Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ହସିନାଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ପରେ ବାଂଲାଦେଶରେ ତୀବ୍ର ଉତ୍ତେଜନା: ୨୧ଟି ଜିଲ୍ଲାରେ ହିଂସା, ପୋଡ଼ାଜଳା
ଅନ୍ତରାଷ୍ଟ୍ରୀୟ

ହସିନାଙ୍କ ପ୍ରତ୍ୟାବର୍ତ୍ତନ ଘୋଷଣା ପରେ ବାଂଲାଦେଶରେ ତୀବ୍ର ଉତ୍ତେଜନା: ୨୧ଟି ଜିଲ୍ଲାରେ ହିଂସା, ପୋଡ଼ାଜଳା

November 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Intense tension in Bangladesh following the announcement of Hasina's return: Violence and arson in 21 districts.

ଢାକା: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଘୋଷଣାକୁ କେନ୍ଦ୍ର କରି ବାଂଲାଦେଶରେ ପୁଣି ଥରେ ସ୍ଥିତି ଅଶାନ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୨୧ଟି ଜିଲ୍ଲାରେ ବ୍ୟାପକ ହିଂସାକାଣ୍ଡ, ବୋମାମାଡ଼ ଓ ପୋଡ଼ାଜଳା ଘଟିଥିବା ବେଳେ ବସ୍‌ରେ ନିଆଁ ଲାଗି ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ହିଂସା ପାଇଁ ପୋଲିସ ଆୱାମୀ ଲିଗ୍ ସମର୍ଥକଙ୍କୁ ଦାୟୀ କରିଥିବା ବେଳେ ଦଳ ପକ୍ଷରୁ ଏହାକୁ ବିରୋଧୀଙ୍କ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରାଯାଇଛି। ହସିନାଙ୍କୁ ବିରୋଧ କରୁଥିବା ବାଂଲାଦେଶୀ ନାଗରିକମାନେ ଏବେ ଏକଜୁଟ୍ ହୋଇ ରାସ୍ତାକୁ ଓହ୍ଲାଇବା ସହ ବସ୍ ଏବଂ ଟ୍ରେନ୍ ବଗିରେ ନିଆଁ ଲଗାଇ ଦେଇଛନ୍ତି। ଏସବୁ ପୋଡାଜଳା ତଥା ଅଗ୍ନିକାଣ୍ଡ ମଧ୍ୟରେ ମହମ୍ମଦ କଲାଚନ ନାମକ ଜଣେ ବସ୍ ଡ୍ରାଇଭର ଜୀଅନ୍ତା ଜଳିଯାଇଥିବା ଖବର ମଧ୍ୟ ହସ୍ତଗତ ହୋଇଛି। ଅନ୍ୟପକ୍ଷେ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ଫାଟକ ମଧ୍ୟ ବନ୍ଦ କରି ତାଲା ପକାଇ ଦିଆଯାଇଛି। ବାଂଲାଦେଶ ପୋଲିସ ଏବଂ ଢାକା ମେଟ୍ରୋପଲିଟାନ୍ ପୋଲିସ୍ ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୧୧ଟି ଜିଲ୍ଲାରେ ୨୨ଟି ଯାନବାହନକୁ ଜଳାଇ ଦିଆଯାଇଛି। ଢାକା ଏବଂ ଅନ୍ୟ ୬ଟି ଜିଲ୍ଲାର ଅତି କମରେ ୨୮ଟି ସ୍ଥାନରେ ଦେଶୀ ବୋମା ବିସ୍ଫୋରଣ ଘଟିଛି। ପୋଲିସ ମୁଖ୍ୟାଳୟର ଦାବି ଯେ ଏହି ଘଟଣାଗୁଡ଼ିକ ପଛରେ ଶେଖ୍ ହସିନାଙ୍କ ଦଳର ସମର୍ଥକମାନେ ରହିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ହସିନା ବାଂଲାଦେଶ ଫେରିବାର ଘୋଷଣା କରିବା ପରେ ଏହି ହିଂସାତ୍ମକ ଘଟଣାଗୁଡ଼ିକ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଆୱାମୀ ଲିଗ୍ ପୋଲିସର ଏହି ଅଭିଯୋଗକୁ ଖାରଜ କରିଛି। ଦଳର ମୁଖପାତ୍ର ମହମ୍ମଦ ଅଲ୍ଲୀ ଆରାଫାତ ଦାବି କରିଛନ୍ତି ଯେ ବିରୋଧୀ ଗୋଷ୍ଠୀ ଦଳକୁ ବଦନାମ କରିବା ଏବଂ ଆକ୍ରମଣର ଦୋଷ ତାଙ୍କ ଉପରେ ଲଦିବା ପାଇଁ ଏଭଳି ଘଟଣା ଘଟାଉଛନ୍ତି।

ବାଂଲାଦେଶ ଶେଖ୍ ହସିନା ହିଂସାକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଏଲ୍‌ଓସିରେ ୫୦ଟି ସ୍ୱତନ୍ତ୍ର ଆଣ୍ଟି-ଡ୍ରୋନ୍ ୟୁନିଟ୍ ମୁତୟନ କଲା ପାକିସ୍ତାନ

November 12, 2026

ଇସ୍ରାଏଲର ନୂତନ କ୍ରୁଜ୍ କ୍ଷେପଣାସ୍ତ୍ର ‘ସୁପର ଆଇସ୍‌’ ଉନ୍ମୋଚିତ

November 12, 2026

ଏବେ ଓସ୍କାର ଦୌଡ଼ରେ ‘ରାମାୟଣ’!: ରଣବୀର-ଯଶଙ୍କ ଫିଲ୍ମକୁ ମିଳିଲା ବଡ଼ ସଫଳତା

November 11, 2026

ଭାରତ-ଫ୍ରାନ୍ସ ମିଶି କରିବେ ବଡ଼ ଡିଲ୍!: ବାଣିଜ୍ୟ ହେବ ଦ୍ୱିଗୁଣ

November 11, 2026
Latest News

ପୁଣି ମହଙ୍ଗା ହେଲା ସିଗାରେଟ୍‌! ଗୋଲ୍ଡ ଫ୍ଲେକ୍ ପ୍ୟାକେଟ୍‌ରେ ୧୦ ଟଙ୍କା ବୃଦ୍ଧି

November 12, 2026

ମାଛ ଚାଷୀଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ମାଛ ଦର ଓ ବିପର୍ଯ୍ୟୟ କ୍ଷତି ପାଇଁ ସରକାରୀ ସହାୟତା

November 12, 2026

ସୀତାଙ୍କ ଜନ୍ମଭୂମିରୁ ରାମଙ୍କ ଜନ୍ମସ୍ଥାନ, ରେଳପଥରେ ଯୋଡ଼ି ହେବେ ଦୁଇ ଦେଶ

November 12, 2026

୨୦୨୭ ନିର୍ବାଚନ ପୂର୍ବରୁ ଅଖିଳେଶଙ୍କ ନୂଆ ଚାଲ୍‌! ରାକେଶ ଟିକୈତଙ୍କ ସହ ଭେଟ, PDAରେ ଅନ୍ନଦାତାଙ୍କୁ ଯୋଡ଼ିବାକୁ ରଣନୀତି

November 12, 2026

ଫୁଲବାଣୀ ଠାରେ ବାର୍ତ୍ତାଳାପ ଆୟୋଜନ କରିବ ପିଆଇବି

November 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.