Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଆଫଗାନିସ୍ତାନରେ ସ୍କୁଲ୍ ନିକଟରେ ବିସ୍ଫୋରଣ : ୭ ଛାତ୍ର ମୃତ, ପ୍ରାୟ ୧୦୦ ଆହତ
ଅନ୍ତରାଷ୍ଟ୍ରୀୟ

ଆଫଗାନିସ୍ତାନରେ ସ୍କୁଲ୍ ନିକଟରେ ବିସ୍ଫୋରଣ : ୭ ଛାତ୍ର ମୃତ, ପ୍ରାୟ ୧୦୦ ଆହତ

November 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କୁନାର୍‌: ଆଫଗାନିସ୍ତାନର ପୂର୍ବାଞ୍ଚଳ କୁନାର ପ୍ରଦେଶରେ ଆଜି ଏକ ମାଧ୍ୟମିକ ବିଦ୍ୟାଳୟ ନିକଟସ୍ଥ ଘରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଅତି କମରେ ୭ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୯୭ ଜଣ ଆହତ ହୋଇଛନ୍ତି। କୁନାର ପ୍ରଦେଶର ଅନ୍ଦର ସେର ଅଞ୍ଚଳରେ ଥିବା ଏକ ସ୍କୁଲ ପାଖ ଘରେ ସ୍ଥାନୀୟ ସମୟ ସକାଳ ପ୍ରାୟ ୧୦ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା। କୁନାର ସୂଚନା ଓ ସଂସ୍କୃତି ନିର୍ଦ୍ଦେଶକ ମୌଲବୀ ସମି-ଉଲ-ହକଙ୍କ ସୂଚନା ଅନୁଯାୟୀ, ବିସ୍ଫୋରଣ ଘଟିଥିବା ଘରଟି ଖଣି କାମରେ ନିୟୋଜିତ କିଛି ଲୋକଙ୍କର ଥିଲା। ସେମାନେ ଘର ଭିତରେ ଡିନାମାଇଟ୍ (ବିସ୍ଫୋରକ) ଗଚ୍ଛିତ କରି ରଖିଥିଲେ, ଯାହାଫଳରେ ଏହି ଅଘଟଣ ଘଟିଛି। କୁନାର ପ୍ରାଦେଶିକ ହସ୍ପିଟାଲର ମୁଖ୍ୟ ମୌଲା ଦାଦ ମୃତ୍ୟୁ ଓ ଆହତଙ୍କ ସଂଖ୍ୟା ନେଇ ପ୍ରାଥମିକ ସୂଚନା ଦେଇଛନ୍ତି। ଅଧିକ ତଥ୍ୟ ସଂଗ୍ରହ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। ତେବେ ଏହି ଘଟଣାରେ କାହାରିକୁ ଅଟକ ରଖାଯାଇଛି କି ନାହିଁ, ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ମଧ୍ୟ ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ ଏକ ସ୍କୁଲ ପରିସରରେ ହ୍ୟାଣ୍ଡ ଗ୍ରେନେଡ୍ ଆକ୍ରମଣ ହୋଇଥିଲା, ଯେଉଁଥିରେ ୯ରୁ ୧୪ ବର୍ଷ ବୟସର ୪୦ରୁ ଅଧିକ ଶିଶୁ ଆହତ ହୋଇଥିଲେ।

ଆଫଗାନିସ୍କାନ କୁନାର ବିସ୍ଫୋରଣ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିବୀର ନିଯୁକ୍ତିର ଚୂଡ଼ାନ୍ତ ଫଳାଫଳ ପ୍ରକାଶ: ଏଭଳି କରନ୍ତୁ ଯାଞ୍ଚ

November 28, 2026

ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ ଆଇଇଏମ୍‌ଏସ୍‌

November 28, 2026

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

November 28, 2026

ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଜଳାପୋଡ଼ା ଚିକିତ୍ସା ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ

November 28, 2026
Latest News

କାଠ ଖୋଦେଇ ଶିଳ୍ପରେ ସଫଳ ଶୁଭେନ୍ଦୁ

November 28, 2026

ଅଗ୍ନିବୀର ନିଯୁକ୍ତିର ଚୂଡ଼ାନ୍ତ ଫଳାଫଳ ପ୍ରକାଶ: ଏଭଳି କରନ୍ତୁ ଯାଞ୍ଚ

November 28, 2026

ଆଫଗାନିସ୍ତାନରେ ସ୍କୁଲ୍ ନିକଟରେ ବିସ୍ଫୋରଣ : ୭ ଛାତ୍ର ମୃତ, ପ୍ରାୟ ୧୦୦ ଆହତ

November 28, 2026

ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ ଆଇଇଏମ୍‌ଏସ୍‌

November 28, 2026

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

November 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.