Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୟୁଏସ୍‌ ଓପନ୍‌ : ରାଫେଲ ନାଦାଲଙ୍କୁ କ୍ୟାରିୟରର 19 ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍‌
ଆଜିର ଖବର

ୟୁଏସ୍‌ ଓପନ୍‌ : ରାଫେଲ ନାଦାଲଙ୍କୁ କ୍ୟାରିୟରର 19 ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍‌

September 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ୟୁଏସ୍‌ ଓପନ୍‌ ପୁରୁଷ ବିଭାଗରେ ସ୍ପେନ୍‌ର ରାଫେଲ ନାଦାଲ ଚାମ୍ପିୟନ୍‌ ହୋଇଛନ୍ତି । ଏହି ଟାଇଟଲ ସହିତ ନାଦାଲ ନିଜ କ୍ୟାରିୟରର 19 ତମ ଗ୍ରାଣ୍ଡସ୍ଲାମ୍‌ ତଥା ଚତୁର୍ଥ ୟୁଏସ୍‌ ଓପନ୍‌ ଟାଇଟଲ୍‌ ହାସଲ କରିଛନ୍ତି । ଋଷିଆର ଡାନିଲ୍‌ ମେଦଭେଦେଭ୍‌ଙ୍କୁ ପରାସ୍ତ କରି ନାଦାଲ ଏହି କୃତିତ୍ବ ହାସଲ କରିଛନ୍ତି । 5 ସେଟ୍‌ ବିଶିଷ୍ଟ ମୁକାବିଲାରେ ନାଦାଲ 4 ଘଣ୍ଟା 50 ମିନିଟ୍‌ର ମାରାଥନ୍‌ ମୁକାବିଲା କରି ବିଜୟୀ ହୋଇଥିଲେ । 7-5, 6-3, 5-7, 4-6 ଏବଂ 6-4 ସେଟ୍‌ରେ ନାଦାଲ ମେଦଭେଦେଭ୍‌ଙ୍କୁ ପରାସ୍ତ କରିଥିଲେ । 33 ବର୍ଷୀୟ ନାଦାଲ ଏହା ସହିତ ଫେଡେରରଙ୍କ 21 ତମ ଗ୍ରାଣ୍ଡସ୍ଲାମ ବିଜୟର ଏକ ପାଦ ନିକଟତର ହୋଇଛନ୍ତି । ନାଦାଲ ନିଜ ଖ୍ୟାତି ଅନୁଯାୟୀ ପ୍ରଥମ ଦୁଇ ସେଟ୍‌ରେ ସହଜ ବିଜୟ ହାସଲ କରିଥିବା ବେଳେ ପରବର୍ତ୍ତୀ ଦୁଇ ସେଟ୍‌ରେ ବିଜୟ ହୋଇ ମେଦଭେଦେଭ୍‌ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମାତ୍ର ନାଦାଲ ନିଜର ଅଭିଜ୍ଞତାର ଉପଯୋଗ କରି ମ୍ୟାଚ୍‌ରେ ବିଜୟୀ ହୋଇଥିଲେ । ପଞ୍ଚମ ସେଟ୍‌ରେ ମେଦଭେଦେଭ୍‌ 2-0ରେ ଅଗ୍ରଣୀ ହାସଲ କରିଥିଲେ ମଧ୍ୟ ନାଦାଲ କ୍ରମାଗତ 4ଟି ପଏଣ୍ଟ ବ୍ରେକ୍‌ ସହିତ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇଥିଲେ । ଚଳିତ ୟୁଏସ୍‌ ଓପନ୍‌ ଫାଇନାଲ୍‌ ଦେଖିବା ପାଇଁ ରେକର୍ଡ ସଂଖ୍ୟକ 737,872 ଦର୍ଶକ ଉପସ୍ଥିତ ଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବେ ଗୋବିନ୍ଦା!: ଜାଣନ୍ତୁ କିଏ ସେ ଅଭିନେତ୍ରୀ?

August 21, 2026

ଭିଜିଲାନ୍ସ ଜାଲରେ ତହସିଲଦାର, ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

August 21, 2026

ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳାଙ୍କ ସମେତ ୨ ଶିଶୁ ମୃତ

August 21, 2026

ବଲାଙ୍ଗୀରରେ ଲୋମଟାଙ୍ଗୁରା ହତ୍ୟାକାଣ୍ଡ

August 21, 2026
Latest News

୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବେ ଗୋବିନ୍ଦା!: ଜାଣନ୍ତୁ କିଏ ସେ ଅଭିନେତ୍ରୀ?

August 21, 2026

‘ଇଥାନଲ ଯୋଗୁଁ ମହଙ୍ଗା ହେଲା ଚିନି’: ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

August 21, 2026

ଭିଜିଲାନ୍ସ ଜାଲରେ ତହସିଲଦାର, ୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ

August 21, 2026

ଭୟଙ୍କର ସଡ଼କ ଦୁର୍ଘଟଣା, ମହିଳାଙ୍କ ସମେତ ୨ ଶିଶୁ ମୃତ

August 21, 2026

ବଲାଙ୍ଗୀରରେ ଲୋମଟାଙ୍ଗୁରା ହତ୍ୟାକାଣ୍ଡ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.