Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାହୁଲ ଗାନ୍ଧୀଙ୍କ ଅଭିଯୋଗ : ମୋଦୀ ମୋ ଫୋନ୍ ଟ୍ୟାପ୍ କରାଉଛନ୍ତି
ଜାତୀୟ ଖବର

ରାହୁଲ ଗାନ୍ଧୀଙ୍କ ଅଭିଯୋଗ : ମୋଦୀ ମୋ ଫୋନ୍ ଟ୍ୟାପ୍ କରାଉଛନ୍ତି

November 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Rahul Gandhi's allegation: Modi is getting my phone tapped.

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସୋସିଆଲ ମିଡିଆ ‘ଆସ୍କ ମି ଏନିଥିଙ୍ଗ୍‌’ ସେସନ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ ତାଙ୍କ ଫୋନ୍ ଟ୍ୟାପ୍ କରାଯାଉଛି। ଏହା ସହିତ ସେ ପ୍ରଧାନମନ୍ତ୍ରୀଙ୍କୁ ପୁଣିଥରେ ସାମ୍ନାସାମ୍ନି ବିତର୍କ ପାଇଁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଇନ୍‌ଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଙ୍ଗ୍‌’ ସେସନ୍ କରିଥିଲେ ଏବଂ ସମର୍ଥକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ଅବସରରେ ରାହୁଲ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ନୂଆ ଅଭିଯୋଗ କରିଛନ୍ତି। ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କୁଆଡ଼େ ତାଙ୍କର ଫୋନ୍ ଟ୍ୟାପ୍ କରାଉଛନ୍ତି। ‘ଆସ୍କ ମି’ ସେସନ୍ ସମୟରେ ନିଜ ମୋବାଇଲ୍ ଦେଖାଇ ରାହୁଲ କହିଛନ୍ତି ଯେ, ବିଦେଶୀ ଫଣ୍ଡିଂର ପ୍ରମାଣ ଏଠାରେ ଅଛି ଏବଂ ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ବେଶ୍ ଭଲଭାବେ ଜାଣନ୍ତି। ସୁତରାଂ ମୋଦୀ ତାଙ୍କ ଉପରେ ନଜର ରଖିବା ପାଇଁ ତାଙ୍କ ଫୋନ୍ ଟ୍ୟାପ୍ କରାଉଛନ୍ତି।

କେବଳ ସେତିକି ନୁହେଁ, ରାହୁଲ ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପୁଣିଥରେ ସାମ୍ନାସାମ୍ନି ବିତର୍କ ପାଇଁ ଚ୍ୟାଲେଞ୍ଜ୍ ଦେଇଛନ୍ତି। ରାହୁଲ ଦୃଢ଼ତାର ସହ କହିଛନ୍ତି ଯେ ତାଙ୍କ ସହ ସାମ୍ନାସାମ୍ନି ଆଲୋଚନା କରିବା ପରେ ମୋଦୀ କୁଆଡ଼େ ଆଉ ପ୍ରଧାନମନ୍ତ୍ରୀ ପଦରେ ରହିପାରିବେ ନାହିଁ। ତେବେ ଆଜିକୁ ମିଶାଇ ଗତ ୧୨ ଦିନ ମଧ୍ୟରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରାୟ ୭ଥର ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇସାରିଲେଣି।

