Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଇସ୍ରାଏଲର ନୂତନ କ୍ରୁଜ୍ କ୍ଷେପଣାସ୍ତ୍ର ‘ସୁପର ଆଇସ୍‌’ ଉନ୍ମୋଚିତ
ଅନ୍ତରାଷ୍ଟ୍ରୀୟ

ଇସ୍ରାଏଲର ନୂତନ କ୍ରୁଜ୍ କ୍ଷେପଣାସ୍ତ୍ର ‘ସୁପର ଆଇସ୍‌’ ଉନ୍ମୋଚିତ

November 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Israel’s new cruise missile ‘Super ICE’ unveiled

ଜେରୁଜେଲମ୍‌: ଇସ୍ରାଏଲର ପ୍ରତିରକ୍ଷା କଣ୍ଟ୍ରାକ୍ଟର ‘ରାଫେଲ୍’ ଏକ ଅତ୍ୟାଧୁନିକ ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ‘ସୁପର ଆଇସ୍‌’ ଉନ୍ମୋଚନ କରିଛି। ଏହା ପୂର୍ବ ସଂସ୍କରଣଗୁଡ଼ିକ ତୁଳନାରେ ବହୁ ଅଧିକ ଓଜନର ୱାରହେଡ୍ ବହନ କରିବା ସହ ପ୍ରତିକୂଳ ପରିବେଶରେ ଥିବା ରଣନୈତିକ ଲକ୍ଷ୍ୟଗୁଡ଼ିକୁ ଅତି ସଠିକ ଭାବରେ ଧ୍ୱଂସ କରିବାର କ୍ଷମତା ରଖିଛି। “ସୁପର ଆଇସ୍‌’ ନାମକ ଏହି କ୍ଷେପଣାସ୍ତ୍ର ୧,୦୦୦ ପାଉଣ୍ଡ (ପ୍ରାୟ ୪୫୪ କିଲୋଗ୍ରାମ) ଓଜନର ୱାରହେଡ୍ ବହନ କରିବାକୁ ସକ୍ଷମ, ଯାହା ମାର୍କ ୮୩ ବୋମା ସହିତ ସମତୁଲ। ଏହି କ୍ଷେପଣାସ୍ତ୍ରକୁ ଯୁଦ୍ଧ ବିମାନ, ଯୁଦ୍ଧପୋତ ଏବଂ ସ୍ଥଳଭାଗରେ ଥିବା ଲଞ୍ଚର୍ ଭଳି ବିଭିନ୍ନ ପ୍ଲାଟଫର୍ମରୁ ଉତକ୍ଷେପଣ କରାଯାଇପାରିବ, ଯାହା ସେନାକୁ “ସର୍ବାଧିକ ଅପରେସନାଲ୍ ନମନୀୟତା’ ପ୍ରଦାନ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ରାଫେଲ୍ ଦ୍ୱାରା ବିକଶିତ ହୋଇଥିବା କ୍ରୁଜ୍ କ୍ଷେପଣାସ୍ତ୍ର, ଯେପରିକି “ଆଇସ୍ ବ୍ରେକର’, ଏବଂ “ସି ବ୍ରେକର୍‌’ ୨୫୦ ପାଉଣ୍ଡ ଓଜନର ୱାରହେଡ୍ ବହନ କରିପାରୁଥିଲେ ଏବଂ ସେଗୁଡ଼ିକର ଲକ୍ଷ୍ୟଭେଦ କ୍ଷମତା ସର୍ବାଧିକ ୩୦୦ କିଲୋମିଟର ପର୍ଯ୍ୟନ୍ତ ଥିଲା। ତେବେ ରାଫେଲ୍ ପକ୍ଷରୁ ଯଦିଓ “ସୁପର ଆଇସ୍‌’ର ପ୍ରକୃତ ଦୂରତା ବା ରେଞ୍ଜ୍ ସାର୍ବଜନୀନ ଭାବେ ପ୍ରକାଶ କରାଯାଇନାହିଁ । କିନ୍ତୁ କମ୍ପାନୀ ସ୍ପଷ୍ଟ କରିଛି ଯେ ଏହାକୁ “ଜଟିଳ ଅପରେସନାଲ୍ ଆବଶ୍ୟକତା ପୂରଣ କରିବା ଏବଂ ପ୍ରତିକୂଳ ପରିବେଶ ତଥା ଦୂରଗାମୀ ପରିସୀମାରେ ଥିବା ଉଚ୍ଚ ମୂଲ୍ୟବାନ ରଣନୈତିକ ଲକ୍ଷ୍ୟକୁ ଧ୍ୱଂସ କରିବା ପାଇଁ ଡିଜାଇନ୍ କରାଯାଇଛି’। ରାଫେଲ୍ ଅନୁସାରେ ଏହି କ୍ଷେପଣାସ୍ତ୍ରରେ ଅତ୍ୟାଧୁନିକ ବୈଷୟିକ କ୍ଷମତା ରହିଛି, ଯେଉଁଥିରେ ସୁଦୃଢ଼ ସ୍ୱୟଂଚାଳିତ ନାଭିଗେସନ୍ ସିଷ୍ଟମ୍‌, ଭୂପୃଷ୍ଠର ନିକଟତର ହୋଇ ଉଡ଼ାଣ ଭରିବାର କ୍ଷମତା ଯେକୌଣସି ପାଗରେ କାର୍ଯ୍ୟକ୍ଷମ ହେବା ଏବଂ ବିଭିନ୍ନ ପ୍ରକାର ଲକ୍ଷ୍ୟକୁ ସଠିକ୍ ଭାବରେ ଟାର୍ଗେଟ୍ କରିବାର ଅତ୍ୟଧିକ ସଠିକତା ଭଳି ବୈଶିଷ୍ଟ୍ୟକୁ ସାମିଲ କରାଯାଇଛି।

