Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀ ଆବାସ ବିଲ୍ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜୁନାଗଡ଼ ଏନ୍‌ଏସିର ଏମ୍ଆଇଏସ୍‌ ଆସିଷ୍ଟାଣ୍ଟ୍‌
ବିଶେଷ ଖବର

ପ୍ରଧାନମନ୍ତ୍ରୀ ଆବାସ ବିଲ୍ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜୁନାଗଡ଼ ଏନ୍‌ଏସିର ଏମ୍ଆଇଏସ୍‌ ଆସିଷ୍ଟାଣ୍ଟ୍‌

November 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
MIS Assistant of Junagarh NAC caught taking a bribe of Rs 7,000 for a Pradhan Mantri Awas (housing) bill.
MIS Assistant of Junagarh NAC caught taking a bribe of Rs 7,000 for a Pradhan Mantri Awas (housing) bill.

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାରେ ଲାଞ୍ଚ କାରବାର ବିରୋଧରେ ଭିଜିଲାନ୍ସ ବିଭାଗର ଅଭିଯାନ ତୀବ୍ର ହୋଇଥିବା ବେଳେ ଆଜି ପୁଣି ଜଣେ ସରକାରୀ କର୍ମଚାରୀ ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶେଷ ବିଲ୍ କରାଇଦେବା ବାବଦରେ ଜଣେ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ପରିଚାଳନା ସୂଚନା ବ୍ୟବସ୍ଥା (ଏମଆଇଏସ) ସହାୟକ ପ୍ରଦ୍ୟୁମ୍ନ କୁମାର ଦାସ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀ ଧରାପଡ଼ିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଜଣେ ହିତାଧିକାରୀଙ୍କ ଘର ନିର୍ମାଣ ନିମନ୍ତେ ମୋଟ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ହିତାଧିକାରୀ ଜଣକ ପୂର୍ବରୁ ୧ ଲକ୍ଷ ୬୦ ହଜାର ଟଙ୍କା ପାଇସାରିଥିଲେ। ଅବଶିଷ୍ଟ ବକେୟା ବିଲ୍ କରାଇଦେବା ପାଇଁ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଏମଆଇଏସ ସହାୟକ ପ୍ରଦ୍ୟୁମ୍ନ କୁମାର ଦାସ ହିତାଧିକାରୀଙ୍କୁ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ବକେୟା ବିଲ୍ ପାଇଁ ହିତାଧିକାରୀ ଜଣକ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଶ୍ରୀ ଦାସ ଲାଞ୍ଚ ଟଙ୍କା ନ ଦେଲେ କାମ ହେବ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ।

ଶେଷରେ କୌଣସି ଉପାୟ ନ ପାଇ ସମ୍ପୃକ୍ତ ହିତାଧିକାରୀ ଏନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ଯୋଜନା ମୁତାବକ ଆଜି ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଅଚାନକ ଚଢ଼ଉ କରି ପ୍ରଦ୍ୟୁମ୍ନ କୁମାର ଦାସଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ଲାଞ୍ଚ ବାବଦ ୭ ହଜାର ଟଙ୍କା ଜବତ କରାଯିବା ସହିତ ଅଧିକ ପଚରାଉଚରା ଓ ପରବର୍ତ୍ତୀ ତଦନ୍ତ ପାଇଁ ତାଙ୍କୁ ଭବାନୀପାଟଣାସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଥିବା ଭବାନୀପାଟଣା ଭିଜିଲାନ୍ସ ବିଭାଗ ସୂତ୍ରରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାରେ ଭିଜିଲାନ୍ସ ଚଢ଼ଉର ଏହା କୌଣସି ପ୍ରଥମ ଘଟଣା ନୁହେଁ। ଗତ ଗୁରୁବାର ବାବେଗୁଡ଼ା ଗ୍ରାମର ଚନ୍ଦ୍ରଧ୍ୱଜ କେତକିଙ୍କ ଜମି କିସମ ପରିବର୍ତ୍ତନ କରାଇଦେବା ପାଇଁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଏବଂ ତାଙ୍କ ଚାଳକ ପଙ୍କଜ ସିପକା ଭିଜିଲାନ୍ସ ହାତରେ ଧରାପଡ଼ି ବିଚାର ବିଭାଗୀୟ ହାଜତ (ଜେଲ)କୁ ଯାଇଥିଲେ। ତାହାର ମାତ୍ର କେଇଦିନ ପରେ ଆଜି ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଜଣେ କର୍ମଚାରୀ ଲାଞ୍ଚ ନେବା ବେଳେ ଧରାପଡ଼ିବା ଜିଲ୍ଲାର ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି କରିଛି। ସରକାରୀ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା କ୍ଷେତ୍ରରେ ଏଭଳି ଲାଞ୍ଚ କାରବାରକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ଭିଜିଲାନ୍ସର ଏହି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି।

ଏମଆଇଏସ ସହାୟକ କଳାହାଣ୍ଡି ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

November 21, 2026

ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ଅଭିଯୁକ୍ତ ଗିରଫ

November 21, 2026

ଆସନ୍ତାକାଲିଠାରୁ ବାତ୍ୟା କ୍ଷୟକ୍ଷତି ଆକଳନ: ସବୁ କ୍ଷତିଗ୍ରସ୍ତଙ୍କୁ ମିଳିବ ସରକାରୀ ସହାୟତା

November 21, 2026

ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ପୂର୍ବତନ ପିଇଓ ଗିରଫ

November 21, 2026
Latest News

୧୦ ବର୍ଷ ମଧ୍ୟରେ ପ୍ରଥମ ଥର: ଦେଶର ୭୫ ଲକ୍ଷ ପରିବାର ହରାଇଲେ ଗ୍ୟାସ ସଂଯୋଗ

November 21, 2026

ପ୍ରଧାନମନ୍ତ୍ରୀ ଆବାସ ବିଲ୍ ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜୁନାଗଡ଼ ଏନ୍‌ଏସିର ଏମ୍ଆଇଏସ୍‌ ଆସିଷ୍ଟାଣ୍ଟ୍‌

November 21, 2026

ବିହାରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

November 21, 2026

ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ଅଭିଯୁକ୍ତ ଗିରଫ

November 21, 2026

ଆସନ୍ତାକାଲିଠାରୁ ବାତ୍ୟା କ୍ଷୟକ୍ଷତି ଆକଳନ: ସବୁ କ୍ଷତିଗ୍ରସ୍ତଙ୍କୁ ମିଳିବ ସରକାରୀ ସହାୟତା

November 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.