ଅନ୍ୟପକ୍ଷେ କିଛି ଇନଷ୍ଟା ୟୁଜର ଯେଉଁମାନେ ରାହୁଲଙ୍କ ସହ ଏହି ଆସ୍କ ମି ଏନିଥିଙ୍ଗ୍ ସେସନ୍‌ରେ ଯୋଡ଼ିହୋଇଥିଲେ, କରିଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାହୁଲ କହିଛନ୍ତି, ୱାନ୍‌-ଅନ୍‌-ୱାନ୍ (ସାମ୍ନାସାମ୍ନି) ବିତର୍କରୁ ଏହା ପ୍ରମାଣିତ ହୋଇଯିବ ଯେ ବିଦେଶୀ ଶକ୍ତିଙ୍କ ଇସାରାରେ କିଏ କାମ କରୁଛି? ସେ (ନିଜେ) ନା ପ୍ରଧାନମନ୍ତ୍ରୀ ମୋଦୀ? ଦେଶ ବିରୋଧୀ କିଏ ଏବଂ କେବେଠାରୁ ଦେଶ ବିରୋଧୀ କାର୍ଯ୍ୟକଳାପରେ ସାମିଲ ଅଛି? ରାହୁଲ ଏହା ମଧ୍ୟ କହିଛନ୍ତି ଯେ ଏଭଳି ଅନେକ ତଥ୍ୟ ତାଙ୍କ ପାଖରେ ଅଛି, ଯାହା ବିଷୟରେ ସେ ଜାଣିଛନ୍ତି ଏବଂ ଯାହା ତାଙ୍କ ଫୋନରେ ମହଜୁଦ୍ ରହିଛି। ସେହିପରି ସଂସଦରେ ଡିବେଟ୍ କରିବା ଅପେକ୍ଷା ସେ ମୋଦୀଙ୍କ ସହ ପବ୍ଲିକ୍ ବିତର୍କ ପାଇଁ କାହିଁକି ଦାବି କରୁଛନ୍ତି ସେସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି ଯେ, ସଂସଦରେ ଅନେକ ପ୍ରସଙ୍ଗରେ ସେ ଅନେକ ଥର କହିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ତାଙ୍କ ମାଇକ୍ ବନ୍ଦ କରିଦିଆଯାଏ। ତାଙ୍କୁ କୃଷି ଆଇନ, ଭୋଟ୍ ଚୋରି, ସାଭରକର, ଚୀନ୍‌, ଜେନେରାଲ ନରୱଣେଙ୍କ ପୁସ୍ତକ ଏବଂ ଏପଷ୍ଟିନ୍ ସହ ଜଡ଼ିତ ପ୍ରସଙ୍ଗରେ କହିବାକୁ ଦିଆଯାଇ ନାହିଁ। ସଂସଦରେ ବିରୋଧୀଙ୍କ ସଂଖ୍ୟା କମ୍ ଥିବାରୁ ସେମାନଙ୍କ କୌଣସି କଥା ଶୁଣାଯାଏ ନାହିଁ। କେବଳ ଏହି କାରଣରୁ ସେ ସଂସଦରେ ହେଉଥିବା ଭାଷଣବାଜି ନୁହେଁ, ବରଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାମ୍ନାସାମ୍ନି ବିତର୍କ ଚାହୁଁଛନ୍ତି। ଅନ୍ୟପକ୍ଷେ ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କ ଏହି ଚ୍ୟାଲେଞ୍ଜକୁ ପରିହାସ କରିଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ ସେ ସଂସଦରେ ବିତର୍କରୁ ଦୂରେଇ ରୁହନ୍ତି।

ନରେନ୍ଦ୍ର ମୋଦୀ ଫୋନ୍ ଟ୍ୟାପ୍ ରାହୁଲ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

Family Pension Rules: ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମୃତ୍ୟୁ ପରେ କିଏ ହେବେ ପେନସନ୍‌ର ହକ୍‌ଦାର?

November 14, 2026

୭୧ ବର୍ଷ ବୟସରେ ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ସି.ଏସ୍. କର୍ଣ୍ଣନଙ୍କ ପରଲୋକ

November 14, 2026

ୟୁଥ୍ ଅଲିମ୍ପିକ୍ସ ଉଦ୍‌ଯାପିତ: ୨ ସ୍ୱର୍ଣ୍ଣ ସହ ୧୦ଟି ପଦକ ଜିତିଲା ଭାରତ

November 14, 2026

ପଶ୍ଚିମବଙ୍ଗରେ ଭୋଟର ତାଲିକା ସଂଶୋଧନ : ଜାନୁଆରୀ ୧୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

November 14, 2026
Latest News

WhatsApp New Feature: ନିଜ ଠିକଣା ସେୟାର କରିବାକୁ ଆଉ ଦରକାର ପଡ଼ିବନି ଫଟୋ କିମ୍ବା ଭିଡିଓ

November 14, 2026

Family Pension Rules: ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମୃତ୍ୟୁ ପରେ କିଏ ହେବେ ପେନସନ୍‌ର ହକ୍‌ଦାର?

November 14, 2026

୭୧ ବର୍ଷ ବୟସରେ ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ସି.ଏସ୍. କର୍ଣ୍ଣନଙ୍କ ପରଲୋକ

November 14, 2026

ୟୁଥ୍ ଅଲିମ୍ପିକ୍ସ ଉଦ୍‌ଯାପିତ: ୨ ସ୍ୱର୍ଣ୍ଣ ସହ ୧୦ଟି ପଦକ ଜିତିଲା ଭାରତ

November 14, 2026

Nvidiaରେ ବଡ଼ ନେତୃତ୍ୱ ପରିବର୍ତ୍ତନ: ଜେନସେନ୍ ହୁଆଙ୍ଗ୍‌ଙ୍କ ଇସ୍ତଫା ପରେ କିଏ ସମ୍ଭାଳିବେ କମ୍ପାନୀ? CEO, CFO ଓ ଅଧ୍ୟକ୍ଷଙ୍କ କାମ କ’ଣ?

November 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.