Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Mann Ki Baat: ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ଶୁଣିଲେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରକୁ ସେମିକଣ୍ଡକ୍ଟର ହବ୍ ଉପରେ ଗୁରୁତ୍ୱ
ବିଶେଷ ଖବର

Mann Ki Baat: ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ଶୁଣିଲେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରକୁ ସେମିକଣ୍ଡକ୍ଟର ହବ୍ ଉପରେ ଗୁରୁତ୍ୱ

November 29, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Mann Ki Baat
Mann Ki Baat: ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ଶୁଣିଲେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରକୁ ସେମିକଣ୍ଡକ୍ଟର ହବ୍ ଉପରେ ଗୁରୁତ୍ୱ

Mann Ki Baat: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୪୦ତମ ସଂସ୍କରଣ ଆଜି ସମଗ୍ର ଦେଶ ସମେତ ଓଡ଼ିଶାରେ ମଧ୍ୟ ବେଶ୍ ଉତ୍ସାହର ସହ ଶ୍ରବଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରଠାରେ ଉପସ୍ଥିତ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ ଏବଂ ଯୁବବର୍ଗଙ୍କ ସହ ବସି ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଶୁଣିଛନ୍ତି।

କାର୍ଯ୍ୟକ୍ରମ ପରେ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା, ମୋବାଇଲ୍ ଚୋରି ରୋକିବା ପାଇଁ ‘ସଞ୍ଚାର ସାଥୀ’ ଆପ୍‌ର ବ୍ୟବହାର ଏବଂ ଡବଲ୍ ଇଞ୍ଜିନ୍ ସରକାରଙ୍କ ମାଧ୍ୟମରେ ଓଡ଼ିଶାର ସାମଗ୍ରିକ ଶିଳ୍ପ ଓ ଭିତ୍ତିଭୂମି ବିକାଶ ଉପରେ ବିସ୍ତୃତ ଆଲୋକପାତ କରିଛନ୍ତି।

ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଯୁବସମାଜକୁ ନିଶାଦ୍ରବ୍ୟର ଅପବ୍ୟବହାରରୁ ଦୂରେଇ ରଖି ‘ଫିଟ୍ ଇଣ୍ଡିଆ’ ଅଭିଯାନରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଫେରିପାଇବା ଏବଂ ସାଇବର ଠକେଇରୁ ବର୍ତ୍ତିବା ପାଇଁ ନାଗରିକମାନେ ‘ସଞ୍ଚାର ସାଥୀ’ ଆପ୍‌ର ସଦୁପଯୋଗ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି।

ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜଧାନୀ ଭୁବନେଶ୍ୱରକୁ ଦେଶର ଏକ ଅଗ୍ରଣୀ ଆଇଟି ହବ୍ ଏବଂ ସେମିକଣ୍ଡକ୍ଟର ହବ୍ ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀଙ୍କ ପାଇଁ ନିଜ ରାଜ୍ୟରେ ହିଁ ଉଚ୍ଚମାନର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଏବଂ ଓଡ଼ିଶା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିବ।

ସେହିପରି ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା ‘ବିକେପିପିଇଆର୍’ (BKPPER) ପ୍ରକଳ୍ପ ମାଧ୍ୟମରେ ଏହି ଚାରିଟି ପ୍ରମୁଖ ସହର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ତଥା ଅର୍ଥନୈତିକ କ୍ଷମତା ଆହୁରି ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥିସହ ଉପକୂଳବର୍ତ୍ତୀ ବିକାଶ ଓ ବନ୍ଦର ଭିତ୍ତିକ ଶିଳ୍ପାୟନ ପାଇଁ ‘ସାଗରମାଳା’ ପ୍ରକଳ୍ପ ଏବେ ଓଡ଼ିଶାରେ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହେଉଛି। ପୂର୍ବରୁ ବିଭିନ୍ନ କାରଣରୁ ଅଟକି ରହିଥିବା କେନ୍ଦ୍ରୀୟ ଯୋଜନାଗୁଡ଼ିକ ଏବେ ଡବଲ୍ ଇଞ୍ଜିନ୍ ସରକାରଙ୍କ ସମନ୍ୱୟ ଯୋଗୁଁ ତ୍ୱରାନ୍ୱିତ ହୋଇଛି, ଯାହା ଆଗାମୀ ଦିନରେ ‘ସମୃଦ୍ଧ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଗଠନର ସ୍ୱପ୍ନକୁ ସାକାର କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଦେଶବାସୀ ବିଶେଷକରି, ଯୁବପିଢ଼ିଙ୍କ ଉପରେ ଅତ୍ୟନ୍ତ ସକାରାତ୍ମକ ପ୍ରଭାବ ପକାଉଛି। ବିଭିନ୍ନ କ୍ଷେତ୍ରରେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇ ଆମର ଯୁବବର୍ଗ ସଫଳତା ହାସଲ କରୁଥିଲେ ମଧ୍ୟ ସେମାନେ ଜାତୀୟ ସ୍ତରରେ ଲୋକଙ୍କ ନଜରକୁ ଆସିପାରୁନାହାନ୍ତି। ମୋଦୀ ଜୀ ସେମାନଙ୍କ ସଂଘର୍ଷ ଓ ସଫଳତାର କାହାଣୀକୁ ସାଉଁଟି ସମଗ୍ର ଦେଶବାସୀଙ୍କ ନିକଟରେ ଉପସ୍ଥାପନ କରୁଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରୁଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୋଦୀ ଜୀଙ୍କ ପ୍ରତ୍ୟେକଟି କାର୍ଯ୍ୟ, ପ୍ରତ୍ୟେକଟି କଥା ଓ ତାଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା, ସମ୍ପୂର୍ଣ୍ଣ ଭାବେ ରାଷ୍ଟ୍ର ନିର୍ମାଣ ଓ ଜନକଲ୍ୟାଣ ଉଦ୍ଦେଶ୍ୟରେ ସମର୍ପିତ। ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଗଠନ ହେବା ପରଠାରୁ ରାଜ୍ୟର ବିକାଶ ପ୍ରକ୍ରିୟା ନୂଆ ଗତି ପାଇଛି ଏବଂ ଓଡ଼ିଶା ଆଜି ‘ବିକଶିତ ଭାରତ’ର ଏକ ନୂଆ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି।

