ୍ୟୁଜିଲାଣ୍ଡ ଟିମ୍:
ଫିନ୍ ଆଲେନ୍, ୱିଲ୍ ୟଙ୍ଗ୍, ମାଇକେଲ୍ ବ୍ରେସୱେଲ୍, ନିକ୍ କେଲି, ମିଚେଲ୍ ସାଣ୍ଟନର୍ (ଅଧିନାୟକ), ଡିନ୍ ଫକ୍ସକ୍ରଫ୍ଟ୍, ମିଚେଲ୍ ହେ, ଟିମ୍ ସେଫର୍ଟ୍, କ୍ରିଷ୍ଟିଆନ୍ କ୍ଲାର୍କ, ଜେକବ୍ ଡଫି, ମ୍ୟାଥ୍ୟୁ ଫିଶର୍, ମ୍ୟାଟ୍ ହେନ୍ରୀ ଓ କାଇଲ୍ ଜାମିସନ୍।
କେଉଁଠି ଦେଖିବେ ଲାଇଭ୍?
ଟିଭିରେ ସୋନି ସ୍ପୋର୍ଟସ୍ ନେଟୱର୍କ ରେ ଓ ମୋବାଇଲରେ ସୋନି ଲିଭ୍ ଆପ୍ ରେ ଲାଇଭ୍ ଷ୍ଟ୍ରିମିଂ ଦେଖି ପାରିବେ। ହିନ୍ଦୀ ଓ ଇଂରାଜୀ ଦୁଇ ଭାଷାରେ କମେଣ୍ଟ୍ରି ଶୁଣିବାକୁ ମିଳିବ।


