ପୁଣି ଥରେ ପରଦାକୁ ଆସିବେ ଚୁଲ୍ବୁଲ୍ ପାଣ୍ଡେ । ଆଜି ଚୁଲ୍ବୁଲ୍ ପାଣ୍ଡେଙ୍କ ପ୍ରଥମ ଝଲକ୍ ଦେଖିବାକୁ ମିଳିଛି । ବଲିଉଡ୍ ଦବଙ୍ଗ ଷ୍ଟାର୍ ସଲମାନ୍ ଖାନ୍ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ୍’ର ତୃତୀୟ ସଂସ୍କରଣ ‘ଦବଙ୍ଗ୍ ୩’ର ଟିଜର ରିଲିଜ୍ ହୋଇଛି । ଏହି ଫିଲ୍ମର ମୋସନ୍ ପୋଷ୍ଟର ମଧ୍ୟ ଆଜି ରିଲିଜ୍ ହୋଇଛି । ଫିଲ୍ମଟି ହିନ୍ଦୀ ବ୍ୟତୀତ ତେଲୁଗୁ ତାମିଲ୍ ଭାଷାରେ ମଧ୍ୟ ରିଲିଜ୍ ହେବ । ସଲମାନ୍ ଖାନ୍ ଏହି ଫିଲ୍ମର ମୋସନ୍ ପୋଷ୍ଟର ରିଲିଜ୍ କରିବା ସହିତ ଏକ କ୍ୟାପସନ୍ ଲେଖିଛନ୍ତି ଯେ, ‘ଆସୁଛନ୍ତି ଚୁଲ୍ବୁଲ୍ ରବିନ୍ହୁଡ୍ ପାଣ୍ଡେ ଠିକ୍ ୧୦୦ ଦିନ ପରେ, ଆମର ସ୍ବାଗତ ତ କର ।’ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଲୋକପ୍ରିୟ କୋରିଓଗ୍ରାଫର୍ ତଥା କଳାକାର ପ୍ରଭୁ ଦେବା । ଦବଙ୍ଗ୍ ସିରିଜ୍ର ପ୍ରଥମ ଫିଲ୍ମଟି ୨୦୧୦ରେ ପରଦାକୁ ଆସିଥିଲା । ଯାହାର ନିର୍ଦ୍ଦେଶନା ଅନୁରାଗ କାଶ୍ୟପ କରିଥିବାବେଳେ ଏହାର ସ୍ବିକେଲ୍ର ନିର୍ଦ୍ଦେଶନା ଅରବାଜ୍ ଖାନ୍ ଦେଇଥିଲେ । ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ନଜର ଆସିଥିବାବେଳେ ଏଥିରେ ନବାଗତା ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମଟି ଡିସେମ୍ବର ୨୦ରେ ପରଦାକୁ ଆସିବ ।