ଆଜିର ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶରେ ବଢ଼ୁଥିବା ନିଶାଦ୍ରବ୍ୟର ଅପବ୍ୟବହାରକୁ ଏକ ବଡ଼ ଆହ୍ୱାନ ଭାବେ ବର୍ଣ୍ଣନା କରି ଯୁବପିଢ଼ିଙ୍କୁ ଏଥିରୁ ଦୂରେଇ ରହିବାକୁ ଦେଇଥିବା ପରାମର୍ଶକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୋହରାଇଥିଲେ।

ସେ କହିଥିଲେ ଯେ, ଯୁବପିଢ଼ି ହେଉଛନ୍ତି ଦେଶର ଭବିଷ୍ୟତ ଏବଂ ସେମାନଙ୍କୁ ନିଶା କବଳରୁ ମୁକ୍ତ ରଖି ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ‘ଫିଟ୍ ଇଣ୍ଡିଆ’ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ହେବ। ଏହା ସହିତ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ପ୍ରତ୍ୟେକ ନାଗରିକ ଗ୍ରହଣ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

“ମନ କି ବାତ” Mann Ki Baat ମନ କି ବାତ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀରେ ବନ୍ଧୁକ ବେପାରର ବଡ଼ ଖୁଲାସା, ମାଷ୍ଟରକ୍ୟାଣ୍ଟିନ୍‌ରେ ଡେଲିଭରି ପୂର୍ବରୁ ଧରାପଡ଼ିଲା କୁଖ୍ୟାତ ଅପରାଧୀ

November 29, 2026

ରାଜ୍ୟରେ ହାଡ଼ଭଙ୍ଗା ଶୀତର ପ୍ରକୋପ ବଢ଼ିଲା : ଆହୁରି ୨ରୁ ୩ ଡିଗ୍ରୀ ଖସିବ ପାରଦ

November 29, 2026

ରାଜସ୍ୱ ପର୍ଷଦଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଶ୍ରୀମନ୍ଦିର ଖାତାକୁ ଫେରିଲା ୮୧ ଏକରରୁ ଊର୍ଦ୍ଧ୍ୱ ବହୁମୂଲ୍ୟ ଜମି

November 29, 2026

ବାଲିଯାତ୍ରାରେ ପ୍ରବଳ ଜନସମାଗମ: ସତର୍କ ରହିବାକୁ ଜିଲ୍ଲା ପ୍ରଶାସନର ପରାମର୍ଶ

November 29, 2026
Latest News

Mann Ki Baat: ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ଶୁଣିଲେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରକୁ ସେମିକଣ୍ଡକ୍ଟର ହବ୍ ଉପରେ ଗୁରୁତ୍ୱ

November 29, 2026

ଜସପ୍ରିତ ବୁମରାହଙ୍କ ଲଜ୍ଜାଜନକ ରେକର୍ଡ: ୨୯୨ ବଲ୍ ପରେ ନେଲେ ୱିକେଟ୍

November 29, 2026

ରାଜଧାନୀରେ ବନ୍ଧୁକ ବେପାରର ବଡ଼ ଖୁଲାସା, ମାଷ୍ଟରକ୍ୟାଣ୍ଟିନ୍‌ରେ ଡେଲିଭରି ପୂର୍ବରୁ ଧରାପଡ଼ିଲା କୁଖ୍ୟାତ ଅପରାଧୀ

November 29, 2026

ଆଜି ଡ. ଭୂପେନ ହଜାରିକାଙ୍କ ଜନ୍ମଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

November 29, 2026

ଇ-ରିକ୍ସା ଚାର୍ଜିଂରୁ ନିଆଁ ଲାଗି ୪ ମୃତ, ୨ ଆହତ

November 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.