Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିସେମ୍ବର ୨୦ରେ ଆସୁଛନ୍ତି ଚୁଲ୍‌ବୁଲ୍‌ ରବିନ୍‌ ହୁଡ୍‌ ପାଣ୍ଡେ : ‘ଦବଙ୍ଗ ୩‘ର ଟିଜର ରିଲିଜ୍‌
ଆଜିର ଖବର

ଡିସେମ୍ବର ୨୦ରେ ଆସୁଛନ୍ତି ଚୁଲ୍‌ବୁଲ୍‌ ରବିନ୍‌ ହୁଡ୍‌ ପାଣ୍ଡେ : ‘ଦବଙ୍ଗ ୩‘ର ଟିଜର ରିଲିଜ୍‌

September 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁଣି ଥରେ ପରଦାକୁ ଆସିବେ ଚୁଲ୍‌ବୁଲ୍‌ ପାଣ୍ଡେ । ଆଜି ଚୁଲ୍‌ବୁଲ୍‌ ପାଣ୍ଡେଙ୍କ ପ୍ରଥମ ଝଲକ୍‌ ଦେଖିବାକୁ ମିଳିଛି । ବଲିଉଡ୍‌ ଦବଙ୍ଗ ଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ୍‌’ର ତୃତୀୟ ସଂସ୍କରଣ ‘ଦବଙ୍ଗ୍‌ ୩’ର ଟିଜର ରିଲିଜ୍‌ ହୋଇଛି । ଏହି ଫିଲ୍ମର ମୋସନ୍‌ ପୋଷ୍ଟର ମଧ୍ୟ ଆଜି ରିଲିଜ୍‌ ହୋଇଛି । ଫିଲ୍ମଟି ହିନ୍ଦୀ ବ୍ୟତୀତ ତେଲୁଗୁ ତାମିଲ୍‌ ଭାଷାରେ ମଧ୍ୟ ରିଲିଜ୍‌ ହେବ । ସଲମାନ୍‌ ଖାନ୍‌ ଏହି ଫିଲ୍ମର ମୋସନ୍‌ ପୋଷ୍ଟର ରିଲିଜ୍‌ କରିବା ସହିତ  ଏକ କ୍ୟାପସନ୍‌ ଲେଖିଛନ୍ତି ଯେ, ‘ଆସୁଛନ୍ତି ଚୁଲ୍‌ବୁଲ୍‌ ରବିନ୍‌ହୁଡ୍‌ ପାଣ୍ଡେ ଠିକ୍‌ ୧୦୦ ଦିନ ପରେ, ଆମର ସ୍ବାଗତ ତ କର ।’ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଲୋକପ୍ରିୟ କୋରିଓଗ୍ରାଫର୍‌ ତଥା କଳାକାର ପ୍ରଭୁ ଦେବା । ଦବଙ୍ଗ୍‌ ସିରିଜ୍‌ର ପ୍ରଥମ ଫିଲ୍ମଟି ୨୦୧୦ରେ ପରଦାକୁ ଆସିଥିଲା । ଯାହାର ନିର୍ଦ୍ଦେଶନା ଅନୁରାଗ କାଶ୍ୟପ କରିଥିବାବେଳେ ଏହାର ସ୍ବିକେଲ୍‌ର ନିର୍ଦ୍ଦେଶନା ଅରବାଜ୍‌ ଖାନ୍‌ ଦେଇଥିଲେ । ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ନଜର ଆସିଥିବାବେଳେ ଏଥିରେ ନବାଗତା ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମଟି ଡିସେମ୍ବର ୨୦ରେ ପରଦାକୁ ଆସିବ ।

Share. Facebook Twitter LinkedIn Email WhatsApp Copy Link

Related Posts

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026

୨୦୨୬ରେ ଟିମ୍ ଇଣ୍ଡିଆ ଆଉ କେତେ ଟେଷ୍ଟ ଖେଳିବ?: WTC ଫାଇନାଲ୍ ପାଇଁ କେତେ ବିଜୟ ଆବଶ୍ୟକ?

July 31, 2026
Latest News

କେବଳ ୬ ଖେଳାଳି ନିଶ୍ଚିତ!: ୨୦୨୭ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆରେ ମିଳିବ ସୁଯୋଗ

July 31, 2026

‘ଖେଲୋ ଇଣ୍ଡିଆ’: ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ପାଇଁ ବର୍ଦ୍ଧିତ ସହାୟତାକୁ କ୍ୟାବିନେଟ୍ ମଞ୍ଜୁରୀ

July 31, 2026

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.