ଇସ୍ରାଏଲ ନୂତନ କ୍ରୁଜ୍ କ୍ଷେପଣାସ୍ତ୍ର ସୁପର ଆଇସ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଏଲ୍‌ଓସିରେ ୫୦ଟି ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ୟୁନିଟ୍ ମୁତୟନ କଲା ପାକିସ୍ତାନ

November 12, 2026

ହସିନାଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ପରେ ବାଂଲାଦେଶରେ ତୀବ୍ର ଉତ୍ତେଜନା: ୨୧ଟି ଜିଲ୍ଲାରେ ହିଂସା, ପୋଡ଼ାଜଳା

November 12, 2026

ଏବେ ଓସ୍କାର ଦୌଡ଼ରେ ‘ରାମାୟଣ’!: ରଣବୀର-ଯଶଙ୍କ ଫିଲ୍ମକୁ ମିଳିଲା ବଡ଼ ସଫଳତା

November 11, 2026

ଭାରତ-ଫ୍ରାନ୍ସ ମିଶି କରିବେ ବଡ଼ ଡିଲ୍!: ବାଣିଜ୍ୟ ହେବ ଦ୍ୱିଗୁଣ

November 11, 2026
Latest News

ମାଛ ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ମାଛ ଦର ଓ ବିପର୍ଯ୍ୟୟ କ୍ଷତି ପାଇଁ ସରକାରୀ ସହାୟତା

November 12, 2026

ସୀତାଙ୍କ ଜନ୍ମଭୂମିରୁ ରାମଙ୍କ ଜନ୍ମସ୍ଥାନ, ରେଳପଥରେ ଯୋଡ଼ି ହେବେ ଦୁଇ ଦେଶ

November 12, 2026

୨୦୨୭ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କ ନୂଆ ଚାଲ୍‌! ରାକେଶ ଟିକୈତଙ୍କ ସହ ଭେଟ, PDAରେ ଅନ୍ନଦାତାଙ୍କୁ ଯୋଡ଼ିବାକୁ ରଣନୀତି

November 12, 2026

ଫୁଲବାଣୀ ଠାରେ ବାର୍ତ୍ତାଳାପ ଆୟୋଜନ କରିବ ପିଆଇବି

November 12, 2026

ଆଇଏସ୍‌ଏସ୍‌ଏଫ୍ ବିଶ୍ୱ ଚାମ୍ପିୟନ୍‌ଶିପ୍: ବ୍ରୋଞ୍ଜ୍ ପଦକ ଜିତି ଇତିହାସ ରଚିଲେ ନିରଜ କୁମାର

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.