ୟୁଏସ୍ ଓପନ୍ ପୁରୁଷ ବିଭାଗରେ ସ୍ପେନ୍ର ରାଫେଲ ନାଦାଲ ଚାମ୍ପିୟନ୍ ହୋଇଛନ୍ତି । ଏହି ଟାଇଟଲ ସହିତ ନାଦାଲ ନିଜ କ୍ୟାରିୟରର 19 ତମ ଗ୍ରାଣ୍ଡସ୍ଲାମ୍ ତଥା ଚତୁର୍ଥ ୟୁଏସ୍ ଓପନ୍ ଟାଇଟଲ୍ ହାସଲ କରିଛନ୍ତି । ଋଷିଆର ଡାନିଲ୍ ମେଦଭେଦେଭ୍ଙ୍କୁ ପରାସ୍ତ କରି ନାଦାଲ ଏହି କୃତିତ୍ବ ହାସଲ କରିଛନ୍ତି । 5 ସେଟ୍ ବିଶିଷ୍ଟ ମୁକାବିଲାରେ ନାଦାଲ 4 ଘଣ୍ଟା 50 ମିନିଟ୍ର ମାରାଥନ୍ ମୁକାବିଲା କରି ବିଜୟୀ ହୋଇଥିଲେ । 7-5, 6-3, 5-7, 4-6 ଏବଂ 6-4 ସେଟ୍ରେ ନାଦାଲ ମେଦଭେଦେଭ୍ଙ୍କୁ ପରାସ୍ତ କରିଥିଲେ । 33 ବର୍ଷୀୟ ନାଦାଲ ଏହା ସହିତ ଫେଡେରରଙ୍କ 21 ତମ ଗ୍ରାଣ୍ଡସ୍ଲାମ ବିଜୟର ଏକ ପାଦ ନିକଟତର ହୋଇଛନ୍ତି । ନାଦାଲ ନିଜ ଖ୍ୟାତି ଅନୁଯାୟୀ ପ୍ରଥମ ଦୁଇ ସେଟ୍ରେ ସହଜ ବିଜୟ ହାସଲ କରିଥିବା ବେଳେ ପରବର୍ତ୍ତୀ ଦୁଇ ସେଟ୍ରେ ବିଜୟ ହୋଇ ମେଦଭେଦେଭ୍ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମାତ୍ର ନାଦାଲ ନିଜର ଅଭିଜ୍ଞତାର ଉପଯୋଗ କରି ମ୍ୟାଚ୍ରେ ବିଜୟୀ ହୋଇଥିଲେ । ପଞ୍ଚମ ସେଟ୍ରେ ମେଦଭେଦେଭ୍ 2-0ରେ ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ନାଦାଲ କ୍ରମାଗତ 4ଟି ପଏଣ୍ଟ ବ୍ରେକ୍ ସହିତ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇଥିଲେ । ଚଳିତ ୟୁଏସ୍ ଓପନ୍ ଫାଇନାଲ୍ ଦେଖିବା ପାଇଁ ରେକର୍ଡ ସଂଖ୍ୟକ 737,872 ଦର୍ଶକ ଉପସ୍ଥିତ ଥିଲେ ।